/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650636122.jpg)
Matric Exam
ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବେଳେ ମୁତୟନ ହେବେ ସେଣ୍ଟର ଅଫିସର। ପ୍ରତି ସେଣ୍ଟର ଓ ନୋଡାଲ ସେଣ୍ଟର ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ। ସବୁ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏଭଳି ଲୋକଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରୀକ୍ଷାଗତ ଆଇନଶୃଙ୍ଖଳା ନିମନ୍ତେ ସେରୱାରୀ ପୋଲିସ ମୁତୟନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ନୋଡାଲ ସେଣ୍ଟରରେ ସିସିଟିଭି ସହ କଡ଼ା ନିରାପତ୍ତା ବ୍ୟବସ୍ଥା ନିର୍ଦ୍ଦେଶ ଦିଆଯାଇଛି।
ନକଲି ପ୍ରଶ୍ନପତ୍ର ଏବଂ ଗୁଜବକାରୀଙ୍କ ଉପରେ ପୋଲିସର କଡ଼ା ନଜର ରହିବ। ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରେ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା, ପରୀକ୍ଷା ସଂଚାଳନ, ଉତ୍ତରଖାତାକୁ ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଏବଂ ମୂଲ୍ୟାୟନ ଆଦି କାର୍ଯ୍ୟକୁ ଶୃଙ୍ଖଳିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ। ଆଜି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।.ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)