/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667991326.jpg)
Poor Road Construction
ମୁଣ୍ଡରେ ଠେକି, ହାତରେ କୋଡ଼ି କୋଦାଳ । କାହାରି ହାତକୁ ଫୁରସତ ନାହିଁ । ବାଲି ଗୋଡ଼ି ମାଟି ବୋହି ରାସ୍ତାରେ ପକାଉଛନ୍ତି ମହିଳା ଓ ପୁରୁଷ । ସଭିଏଁ ବେଶ୍ ଜୋର୍ସୋର୍ରେ ଲାଗିଛନ୍ତି କାମରେ । ଏ ଦୃଶ୍ୟ କୋରାପୁଟ ଦଶମନ୍ତପୁରର ଉପାନ୍ତ ଅଞ୍ଚଳ ଘଣ୍ଟ୍ରାଗୁଡ଼ା ଗାଁର । ପାହାଡ଼ର ବୁକୁଚିରି ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ । କିଏ ମାଟି ପକାଇ ରାସ୍ତା ସମତୁଲ କରୁଛି ତ କିଏ ଅନାବନା ଗଛ ସଫା କରିବାରେ ବ୍ୟସ୍ତ ।
ଏମିତି ଏକଜୁଟ ହୋଇ ଘଣ୍ଟ୍ରାଗୁଡ଼ାରୁ ପୁକି ଛକ ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟରର ରାସ୍ତା ନିର୍ମାଣ କରିଛନ୍ତି ଏହି ଉପାନ୍ତ ଅଞ୍ଚଳର ଲୋକେ । ବାରମ୍ବାର ଦାବି ସତ୍ୱେ ପ୍ରଶାସନ ନଶୁଣିବାରୁ ଗ୍ରାମବାସୀମାନେ ଏକାଠି ହୋଇ ନିଜ ଗାଁକୁ ନିଜେ ରାସ୍ତା ଫିଟାଇଛନ୍ତି ।
ଅଧିକ ପଢ଼ନ୍ତୁ: ପାହାଡ ଚିରି ଜଳପ୍ରପାତକୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ପ୍ରାୟ ୧୫ ବର୍ଷ ତଳେ ଏଠାରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ସମୟ ଶ୍ରୋତରେ ଏହି ରାସ୍ତା ଅସ୍ତିତ୍ୱ ହରାଇଥିଲା । ଫଳରେ ସହର ବଜାର ଯିବା ଲାଗି ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରାୟ ୧୦ ଖଣ୍ଡ ଗାଁର ଲୋକେ ପୋଡାଗଡ ଓ କୋରାପୁଟ ଯିବାଲାଗି ଗ୍ରାମବାସୀଙ୍କୁ ବୁଲିବାକୁ ପଡୁଥିଲା ଅଧିକ ୨୦ କିଲୋମିଟର ରାସ୍ତା ।
ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି । ଗାଁକୁ ପକ୍କା ରାସ୍ତା ହେଲେ ଯାତାୟାତ ଲାଗି ସୁବିଧା ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)