/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708656890.jpg)
Unknown Device
ଆକାଶରୁ ପଡିଲା ଏକ ଅଜଣା ଡିଭାଇସ୍ । ଅଜଣା ଡିଭାଇସରେ ଲାଲ ଲାଇଟ୍ ଜଳୁଥିଲା। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇ ପଡି ଥିଲେ । ନୂଆପଡା ଜିଲ୍ଲା କୋମନା ଥାନା ନାଏକପଡା ଗାଁ ନିକଟ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଏହି ଅଜଣା ଜିନିଷ।
Advertisment
ଗତକାଲି ରାତି ପ୍ରାୟ ୭ଟା ସମୟରେ ଆକାଶରୁ ଏକ ଅଜଣା ଡିଭାଇସ୍ ପଡିଥିଲା । ଏହି ଡିଭାଇସରେ ଏକ ଲାଲ ଲାଇଟ୍ ଜଳୁଥିଲା । ଏଥିରେ ଏକ ବେଲୁନ ମଧ୍ୟ ବନ୍ଧା ଯାଇଥିଲା । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖା ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆତଙ୍କିତ ହୋଇପଡିଥିଲେ। ସଂଗେସଂଗେ କୋମନା ଥାନା ଓ ତରବୋଡ ଫାଣ୍ଡିକୁ ଜଣାଇ ଥିଲେ ।
ପରେ ନୂଆପଡ଼ାରୁ ବମ୍ ରିଫ୍ୟୁଜ୍ ସ୍କ୍ୱାଡ ଆସି ଏହି ଡିଭାଇସକୁ ନେଇଯାଇଥିଲେ । ତେବେ ଏହା ୱେଦର କାଷ୍ଟିଙ୍ଗ ମେସିନ ବୋଲି ପ୍ରାଥମିକ ସୂତ୍ରରୁ ଜଣା ପଡିଛି। କିନ୍ତୁ କୋରିଆ ତିଆରି ଡିଭାଇସ୍ ହୋଇଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)