/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688703388.jpg)
Ambulance failure
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ମିଳିଲାନି ୧୦୮ ଆମ୍ବୁଲାନ୍ସ । ରିକ୍ସାରେ ମେଡିକାଲକୁ ବୁହା ହେଲେ ରୋଗୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ୩୮ ବର୍ଷୀୟ ହଲୁ ନାଏକ ନାମକ ଜଣେ ଶ୍ରମିକ ହଠାତ୍ ଦେହ ଖରାପ ହୋଇଯିବାରୁ ଅଚେତ ହୋଇପଡ଼ିଥିଲେ । ବିନିକା ମେଡିକାଲକୁ ନେବାପାଇଁ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ସ୍ଥାନୀୟ ଲୋକ । କିନ୍ତୁ ଆମ୍ବୁଲାନ୍ସ ମିଳିନଥିଲା। ଫଳରେ ଏକ ରିକ୍ସା ଟ୍ରଲିରେ ହଲୁକୁ ମେଡିକାଲ ଅଣାଯାଇଥିଲା ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ଆମ୍ବୁଲାନ୍ସ ଟିଏ ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିନିକା ସହରରେ ରହୁଥିବା ହଲୁ ନାଏକ ନାମକ ଜଣେ ବ୍ୟକ୍ତି ଗତକାଲି ବସଷ୍ଟାଣ୍ଡ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପାଇଁ ବିନିକା ମେଡିକାଲକୁ ଫୋନ୍ କରିଥିଲେ। ହେଲେ ସେହି ସମୟରେ ଡାକ୍ତରଖାନାରେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଅନ୍ୟ ରୋଗୀକୁ ଆଣିବାକୁ ବାହାରକୁ ଯାଇଥିଲା। ତାହା ଆସିବା ବିଳମ୍ବ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା । ଶେଷରେ ସ୍ଥାନୀୟ ଲୋକେ ଟ୍ରଲିରେ ହଲୁଙ୍କୁ ଶୁଆଇ ବିନିକା ମେଡିକାଲକୁ ଆଣିଥିଲେ। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁ ନାହିଁ, ତାହାହେଲେ ଉପାନ୍ତ ଅଞ୍ଚଳର ରୋଗୀମାନଙ୍କୁ କିପରି ସ୍ୱାସ୍ଥ୍ୟସେବା ମିଳୁଥିବ ତାହା ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)