Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଶୌଚାଳୟ ନିର୍ମାଣ ହେଉଛି କାହିଁକି?

ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା।

author-image
Chandan Shishu
undefined

Puri Srimandir Heritage Corridor Project

ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ା ଖୋଳାଯାଇଛି ବିରାଟ ବିରାଟ ଗାତ, ବନ୍ଧା ଯାଇଛି ଲୁହାରଡ଼, ଚାଲିଛି କଂକ୍ରିଟ୍ ନିର୍ମାଣ।କୁହାଯାଉଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ତିଆରି ହେଉଛି, ଇଲେକ୍ଟ୍ରିକାଲ୍ ରୁମ, ସେଲଟର ରୁମ୍ ଓ ଶୌଚାଳୟ। ତେବେ ଶ୍ରୀମନ୍ଦିରର ଅତି ନିକଟରେ ଏଭଳି ନିର୍ମାଣ କାହିିଁକି ? ଏବେ ଏଭଳି ପ୍ରଶ୍ନ ଉଠିଛି। ତାସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ୱ ଆଡ଼କୁ ଅଙ୍ଗୁଳି ଉଠାଇଛି ଜଗନ୍ନାଥ ସେନା। 

Advertisment

କାରଣ ଜାତୀୟ କୀର୍ତ୍ତିରାଜି ସଂରକ୍ଷଣ ପ୍ରାଧିକରଣ ଏବଂ ଆମସାର ଆଇନ-୨୦ କ ଅନୁଯାୟୀ କୌଣସି ଐହିହ୍ୟ କୀର୍ତ୍ତିରାଜିର ଶହେ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। କିନ୍ତୁ ରାଜ୍ୟ ସରକାର ଏଏସ୍ଆଇ ଓ ନ୍ୟାସନାଲ୍ ମନୁମେଣ୍ଟ ଅଥରିଟିଙ୍କ ବିନା ଅନୁମତିରେ, ତାପୁଣି ୭୫ ମିଟର ପରିଧି ମଧ୍ୟରେ କଂକ୍ରିଟ ନିର୍ମାଣ କରୁଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପରେ ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବା ଐତିହ୍ୟ କରିଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପ ପାଇଁ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ବି ସରିଛି। ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନ୍ ଅଧିନରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି ଟାଟା କମ୍ପାନୀ। ଏହାର ସମୀକ୍ଷା ପାଇଁ ଏଏସ୍ଆଇର ମହାନିର୍ଦ୍ଦେଶକ ମଧ୍ୟ ଆସିଥିଲୋ କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ କୌଣସି ମତ ରଖିନଥିଲେ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ପରିକ୍ରମା ପ୍ରକଳ୍ପ ହେଉ କିନ୍ତୁ ନିୟମ ଅନୁଯାୟୀ କରାଯାଉ।

Advertisment

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ୍ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କହିଛନ୍ତି କେବଳ ଟଏଲେଟ ଆଦି ନିର୍ମାଣ କରାଯାଉଛି। ବର୍ତ୍ତମାନ ଯାଏଁ ଅନ୍ୟ କୌଣସି କାମ ଆରମ୍ଭ ହୋଇନାହିଁ। ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ଯାହା କାର୍ଯ୍ୟ ଚାଲିଛି ତାହା ପ୍ରକଳ୍ପ ଅନ୍ତର୍ଗତ। ତାସହ NMAର ଅନୁମତି ପ୍ରସଙ୍ଗରେ କହିଛନ୍ତି, ଏବେ ଯେଉଁ ସ୍ଥାନରେ କାମ ଚାଲିଛି, ସେହି ସ୍ଥାନରେ ପୁର୍ବରୁ ଅନେକ ବହୁତଳ କୋଠାବାଡ଼ି ଥିଲାା ଏବେ ଯାହା ହେଉଛି ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁବିଧା ଲାଗି କରାଯାଉଛି।

ରିପୋର୍ଟ: ମଧୁସୂଦନ ମିଶ୍ର ଏବଂ ପ୍ରଦୀପ ମହାନ୍ତି

Jagannath Temple Srimandir Heritage Corridor
Advertisment
Advertisment