• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଲୋକଙ୍କୁ ଆକୃଷ୍ଟ କରିବାକୁ ପୁଣି ଆନ୍ଧ୍ରର ହୀନ ଚକ୍ରାନ୍ତ । ପାରଳାଖେମୁଣ୍ଡି ବଜାରରେ ମିଳୁଛି ଆନ୍ଧ୍ର କ୍ଷୀର ପ୍ୟାକେଟ । ଆଉ ଏଥିପ୍ରତି ଲୋକଙ୍କର ବଢ଼ୁଛି ଚାହିଦା । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଫଟୋ ଥିବାରୁ ଅଣଓଡ଼ିଆ ଲୋକଙ୍କ ବେଶି ଆଗ୍ରହ ବଢ଼ୁଥିବା ଦେଖାଦେଉଛି । ଫଳରେ ପରୋକ୍ଷରେ ଓଡ଼ିଶା ଦୁଗ୍ଧ ଚାଷୀ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।

ଆନ୍ଧ୍ର ସରକାର ଗର୍ଭବତୀ ଏବଂ ଶିଶୁ ମାନଙ୍କୁ ପ୍ରତି ମାସରେ ୧୧ଲିଟର କ୍ଷୀର ପ୍ରଦାନ କରିଥାନ୍ତି ।`ଆଉ ସେହି କ୍ଷୀର ପ୍ୟାକେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ ଜଗନମୋହନ ରେଡ୍ଡୀଙ୍କ ଫଟୋଚିତ୍ର ମଧ୍ୟ ରହିଥାଏ । ହେଲେ ଆନ୍ଧ୍ର ସରକାର ଲୋକଙ୍କୁ ମାଗଣାରେ ବାଣ୍ଟୁ ଥିବା କ୍ଷୀର ଏବେ ପାରଳାଖେମୁଣ୍ଡି ବଜାରରେ କିଭଳି ମିଳୁଛି ତାହାକୁ ନେଇ ଉଠିଛି ପ୍ରଶ୍ନ । କ୍ଷୀର ଶସ୍ତାରେ ମିଳୁଥିବାରୁ ସେମାନେ ଅଧିକ ଲାଭ ପାଇବା ପାଇଁ ଏହି କ୍ଷୀର ବ୍ୟବହାର କରୁଛନ୍ତି । ତେବେ ଓଡ଼ିଶା ବଜାରରେ କେମିତି ଆନ୍ଧ୍ର କ୍ଷୀର ବିକ୍ରି ହେଉଛି, ଏହା ପଛରେ କାହାର ହାତ ରହିଛି, ତାର ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନିୟ ବୁଦ୍ଧିଜୀବୀ ।