Advertisment

ଗାଈକୁ ଫେରାଇ ଦେବାକୁ ଜିଲ୍ଲାପାଳଙ୍କ ଆଗରେ କାନ୍ଦିଲେ ବୃଦ୍ଧା

ମଣିଷ ଓ ଓ ଜୀବ ଜନ୍ତୁଙ୍କୁ ନେଇ ଥିବା ଅନାବିଳ ସଂପର୍କର ଚିତ୍ର ଅନେକ ସମୟରେ ନଜରକୁ ଆସିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Woman-Cow Relation

Woman-Cow Relation

ସୁବର୍ଣ୍ଣପୁର: ମଣିଷର ପ୍ରିୟ ଜିନିଷ କଣ ହୋଇପାରେ ? ସବୁଠୁ ଆପଣର କିଏ ? କାହାକୁ ସେ ସବୁଠୁ ଅଧିକ ଭଲ ପାଏ ? ସମ୍ପର୍କୀୟ, ସମ୍ପତ୍ତି ନା ଆଉ କିଛି ? ଏପରି ପଚାରିବାର କାରଣ ହେଉଛି- ଗାଈ ପାଇଁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଜଣେ ମହିଳା। ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ, ଜୀବନ ହାରି ଦେବେ ବୋଲି କହିଛନ୍ତି। ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ କଥା। ବୃଦ୍ଧା ଜଣକ ଜିଲ୍ଲାପାଳଙ୍କୁ କହୁଛନ୍ତି ମୋ ଗାଈକୁ ଫେରାଇ ଦିଅ। ମା, ମୋ ପ୍ରିୟ ଗାଈଟିକୁ ମୋତେ ଫେରାଇଦିଅ। ମୋ ଗାଈ ନମିଳିଳେ ମୁଁ ଜୀବନ ହାରିଦେବି।

Advertisment

ଏ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ନିରାଶ୍ରୟା ବୃଦ୍ଧା ତରାସ ବାଘ। ସେ ଆଜିକୁ ୨୦ ବର୍ଷହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ମୁଣ୍ଡଗୁଞ୍ଜି ଆସୁଛନ୍ତି। ଦିନତମାମ ଭିକମାଗି ଯାହାମିଳେ ନିଜେ ଖାଇବା ସହିତ ବୁଲା ଗୋରୁ ଗାଇଙ୍କୁ ଖାଇବାକୁ ଦିଅନ୍ତି। ଏମିତିକି ଅନେକ ସମୟରେ ଗାଇମାନଙ୍କ ସହ ଗୋଟିଏ ପାତ୍ରରେ ଖାଉଥିବା ମଧ୍ୟ ନଜରକୁ ଆସିଛି। ତେବେ ସହରରେ ବୁଲୁଥିବା ଗୋରୁ ଗାଇଙ୍କ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟଥିବାରୁ ପୌର ପରିଷଦ ପକ୍ଷରୁ ବୁଲା ଗୋରୁଗାଇଙ୍କୁ ନେଇ କାଂଜିଆହୁଦାରେ ରଖାଯାଇଛି।

ତେବେ ତାଙ୍କ ପାଖକୁ ଆସୁଥିବା ତାଙ୍କର ଅତିପ୍ରିୟ ଗାଈଟିକୁ ପୌର ପରିଷଦ ପକ୍ଷରୁ ନିଆନଯିବାକୁ କହିବା ସହ ଏନେଇ ଦରକାର ପଡିଲେ ଫାଇନ ଦେଇଦେବେବୋଲି ମଧ୍ୟ ବୃଦ୍ଧାଜଣକ କହିଥିଲେ। କିନ୍ତୁ ପୌର ପରିଷଦ ପକ୍ଷରୁ ତାଙ୍କର କୌଣସି କଥା ଶୁଣାନଯିବା ସହ ତାଙ୍କର ଅନୁପସ୍ଥିତିରେ ଗାଈକୁ ପୌର ପରିଷଦ ନେଇଯାଇଥିବା ଅଭିଯୋଗ କରିଛନ୍ତି। ତେବେ ଗାଈକୁ ନପାଇ ପାଗଳ ପ୍ରାୟ ବୃଦ୍ଧା ଜଣକ। ନିଜର ଗାଈଟିକୁ ଫେରଇଦେବା ପାଇଁ ପୌର ପରିଷଦ ପାଖରେ ଗୁହାରୀ କରିକରି ନିରାଶ ହେବାପରେ ଶେଷରେ ୨ମାସ ହେଲା ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଆସୁଥିଲେ ହେଁ ଜିଲ୍ଲପାଳଙ୍କ ଭେଟ ପାଇନଥିଲେ।

Advertisment

ତେବେ ବୁଧବାର ହଠାତ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଆଗରେ ଦେଖିଲାପରେ ଭୋ ଭୋ ହୋଇ କାନ୍ଦିବା ସହ ତାଙ୍କର ଗାଈକୁ ପ୍ରଶାସନ ଫେରାଇନଦେଲେ ସେ ଜୀବନ ହାରିଦେବେ ବୋଲି କହିଛନ୍ତି। ସେପଟେ ଜିଲ୍ଲାପାଳ ବୃଦ୍ଧାଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଗାଇ ତାଙ୍କୁ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ବୃଦ୍ଧାଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଫେରିଯାଇଛନ୍ତି। ଶେଷରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ ଗାଈକୁ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ମଣିଷ ଓ ଜୀବ ଜନ୍ତୁଙ୍କ ସଂପର୍କ ଅନେକ ନିବିଡ। ମଣିଷ ଓ ଓ ଜୀବ ଜନ୍ତୁଙ୍କୁ ନେଇ ଥିବା ଅନାବିଳ ସଂପର୍କର ଚିତ୍ର ଅନେକ ସମୟରେ ନଜରକୁ ଆସିଛି। ଗତ କିଛିଦନ ତଳେ ହଜିଯାଇଥିବା ଶୁଆ କୋକୋକୁ ନେଇ ହୋଇଥିବା ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଦେଇଥିଲା। ହେଲେ ଏବେ ଗାଇ ଓ ମଣିଷର ଅନାବିଳ ପ୍ରେମ ସଂପର୍କକୁ ନେଇ ଏହି ଚିତ୍ର ଦେଖିଲେ, ଆପଣଙ୍କ ଆଖିରୁବି ଲୁହ ଝରିଆସିବ।

Collector Woman Cow Relationship
Advertisment
Advertisment