• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାପ ପାଟିରୁ ବାହାରିଲା ୮ଟି କୁକୁଡ଼ା ଅଣ୍ଡା । ଗୋଟିଏ ପରେ ଗୋଟିଏ ଗୋଟା କୁକୁଡ଼ା ଅଣ୍ଡା ସାପ ପାଟିରୁ ବାହାରିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ବି ହୋଇଛନ୍ତି । 

ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ । ଏହି ନାଗ ସାପଟି ଏକ ବିରଳ ପ୍ରଜାତିର ବୋଲି କୁହାଯାଉଛି । ସାଧାରଣ ନାଗ ସାପଠାରୁ ଏହାର ରଙ୍ଗ ଅଧିକ ଧଳା । ଏହାକୁ ଚମ୍ପା ନାଗ ବୋଲି କୁହାଯାଉଛି । ସାପଟି ଏକ କୁକୁଡ଼ା ଭାଡ଼ିରେ ପଶିଥିବା ବେଳେ ତାକୁ ଉଦ୍ଧାର କରିଛନ୍ତି କୃଷ୍ଣ ଗୋଚ୍ଛାୟତ ଓ ତାଙ୍କ ପତ୍ନୀ ସସ୍ମିତା ଗୋଚ୍ଛାୟତ ।

ସାପଟିର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହାର ଲମ୍ବ ୭ ଫୁଟରୁ ଅଧିକ ବୋଲି ଜଣାପଡ଼ିଛି । କିଛି ଦିନ ହେବ ଗାଁରୁ ଅନେକ କୁକୁଡ଼ା ଚିଆଁ ଓ ଅଣ୍ଡା ଉଭାନ ହୋଇଯାଉଥିଲା । ଏହି ସାପଟି ସେହି ସବୁ ଚିଆଁ ଓ ଅଣ୍ଡା ଖାଇଥିବା ଅନୁମାନ କରାଯାଉଛି । ସାପଟିକୁ ଉଦ୍ଧାର କରିବ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ସସ୍ମିତା ।