Advertisment

ଆଉ ୫ ସରକାରୀ ଅଧିକାରୀଙ୍କୁ ବିଦା କଲେ ଓଡ଼ିଶା ସରକାର

କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Compulsory Retirement

Compulsory Retirement

କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Advertisment

ଅବସର ଦିଆଯାଇଥିବା ଏହି ୫ ସରକାରୀ ଅଧିକାରୀ ହେଲେ- କଳାହାଣ୍ଡି IUCAW ଡିଏସ୍‌ପି ରବୀନ୍ଦ୍ର ସେଠୀ, ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁର, ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେକ୍ଟର ବିନୋଦ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଓ କରଞ୍ଜିଆ NAC ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକ। ଏଯାବତ୍‌ ୧୫୧ ଅଧିକାରୀଙ୍କୁ ରାଜ୍ୟ ସରକାର ବିଦା କରି ସାରିଲେଣି। 

ସୂଚନାଥାଉ କି, କିଛିଦିନ ପୂର୍ବେ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ବାଲିକୁଦା ବ୍ଲକ ସିଡିପିଓ ସରଳା ଦେଇ, ବାଲିକୁଦା ଅଙ୍ଗନବାଡ଼ି ସୁପରଭାଇଜର ପ୍ରତିମା ସାହୁ, ଅନୁଗୁଳ ପିଟିସି ପୋଲିସ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରା, କେନ୍ଦୁଝର ସଦର ତହସିଲ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। 

Advertisment
Odisha Government Compulsory Retirement Odisha Compulsory Retirement
Advertisment
Advertisment