• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

ସୁଦୂର ସାଉଦି ଆରବରେ ପୁଅ ମରିବାର ଦୁଇ ମାସ ପୂରିଥିଲା l କିନ୍ତୁ ମୃତଦେହ ଗାଁକୁ ଆସିପାରୁ ନଥିଲା l ଅନେକ ଚେଷ୍ଟା ପରେ ଆଜି ମୃତଦେହ ପହଞ୍ଚିଲା ଗାଁରେ l ବୈଦେଶିକ ବ୍ୟାପାର ବିଭାଗ ଏବଂ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମୃତଦେହ ପହଞ୍ଚିବା ପରେ କରାଯାଇଛି ସତ୍କାର l

 

ସାଉଦି ଆରବରେ ଇଲେକ୍ଟ୍ରି କାମ କରିବାକୁ ଯାଇଥିଲା ପୁଅ l ହେଲେ ମୃତଦେହ ହୋଇ ଫେରିଲା ଗାଁକୁ l ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗାଁ ନୁଆସାହିର ପ୍ରହଲ୍ଲାଦ ପ୍ରଧାନଙ୍କ ଏକମାତ୍ର ୨୬ ବର୍ଷୀୟ ପୁଅ ଶୁଭକାନ୍ତ ପ୍ରଧାନ । ମୁମ୍ବାଇର ଏକ ଏଜେନ୍ସି ମାଧ୍ୟମରେ ଯାଇଥିଲେ ସାଉଦି ଆରବ l ସେଠାରେ ଏକ କମ୍ପାନୀରେ ଇଲେକ୍ଟ୍ରି କାମ କରୁଥିଲେ ଶୁଭକାନ୍ତ l

ହେଲେ ଗତ ଜାନୁଆରୀ ମାସ ୧୨ ତାରିଖରେ କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିଲେ l ଏହି ଖବର ପାଇ ପରିବାର ଲୋକେ ଶୁଦ୍ଧିକ୍ରିୟା ହୋଇ ସାରିଥିଲେ l ମାତ୍ର ଗାଁରେ ପହଞ୍ଚି ପାରି ନ ଥିଲା ମୃତଦେହ l ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ l ତଥାପି କୌଣସି ସୁଫଳ ମିଳିନଥିଲା । ପରିବାର ଲୋକଙ୍କ କଥା କେହି ଶୁଣିନଥିଲେ ।

ତେବେ ଶେଷରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀଙ୍କ ଦ୍ୱାରସ୍ଥ ହୋଇଥିଲା ଶୁଭକାନ୍ତଙ୍କ ପରିବାର । ଆଉ ପରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ହସ୍ତକ୍ଷେପ ଲୋଡ଼ିଥିଲେ । ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ ମୃତଦେହ ଫେରିଛି ଗାଁକୁ । ଆଜି ଶୁଭକାନ୍ତଙ୍କ ମୃତଦେହ ଗାଁରେ ପହଂଚିଛି l ଗୋଟିଏ ପଟେ ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ଶେଷରେ ପୁଅର ମୃତଦେହକୁ ଦେଖିବାର ସୌଭାଗ୍ୟ ପାଇଛନ୍ତି l