Advertisment

ତପସ୍ୱିନୀଙ୍କ ପରି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବ୍ରହ୍ମଗିରିର ଲକ୍ଷ୍ମୀପ୍ରିୟା

ସମାଧାନ ବାଟ ବାହାରିଲାନି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଶେଷରେ ଏହାକୁ ହିଁ ବାଛିନେଲେ।

author-image
Chandan Shishu
ଅଦ୍ୟତନ ହୋଇଛି
dharana in front of father in law house

dharana in front of father in law house

ପିପିଲି: ବ୍ରହ୍ମପୁରର ତପସ୍ୱିନୀଙ୍କ ପରି ଶ୍ୱଶୁର ଘର ଆଗରେ ଆଉ ଜଣେ ମହିଳାଙ୍କ ଧାରଣା। ଏହି ଘଟଣା ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ହରିଦାସ ଗାଁର  ଲକ୍ଷ୍ମୀପ୍ରିୟା ଦଳାଇ ନାମକ ଜଣେ ମହିଳା ଗାଁର ଦିବାକର ଦଳାଇଙ୍କ ଘର ଆଗରେ ଧାରଣା ଦେଇଛନ୍ତି। ନ୍ୟାୟ ପାଇବା ପର୍ଯ୍ୟନ୍ତ ସେ ଧାରଣା ଦେବେ ବୋଲି କହିଛନ୍ତି। ଅଭିଯୋଗ ଅନୁସାରେ ବିବାହ ପରେ ଲକ୍ଷ୍ମୀପ୍ରିୟାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିଲେ।

Advertisment

ତେଣୁ ବାପଘରକୁ ସେ ପଳାଇଥିଲେ। ପରେ ସମାଧାନ ହୋଇ ପୁଣି ଶାଶୁଘରକୁ ଫେରିଥିଲେ ଲକ୍ଷ୍ମୀପ୍ରିୟା। ଏହି ସମୟରେ ଛାଡ଼ପତ୍ର ମାମଲା ଦାୟର କରିଥିଲେ। ଦିବାକର ଓ ମାଡ଼ ମାରି ଲକ୍ଷ୍ମୀପ୍ରିୟାଙ୍କୁ ଘରୁ ତଡ଼ି ଦେଇଥିଲେ। ୫ ବର୍ଷ ପରେ ଛାଡ଼ପତ୍ର ମାମଲା ରଦ୍ଦ ହୋଇଥିଲା। ଏହା ପରେ ଗତକାଲିଠାରୁ ଦିବାକରଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଲକ୍ଷ୍ମୀପ୍ରିୟା। ଏହି ଘଟଣା ନେଇ ଦିବାକରଙ୍କ ପରିବାରପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏନେଇ ଅଭିଯୋଗକାରିଣୀ କହିଛନ୍ତି ଯେ, ମୋ ସ୍ୱାମୀ ବାହାଘର ପରେ ବୋଲେରୋ କିଣିବା ପାଇଁ ୩ ଲକ୍ଷ ଦେବାକୁ କହିଥିଲେ। ମୋର ବାପଘର ଲୋକ ୧ ଲକ୍ଷ ଦେଇଥିଲେ। ଆଉ ୨ ଲକ୍ଷ ନଦେଇ ପାରିବାରୁ ମୋତେ ନିର୍ଯାତନା ଦେବା ସହ ଘରୁ ବାହାର କରିଦେଲେ। 

Advertisment
Marital Dispute Puri
Advertisment
Advertisment