Advertisment

'ମୋ ପାଖେ କଣ ବନ୍ଧୁକ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଗୁଳି କରିଦେବି?'

ନବୀନ ନିବାସ ପାଖାପାଖି ଏକ ଛକରେ ଜଣେ ମହିଳା ସ୍କୁଟରେ ଛିଡା ଅଟକି ରହିଥିଲେ। କିନ୍ତୁ ଆଗକୁ ଯାଇପାରୁନଥିଲେ।

author-image
Chandan Shishu
ନବୀନ ନିବାସ ପାଖରେ ଲୋକ ହନ୍ତସନ୍ତ

ନବୀନ ନିବାସ ପାଖରେ ଲୋକ ହନ୍ତସନ୍ତ

ଭୁବନେଶ୍ୱର: ମୁଁ କଣ ଗୁଣ୍ଡା ନା ବନ୍ଧୁକ ଧରିଛି, ମୁଖ୍ୟମନ୍ତ୍ରୀଙ୍କୁ ବାଡେଇବି ନା ଗୁଳି କରିଦେବି। ମୋତେ ଜଗିଛ, ବାଟ ଛାଡୁନ। ଜଣେ ନାଗରିକ ଭାବେ ମୋର କଣ ଅଧିକାର ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ନବୀନ ନିବାସ ନିକଟରେ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି ଜଣେ ମହିଳା। ଝିପିଝିପି ବର୍ଷା ସଙ୍ଗକୁ ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱର। ନବୀନ ନିବାସ ପାଖାପାଖି ଏକ ଛକରେ ଜଣେ ମହିଳା ସ୍କୁଟରେ ଛିଡା ଅଟକି ରହିଥିଲେ। କିନ୍ତୁ ଆଗକୁ ଯାଇପାରୁନଥିଲେ।

Advertisment

କାହିଁକିନା ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ସେହି ରାସ୍ତାରେ ଯିବାର ଥିଲା। ସେଥିପାଇଁ ଛକରେ ରହିଥିବା ଲୋକଙ୍କୁ ଅଟକାଯାଇଥିଲା। ତେବେ ମହିଳା ଜଣକ ସମ୍ପୂର୍ଣ୍ଣ ଅସୁସ୍ଥ ଥିବାନେଇ ପୋଲିସ କହିବା ସହ ବାଟ ଛାଡିଦେବା ପାଇଁ ନିବେଦନ କରିଥିଲେ। କିନ୍ତୁ ପୋଲିସ ଏହାକୁ କର୍ଣ୍ଣପାତ କରିନଥିଲେ। ଦୀର୍ଘ ସମୟ ଧରି ଝିପିଝିପି ବର୍ଷାରେ ରହିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ କହିଥିଲେ ଯେ ମୁଁ ଦୀର୍ଘ ସମୟ ହେଲାଣି କହି ଆସୁଛି, ମୋତେ ଜ୍ୱର ହୋଇଛି। ମୁଁ କଣ ବନ୍ଧୁକ କି ବାଡ଼ି ଧରିଛି, ମୁଖ୍ୟମନ୍ତ୍ରୀ ଆସିଲେ ବାଡେଇବି ନା ଗୁଳି ମାରିଦେବି? ସବୁବେଳେ ଏମିତି ହଇରାଣ କରୁଛନ୍ତି। ମୁଁ କଣ ମନ୍ତ୍ରୀଙ୍କୁ ଅପମାନ କରୁଛି। ଏଠି ମୋର କିଛି ମୌଳିକ ଅଧିକାର ନାହିଁ? ମୁଁ ଆଇନ୍ କୁ ସମ୍ମାନ କରୁଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଜରୁରୀ ସମୟରେ ଜଣେ ନାଗରିକଙ୍କ କୌଣସି କଥା ଶୁଣାଯିବ ନାହିଁ।

Advertisment

ତେବେ ଏହି ଅଭିଯୋଗ କିଛି ନୂଆ କଥା ନୁହେଁ। କିଛି ଦିନ ତଳେ ଜଣେ ଯୁବକ ଏହି ସମାନ ଅଭିଯୋଗ କରିଥିଲେ। ନବୀନ ନିବାସ ନିକଟରେ ବାରମ୍ବାର ରାଲି, ଘେରାଉ କରାଯାଉଥିବାରୁ ଏଠି ସୁରକ୍ଷା ବ୍ୟବସ୍ଥା ଆଳରେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନିବାସ ନିକଟରେ ଘର କରି ବଡ଼ ଭୁଲ କରିଦେଇଥିବା କହିଥିଲେ। 

Bhubaneswar Naveen Niwas Traffic Jam
Advertisment
Advertisment