• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପେଟ ପାଇଁ ନାଟ ,ନିଜ ପେଟକୁ ଦାନା ଯୋଗାଇବା ପାଇଁ କଳାକାର ସାଜିଲେ ବ୍ୟବସାୟୀ । ଗାଁକୁ ଗାଁ ବୁଲି କେତେବେଳେ ଗୁପଚୁପ ତ ପୁଣି କେତେବେଳେ ଆଇସକ୍ରିମ୍‌ ବିକି ପେଟ ପାଇଁ ନାଟ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କଷ୍ଟ କରୁଛନ୍ତି ଜଣେ ବ୍ୟବସାୟୀ । ଗାଁକୁ ଗାଁ ବୁଲି ଗୁପ୍‌ଚୁପ୍‌ ଓ ଆଇସ୍‌କ୍ରିମ୍‌ ବିକ୍ରି କରିବା ସହ ଦାଶକାଠିଆ ବଜାଇ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଠ କରୁଛନ୍ତି । ଯାହା ଏବେ ଚର୍ଚ୍ଚାର ପରିଧିକୁ ଆସିଛି ।

ଭାଇରାଲ ହେଉଥିବା ଭିଡ଼ିଓରେ ଗୀତଟି ଲୋକଙ୍କ ମନକୁ ଜିଣିଛି । ବେଶ ଚର୍ଚ୍ଚାକୁ ଆସିଛି ଗୁପ୍‌ଚୁପ୍‌ବାଲା ଗୀତ । ଗୁପଚୁପ ଵାଲା ଆସିଚେ, ମା’ କେ ଝିଅ କହୁଚେ, ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ । ଏଭଳି ଗୀତ ଦାସକାଠିଆ ମାଧ୍ୟମରେ ଗୁପୁଚୁପ ବିକୁଛନ୍ତି ବ୍ୟକ୍ତି ଜଣକ

ଗୁପ୍‌ଚୁପ୍‌ ବିକାଳି ବୌଦ୍ଧ ଜିଲ୍ଲାର ପିଙ୍ଗିଲାବେଡାର ଗ୍ରାମର ଦୁର୍ଯ୍ୟୋଧନ ସାହୁ (କଂଭୂଧର) ବୋଲି ଜଣାପଡିଛି । କମ୍ବୁଧରଙ୍କ ଗୀତ ଶୁଣି ଛୁଆ ଗୁପଚୁପ ଖାଇବାକୁ ଆସନ୍ତୁ କି ନଆସନ୍ତୁ କିନ୍ତୁ ତାଙ୍କର ଭିଡିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଥିବାବେଳେ ଲୋକେ ବି ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

  • Reported by:
  • Rabindra Hota