• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଜେଲରୁ ବାହାରିଲେ ପତିଆରା ଦେଖାଇଲେ । ଗତ ଡ୍ରାଇଭର ଆନ୍ଦୋଳନ ସମୟରେ ୧୩ ତାରିଖରେ ଗିରଫ ହୋଇ ଜେଲ ଯାଇଥିବା ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରାଙ୍କୁ ଓଡ଼ିଶା ଡ୍ରାଇଭର ସଂଘ ଜବରଦସ୍ତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛି । ଦେବଗଡ଼ରେ ଆଜି ସଂଘର ହଜାର ହଜାର ସଦସ୍ୟ ଏକାଠି ହୋଇ ଆଦିତ୍ୟଙ୍କୁ ସ୍ବାଗତ କରିଛନ୍ତି । ଏହି ସମୟରେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଡ୍ରାଇଭର ସଂଘର ଏକ ରାଲି ଦେବଗଡ ନୂଆ ବସଷ୍ଟାଣ୍ଡରୁ ବାହାରି ଆଦିତ୍ୟଙ୍କ ଘର ପର୍ଯ୍ୟନ୍ତ ଯାଇ ତାଙ୍କୁ ଛାଡିଥିଲା । ସରକାର ସଂଘର ଦାବି ନଶୁଣିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କରିଛନ୍ତି ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ୭ ଦଫା ଦାବିରେ ଡ୍ରାଇଭର ମହାସଙ୍ଘ ରାଜ୍ୟ ବ୍ୟାପି ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସେତେବେଳେ ଆଦିତ୍ୟ ବେହେରାଙ୍କୁ ଗିରଫ କରାଯାଇଥିଲା ।

ଗତ ୮ ତାରିଖରେ ୭ଦଫା ଦାବି ନେଇ ଡ୍ରାଇଭର ମହାସଂଘ ରାଜ୍ୟ ବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା । ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇ ରାଜ୍ୟବ୍ୟାପୀ ଗାଡ଼ି ଚଳାଚଳ ଠପ୍ କରିଥିଲା । ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଓଟିଭିକୁ ସୂଚନା ଦେଇ କହିଥିଲେ ଯେ, ମୁଖ୍ୟତଃ ପୁଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ି ପାର୍କିଂ ସ୍ଥାନରେ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ଡ୍ରାଇଭର ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ ଆଦି ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏ ଆନ୍ଦୋଳନ ଚାଲିବ ।

ପରେ ଜୁଲାଇ ୧୨ ତାରିଖରେ ଡ୍ରାଇଭର୍ ସଂଘରେ ଫାଟ ଦେଖାଦେଇଥିଲା । ଗୋଟେପଟେ ଡ୍ରାଇଭର୍ ସଂଘର ଆନ୍ଦୋଳନ, ଅନ୍ୟପଟେ ଗଡ଼ିଲା ବସ୍ । ୪ ଦିନ ଧରି ରାସ୍ତାରେ ଡ୍ରାଇଭର୍ ମାନେ ଆନ୍ଦୋଳନରେ ବସିଥିବା ବେଳେ ଏହାକୁ ଖୋଲାଖୋଲି ନମାନି ଗାଡ଼ି ଚଳାଇଥିଲେ ଡ୍ରାଇଭର୍ ମାନେ । ଫଳରେ ରାଜ୍ୟର ବସ୍ ମାଲିକ ସଂଘ ବିଭିନ୍ନ ସ୍ଥାନରୁ ଗାଡ଼ି ଛାଡ଼ିଥିଲା । ଡ୍ରାଇଭର୍ ମାନେ ବି ଏହି ଆନ୍ଦୋଳନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ପରେ ଓଡିଶା ଡ୍ରାଇଭର ମହାସଙ୍ଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ପୋଲିସ ଗିରଫ କରିଥିଲା । ଦେବଗଡ଼ ନୂତନ ବସଷ୍ଟାଣ୍ଡରେ ଥିବା ଜିଲ୍ଲା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରୁ ଗିରଫ କରିଥିଲା ପୋଲିସ। ଆଦିତ୍ୟଙ୍କ ବିରୁଦ୍ଧରେ ମଞ୍ଚେଶ୍ୱର ଥାନାରେ ମିନି ଟ୍ରକ ମାଲିକ ସଙ୍ଘ ଅଭିଯୋଗ କରିଥିଲେ । ଡ୍ରାଇଭର ମାନଙ୍କୁ ଅସମ୍ମାନ କରାଯାଉଛି ବୋଲି ସଂଘ ଅଭିଯୋଗ କରିଥିଲା ।

ଏହି ଅଭିଯୋଗରେ ପରେ ପୋଲିସ ଆଦିତ୍ୟଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା । ଏନେଇ ଦେବଗଡ ଜିଲ୍ଲା ଡ୍ରାଇଭର ମହାସଂଘ ସମ୍ପାଦକ ରଞ୍ଜିତ ପ୍ରଧାନ ସୂଚନା ଦେଇଥିଲେ । ଆଦିତ୍ୟଙ୍କ ଦେହ ଅସୁସ୍ଥ ଥିବାବେଳେ ତାଙ୍କୁ ରାତି ଅଧିଆ ଗିରଫ କରାଯାଇଥିବା ସେ କହିଥିଲେ । ହେଲେ ଆଜି ସେ ଜେଲରୁ ବାହାରିଥିବାରୁ ତାଙ୍କୁ ବିରାଟ ସ୍ବାଗତ କରାଯାଇଛି ।