Advertisment

ବିରୋଧ ପରେ ରାତାରାତି ବଦଳିଲା ନିୟମ, ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିବା ଆଶାୟୀଙ୍କ ପାଇଁ ବଡ଼ ଘୋଷଣା

‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ପରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛନ୍ତି। ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Agnipath Protests

Agnipath Protests

‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ପରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରିଛନ୍ତି। ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି। ତେବେ ଏହି ନିୟମ କେବଳ ୨୦୨୨ ନିଯୁକ୍ତି ପ୍ରକ୍ରିୟାରେ ଲାଗୁ ହେବ।

Advertisment

ଗତ ଦୁଇ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିବାରୁ ୨୦୨୨ରେ ହେବାକୁ ଥିବା ନିଯୁକ୍ତିରେ କେନ୍ଦ୍ର ସରକାର ଏହି ନିୟମ ପରିବର୍ତ୍ତନ କରିଛନ୍ତି। ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। 

ଏନେଇ ଗୁରୁବାର ଦିନ ଉତ୍ତର ପ୍ରଦେଶ, ବିହାର ସମେତ ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇବା ସହ ପଥରମାଡ଼ କରିଥିଲେ। ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ପରେ ଗୁରୁବାର ରାତିରେ ଏହି ଯୋଜନାରେ ପ୍ରଥମ ପରିବର୍ତ୍ତନ ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଆଶାୟୀଙ୍କ ବୟସ ସୀମା ପୂର୍ବରୁ ସାଢ଼େ ୧୭ରୁ ୨୧ ବର୍ଷ ରହିଥିଲା। ସର୍ବାଧିକ ବୟସ ସୀମା ବୃଦ୍ଧି ହେବା ପରେ ଏବେ ଏହା ୧୭ରୁ ୨୩ ବର୍ଷ ହୋଇଛି। 

Advertisment

ଜାଣନ୍ତୁ, ‘ଅଗ୍ନିପଥ’ ଯୋଜନା କ’ଣ...

ଦାୟିତ୍ୱ ସମ୍ପନ୍ନ ନାଗରିକ ଭେଟି ଦେବ ଅଗ୍ନିପଥ। ୪ ବର୍ଷ ପରେ ଅଗ୍ନିବୀର ମାନେ ଶୃଙ୍ଖଳିତ, ଦକ୍ଷ ମଣିଷ ହୋଇ ବାହାରିବେ। ‘ ଅଗ୍ନିପଥ’ ସ୍କିମକୁ ନେଇ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ନବ କୁମାର ଖଣ୍ଡୁରୀ ଏହି ବାର୍ତ୍ତା ଦେଇଛନ୍ତି। ୪ ବର୍ଷର ଚାକିରି ପରେ ଯେତେବେଳେ ସେମାନେ ଫେରିବେ ସେମାନଙ୍କ ନୂଆ ପରିଚୟ ସୃଷ୍ଟି ହେବ। ସମାଜକୁ ଜଣେ ଦକ୍ଷ, ଦାୟିତ୍ୱ ସମ୍ପନ୍ନ ଏବଂ ଶୃଙ୍ଖଳିତ ଯବାନ ଭେଟି ଦେବ ଅଗ୍ନିପଥ। ଏହାସହ ୪ ବର୍ଷ ପରେ ସେମାନେ କିପରି କର୍ମ ନିଯୁକ୍ତି ପାଇବେ ସେ ନେଇ ବି ଯୋଜନା ପ୍ରସ୍ତୁତ ହୋଇଛି। ଆଜିର ଯୁବକମାନେ ବୈଷୟିକ ଜ୍ଞାନରେ ପାରଙ୍ଗମ। ସେହି ବୈଷୟିକ ଜ୍ଞାନକୁ ସେନାରେ ବ୍ୟବହାର କରାଯିବ। 

Agnipath Agnipath Scheme Agnipath Protest
Advertisment
Advertisment