• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗୋଟିଏ ପାହାଡ଼ ଉପରେ ରୁହନ୍ତି ଗୋଟିଏ ମଣିଷ

ଜର୍ଜିଆର ନିଆରା ତଥା ବିଚିତ୍ର ସ୍ଥାନ । ଏହି ସ୍ଥାନ ଏକ ବିଚ୍ଛିନ୍ନ ମଠ ବା ପାର୍ଥନା କକ୍ଷ । ଆମେ ପାହାଡ ଉପରେ ଏକାକୀ ରହୁଥିବା ଭିନ୍ନ ମଣିଷଙ୍କ କଥା କାହାଣୀ ବି ଶୁଣିଥିବେ । ଜର୍ଜିଆର ଏହି ନିଆରା ସ୍ଥାନରେ କେବଳ ଜଣେ ହି ବ୍ୟକ୍ତି ରୁହନ୍ତି । ସ୍ଥାନଟିର ନାଁ 'କଟ୍‌ସଖି ପିଲାର' । ଏହା ୧୩୦ ଫୁଟ ଉଚ୍ଚ ଖମ୍ବ ଭଳି ଏକ ପାହାଡ । ତେବେ ଏ ସ୍ଥାନର ବି ଅନେକ ରହସ୍ୟ ‌ଆଉ କାହାଣୀ ରହିଛି ।

ଏହି ପାହାଡ ଉପରେ ଯେଉଁ ପ୍ରାର୍ଥନା କକ୍ଷ ରହିଛି ତାହା ଦୀର୍ଘ ବର୍ଷ ହେବ ଜନଶୂନ୍ୟ ହୋଇ ରହିଛି । ଏଠାରେ କିଛି ପ୍ରିଷ୍ଟ ଓ ଜୀବନରେ ହାରି ଯାଇଥିବା ଯୁବକମାନେ ‌ଆସି ପ୍ରାର୍ଥନା କରନ୍ତି । ଏଠାରେ ରହିବା ଦୂରର କଥା ବରଂ ଏଠାରେ ପହଁଚିବାର କଳ୍ପନା କରିବା ବି ମନରେ ଭୟ ସୃଷ୍ଟି କରେ । କିନ୍ତୁ ଏବେ ଏଠାରେ ମାକଜିମ୍‌ ନାମକ ଜଣେ ପ୍ରିଷ୍ଟ ଦୀର୍ଘ ୨୫-୨୭ ବର୍ଷ ହେବ ରହି ଆସୁଛନ୍ତି ।

୬୬ ବର୍ଷୀୟ ମାକଜିମ୍‌ ୧୯୯୩ ମସିହାରୁ ଏହି ପିଲାରରେ ରହିଆସୁଛନ୍ତି । ତାଙ୍କର ବିଶ୍ୱାସ ଯେ ଏଠାରେ ରହିବା କାରଣରୁ ସେ ଈଶ୍ୱରଙ୍କ ଆହୁରି ନିକଟତର ହୋଇପାରିଛନ୍ତି । ସେ ସପ୍ତାହକୁ ମାତ୍ର ୨-୩ଥର ତଳକୁ ଆସିଥାଆନ୍ତି । ଆଉ ତଳକୁ ଆସିବାକୁ ତାଙ୍କୁ ପାଖାପାଖି ୨୦ମିନିଟ ସମୟ ଲାଗିଥାଏ । ଆଉ ବାକି ସମୟରେ ତାଙ୍କର ଶିଷ୍ୟମାନେ ତାଙ୍କର ଆବଶ୍ୟକୀୟ ଜିନିଷପତ୍ର ତାଙ୍କ ନିକଟକୁ ପଠାଇଥାଆନ୍ତି ।

ମଙ୍କ୍ ହେବା ପୂର୍ବରୁ ସେ କ୍ରେନ୍ ଅପରେଟର ଭାବେ କାମ କରୁଥିଲେ । ସେ କୁହନ୍ତି ଯେ, ଯୁବାବସ୍ଥାରେ ସେ ବଦଅଭ୍ୟାସର ଶିକାର ହୋଇଯାଇଥିଲେ । ଯେଉଁ କାରଣରୁ ତାଙ୍କୁ ଜେଲ୍‌ ବି ଯିବାକୁ ପଡିଥିଲା । ଏହାପରେ ସେ ତାଙ୍କ ଜୀବନ ବଦଳାଇବାର ନିଷ୍ପତ୍ତି ନେଇଥିଲେ । ଆଉ ଶେଷରେ ସେ ମଙ୍କ ବନିଯାଇଥିଲେ ।

Katshi monastery, GeorgiaKatshi monastery, Georgia

 ସୂଚନା ଅନୁସାରେ ଜର୍ଜିଆରେ ଷ୍ଟି ଲାଇଟ୍ସ୍‌ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଏଠାରେ ରହୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ, ଏପରି କଲେ ସେମାନେ ଦୁନିଆର ସମସ୍ୟା ଠାରୁ ଦୂରରେ ରହିବେ । ୧୫ ଶତାବ୍ଦୀ ଯାଏଁ ଏହିଭଳି ଚାଲିଥିଲା । ତା ପରେ ଜର୍ଜିଆରେ ଅଟୋମନ୍‌ ସାମ୍ରାଜ୍ୟ ସ୍ଥାପିତ ହୋଇଥିଲା । ଏହାପରେ ଖ୍ରୀଷ୍ଟିଆନ ମାନଙ୍କର ଏଠାକୁ ‌ଆସିବା ବନ୍ଦ ହୋଇଗଲା । ତେଣୁ ଦୀର୍ଘ ସମୟ ଧରି ଏହି ସ୍ଥାନ ଜନଶୂନ୍ୟ ହୋଇ ପଡିରହିଲା । ସ୍ଥାନୀୟ ଲୋକମାନଙ୍କୁ ଏଠାରେ ପର୍ବତ ଉପରେ ଭଗ୍ନାବଶେଷ ଅବସ୍ଥାରେ ଘର ତ ଦେଖାଯାଉଥିଲା । କିନ୍ତୁ ଏଠାକୁ ଯିବାର ସାହସ କେହି କରିପାରୁନଥିଲେ ।

ଅନେକ ବର୍ଷ ପରେ ୧୯୪୪ରେ ପର୍ବତାରୋହୀ ଆଲେକଜାଣ୍ଡରଙ୍କ ନେତୃତ୍ୱରେ ଏଠାରେ ଏକ ଗ୍ରୁପ୍‌ ପହଞ୍ଚିଥିଲା । ଯେଉଁମାନଙ୍କୁ ଏଠାରେ ଭଙ୍ଗାଘର ବ୍ୟତୀତ ଷ୍ଟି ଲାଇଟ୍ସ୍‌ର ଚିହ୍ନ ବି ଦେଖିବାକୁ ମିଳିଥିଲା । ଏହାପରେ ୧୯୯୦ରେ କମ୍ୟୁନିଷ୍ଟ ସରକାର ଆସିବା ପରେ ଏଠାରେ ଧାର୍ମିକ ଗତିବିଧି ହେବାକୁ ଲାଗିଲା । ‌ଆଉ ତାପରେ ମାକଜିମ୍‌ ଏଠାରେ ରହିବା ଆରମ୍ଭ କରିଥିଲେ । ଆଉ ତା ପରେ ଏହି ସ୍ଥାନର ସୁନ୍ଦରତା କଥା ବି ବିଶ୍ୱବାସୀଙ୍କ ନଜରକୁ ଆସିଥିଲା । ଏହା ଆଇସୋଲେଟେଡ୍‌ ସ୍ଥାନ ହୋଇ ମଧ୍ୟ ବୈଚିତ୍ରତାକୁ ଏହା ନୂଆ ପରିଚୟ ଦିଏ ।