Advertisment

ଆନନ୍ଦବନ ! ସହର ଭିତରେ ନିଅନ୍ତୁ ଜଙ୍ଗଲର ମଜା

ରାସ୍ତାର ଗୋଟିଏ ପାର୍ଶ୍ୱରେ ୬୦ ଏକରର ଜଙ୍ଗଲ ଥିବା ବେଳେ ଅନ୍ୟ ପାର୍ଶ୍ବରେ ୩୦ ଏକରର ଜଙ୍ଗଲ ରହିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bhubaneswar Anandvan inauguration

Anandban

ସହର ଭିତରେ ଜଙ୍ଗଲର ମଜା । ଉଦଘାଟିତ ହୋଇଛି ଆନନ୍ଦ ବନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦବନକୁ ଉଦଘାଟନ କରିଛନ୍ତି । ଆନନ୍ଦବନର ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲ ଗଛର ସମ୍ଭାର। ଭୁବନେଶ୍ବର ଶଙ୍କରପୁର ମୌଜା ମାଳାର କଳିଙ୍ଗନଗର କେ-୭ ଅଂଚଳରେ ୯୦ ଏକର ଜାଗାରେ ପରିବ୍ୟାପ୍ତ ଏହି ଜଙ୍ଗଲ। ରାସ୍ତାର ଗୋଟିଏ ପାର୍ଶ୍ୱରେ ୬୦ ଏକରର ଜଙ୍ଗଲ ଥିବା ବେଳେ ଅନ୍ୟ ପାର୍ଶ୍ୱରେ ୩୦ ଏକରର ଜଙ୍ଗଲ ରହିଛି।

Advertisment

ଉଭୟ ପାର୍ଶ୍ୱକୁ ଯୋଡିବା ପାଇ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ। ପ୍ରାକୃତିକ ଉପାୟରେ ଏହାର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ବନ ଭିତରେ ସାଇକେଲ ପଥ, ରଙ୍ଗଭୂମି, ଜଳାଶୟ, ଗଜିବୋ, କାଠ ପୋଲ, ଶୌଚାଳୟ,ଖୁସିର ଆଧାର, ବର୍ଷା ଆଶ୍ରୟସ୍ଥଳ ଆଦି ରହିଛି। ନଗର ବନଖଣ୍ଡ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଓ ଓଏମସିର ମିଳିତ ସହଯୋଗରେ ଏହାର ଭିନ୍ନତୀକରଣ କାର୍ଯ୍ୟ ହୋଇଛି। ସକାଳ ୫ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଖୋଲା ରହିବ । ବନ ଭିତରେ ଗାର୍ଡି ପାର୍କିଂର ସୁବିଧା ସହ ସ୍ୱାସ୍ଥ୍ୟକର ଖାଦ୍ୟର ବ୍ୟବସ୍ଥା ରହିଥିବା କହିଛନ୍ତି ବିଡିଏ ଭିସି ବଲବନ୍ତ ସିଂ ।

Advertisment

Odisha News
Advertisment
Advertisment