/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644493140.jpg)
Ananda mahindra
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ନିଜର ଦୟାଳୁ ଭାବନା ପାଇଁ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଚର୍ଚ୍ଚାରେ ରହିଥାଆନ୍ତି। କାରଣ ଯଦି କୌଣସି ବ୍ୟକ୍ତିର କଷ୍ଟ ତାଙ୍କ ନଜରରେ ଆସେ ସେ ତତ୍କ୍ଷଣାତ୍ ସେହି ଲୋକ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବା ସହ ସାହାଯ୍ୟର ପ୍ରତିଶ୍ରୁତି ଦିଅନ୍ତି। ଆଉ ଠିକ୍ ଏମିତି ଘଟଣା ଘଟିଛି ପଂଜାବର ଅମୃତ ସହରରେ।
ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଏହି ଭିଡ଼ିଓକୁ ଦେଖି ଭାବବିହ୍ୱଳ ହେବା ସହ ୧୭ବର୍ଷର ଜଶନଦୀପ ସିଂ ଏବଂ ୧୧ ବର୍ଷିୟ ଅନଶଦୀପ ସିଂ ବାପାଙ୍କୁ ହରାଇ ରେସ୍ତୋରାଁ ଚଳାଉଥିବା କଥା ଜାଣିବାକୁ ପାଇଥିଲେ। ଏବଂ ସେମାନେ କେମିତି ଅଛନ୍ତି ବର୍ତ୍ତମାନ ସେନେଇ ମଧ୍ୟ ଖବର ସଂଗ୍ରହ କରିଥିଲେ। ଏହାସହ ,ଏ ଯେବେ ଯେବେ ଅମୃତ ସହର ଯିବେ ନିଶ୍ଚିତ ଏହି ପିଲାଙ୍କ ରେସ୍ତୋରାଁରେ ଖାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କିଛିଦିନ ତଳେ ଅମୃତସର ୱାର୍କିଂ ଟୁର୍ସ ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ୍ ହୋଇଥିଲା । ଏହି ଭିଡିଓରେ ୧୭ବର୍ଷର ଜଶନଦୀପ ସିଂ ଏବଂ ୧୧ ବର୍ଷିୟ ଅନଶଦୀପ ସିଂଙ୍କ କାହାଣୀ ଉଲ୍ଳେଖ ରହିଛି। ଦୁହେଁ ଅମୃତସରରେ ଟପ ଗ୍ରିଲ ନାମରେ ଏକ ରେସ୍ତୋରାଁ ଚଳାଉଛନ୍ତି। କିନ୍ତୁ ଏତେ କମ୍ ବୟସରେ ରେସ୍ତୋରାଁ ଚଳାଉଥିବାରୁ ଭଡ଼ା ଦେବାରେ ଅସୁବିଧା ହେଉଛି। ଏମିତିକି ନିଜ ରେସ୍ତୋରାଁକୁ ଖାଇବାକୁ ଆସିବା ପାଇଁ ଦୁଇ ଭାଇ ନିବେଦନ କରୁଥିବା ଦେଖାଯାଉଛି।
ତେବେ ଏହି ୧୧ ବର୍ଷ ନିରୀହ ବାଳକର କଥା ଶୁଣି ଆନନ୍ଦ ମହିନ୍ଦ୍ରା ଏକ ହୃଦୟସ୍ପର୍ଶୀ ଉତ୍ତର ଦେଇଛନ୍ତି । କହିଛନ୍ତି ମୋ ପ୍ରିୟ ସହର ଅମୃତ ସହର। ସେଠାରେ ମତେ ଜଲପି ଖାଇବାକୁ ବହୁତ ଭଲ ଲାଗେ। କିନ୍ତୁ ଏବେ ଜଲପି ଖାଇବା ସହ ଏହି ଦୁଇ ଭାଇଙ୍କ ରେସ୍ତୋରାଁରେ ନିଶ୍ଚିତ ଖାଇବି ବୋଲି ଆନନ୍ଦ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)