Advertisment

ଘରର କ୍ୟାମେରାକୁ ଘୋଡାଇଦେଲେ ବୋହୂ ତପସ୍ୱିନୀ

ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳିର କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ? କେବେ ତୁଟିବ ଏହି ବିବାଦ ? ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି।

author-image
Chandan Shishu
Berhampur Marital Discord

Berhampur Marital Discord

ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ବୋହୂ ତପସ୍ୱିନୀଙ୍କ ନାଁରେ ଆଉ ଏକ ଅଭିଯୋଗ କରିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତପସ୍ୱିନୀ ଥିବା ଗ୍ୟାରେଜ୍ ରୁମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଘୋଡ଼ାଯାଇଛି। ତପସ୍ବିନୀ ଏପରି କାହିଁକି କଲେ ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶ୍ୱଶୁର। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚା ଯାଇଥିବା ସନ୍ଦେହ କରିଛନ୍ତି ପ୍ରମୋଦ।

Advertisment

ଦୁଇ ଦିନ ତଳେ ତପସ୍ୱିନୀ ଗ୍ରିଲ ଭାଙ୍ଗିବା ପଶିବା ପରେ ଏଭଳି କରିଛନ୍ତି। ଯାହା ଫଳରେ ସେ ଭୟଭୀତ ହୋଇପଡ଼ି ଥିବା ଏକ ଅଡିଓ ଜାରି କରି କହିଛନ୍ତି। ଜାଣିଶୁଣି ସିସିଟିଭି କ୍ୟାମେରାକୁ ଘୋଡ଼ା ଯାଇଛି। ଫଳରେ ସେଠି କଣ ହେଉଛି ସେ ସବୁକୁ ଦେଖି ହେବନାହିଁ।  ଦୁଇ ଦିନ ତଳେ ସ୍ଥାନୀୟ ମହିଳା ତପସ୍ୱିନୀଙ୍କ ଶ୍ୱଶୁର ଘର ଗ୍ରିଲ ଭାଙ୍ଗି ଘର ଭିତରେ ପଶିଥିଲେ। ସେହି ଦିନରୁ ଶ୍ୱଶୁର ଘର ଗ୍ୟାରେଜ୍ ରୁମ୍‌ରେ ରହୁଛନ୍ତି ତପସ୍ୱିନୀ। ସେପଟେ ବ୍ରହ୍ମାନଗର ସୁମିତଙ୍କ ଘର ପାଖରେ ୧୪୪ ଧାରା ଲାଗିଛି।  

ତେବେ ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳିର କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ? କେବେ ତୁଟିବ ଏହି ବିବାଦ ? ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି। ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି ଡିମ୍ପଲ ଓରଫ୍ ତପସ୍ୱିନୀ ଏବଂ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ ବିବାଦ। କାରଣ ଦାମ୍ପତ୍ୟ କଳିରେ ତୃତୀୟ ଲୋକଙ୍କ ଏଣ୍ଟ୍ରି ମାମଲାକୁ ଜଟିଳ କରୁଥିବା ଅଭିଯୋଗ ଉଠାଇଲେଣି ପରିବାର ଲୋକେ। ଗତକାଲିର ଘଟଣାକୁ ନେଇ ସୁମିତଙ୍କ ବାପା ପ୍ରମୋଦ ସାହୁ ବୈଦ୍ୟନାଥପୁର ଥାନାରେ ଅନଲାଇନ୍‌ରେ ଏତଲା ଦେଇଛନ୍ତି। ତପସ୍ୱିନୀଙ୍କ ସମେତ ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁ ଏତଲାରେ ଉଲ୍ଲେଖ ରହିଛି। ଅପରପକ୍ଷେ ଭିଡ଼ିଓ ଜାରି କରି ନିଜର ଓ ପରିବାରର ସୁରକ୍ଷା ଲୋଡ଼ିଛନ୍ତି ସୁମିତ ଓ ତାଙ୍କ ଜେଜେ ମା। 

Advertisment
Berhampur Marital Discord Sumit Tapaswini
Advertisment
Advertisment