• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିକାରୀ ଫାଶରେ ପଡ଼ି କୌଣସି ଅଘଟଣ ପୂର୍ବରୁ ଉଦ୍ଧାର ହେଲା କଲରାପତରିଆ ବାଘ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଗୋପାଳପୁର ଅଞ୍ଚଳରୁ ଆଜି ଆହତ ଅବସ୍ଥାରେ ଏକ କଲରାପତରିଆ ବାଘକୁ ସୁରକ୍ଷିତ ଉଦ୍ଧାର କରିଛି ବନ ବିଭାଗ ।

ଆଜି ସକାଳେ ସ୍ଥାନୀୟ ଲୋକେ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ଏକ ଶବ୍ଦ ଶୁଣିଥିଲେ । ପରେ ଏକ ବାଘ ଫାସରେ ପଡ଼ିଥିବା ଦେଖିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଥିଲା । ପରେ ଆରସିସିଏଫ୍ ନିର୍ଦ୍ଦେଶରେ ତୁରନ୍ତ ଅନୁଗୁଳ ଡିଏଫ୍ଓଙ୍କ ସମେତ ବାଘ ଉଦ୍ଧାରକରୀ ଦଳ ମଧ୍ୟ ପହଞ୍ଚିଥିଲା ।

୧୨ ଘଣ୍ଟାର ଅପରେସନ ପରେ କଲରାପତରିଆ ବାଘ, ଫାଶରୁ ମୁକୁଳିଥିଲା । ବାଘକୁ ଟ୍ରାଙ୍କୁଲାଇଜ୍ କରି ଅଚେତ କରିବା ପରେ ସୁରକ୍ଷିତ ଭାବେ ଯନ୍ତାକୁ ଅଣାଯାଇଥିଲା । ସେଠାରେ ତାର ଚିକିତ୍ସା କରାଯାଇଛି । ବାଘର ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି । ସୁସ୍ଥ ହେବା ପରେ ତାକୁ କୋର ଏରିଆରେ ଛାଡ଼ିଦିଆଯିବ । ବାରହା ଶିକାର ପାଇଁ ବିଛାଯାଇଥିବା ତାରରେ ସେ ଫସିଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କହିଛନ୍ତି ।