Advertisment

ନିର୍ମାଣଧିନ ଆନ୍ତରାଜ୍ୟ ବସ୍ ଟର୍ମିନାଲ ବୁଲି ଦେଖିଲେ ପାଣ୍ଡିଆନ୍

ବିଡିଏ ପକ୍ଷରୁ ଚନ୍ଦ୍ରଶେଖରପୁରରେ ପିପିପି ମୋଡରେ ନିର୍ମାଣ ହେଉଥିବା ହାଉସିଂ ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରାଯିବାକୁ ସ୍ଥିର ହୋଇଛି। ସେହିପରି ଇନଫୋସିଟିଠାରେ ଇନକ୍ୟୁବେସନ୍ ଟାଓ୍ବାର ପ୍ରକଳ୍ପ ନେଇ 5T ସଚିବ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି।

author-image
Chandan Shishu
ନିର୍ମାଣଧିନ ଆନ୍ତରାଜ୍ୟ ବସ୍ ଟର୍ମିନାଲ ବୁଲି ଦେଖିଲେ ପାଣ୍ଡିଆନ୍

5t secretary V K Pandian

ଭୁବନେଶ୍ୱର: ବରମୁଣ୍ଡାରେ ନିର୍ମାଣଧିନ ଆନ୍ତରାଜ୍ୟ ବସ୍ ଟର୍ମିନାଲ ସହ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥଳ ବୁଲି ଦେଖିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍। ବିଭିନ୍ନ ପ୍ରକଳ୍ପ ନେଇ ସେ ସମୀକ୍ଷା ମଧ୍ୟ କରିଛନ୍ତି। ବରମୁଣ୍ଡାରେ ୧୫.୫ ଏକର ଜାଗାରେ ବିଡିଏ ପକ୍ଷରୁ ୧୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି ବସ୍ ଟର୍ମିନାଲ। ଆସନ୍ତା ୨୦୨୨ ଜୁନ୍ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିପରି ଜୟଦେବ ବିହାର-ପଟିଆ ରୋଡରେ ଭିଡ କମାଇବା ଉଦ୍ଦେଶ୍ୟରେ ସିଆରପିଏଫ ଛକରୁ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାଥମେଟିକ୍ସ ପର୍ଯ୍ୟନ୍ତ ନିର୍ମାଣଧିନ ରାସ୍ତା ନେଇ ସମୀକ୍ଷା କରିଛନ୍ତି।

Advertisment

ଏପଟେ ବିଡିଏ ପକ୍ଷରୁ ଚନ୍ଦ୍ରଶେଖରପୁରରେ ପିପିପି ମୋଡରେ ନିର୍ମାଣ ହେଉଥିବା ହାଉସିଂ ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ କରାଯିବାକୁ ସ୍ଥିର ହୋଇଛି। ସେହିପରି ଇନଫୋସିଟିଠାରେ ଇନକ୍ୟୁବେସନ୍ ଟାଓ୍ବାର ପ୍ରକଳ୍ପ ନେଇ ସେ ସମୀକ୍ଷା କରିଛନ୍ତି। ଏସବୁ ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ସହ ଉନ୍ନତମାନର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି 5T ସଚିବ। ଆଜି ସକାଳୁ ସକାଳୁ ଏସବୁ ପ୍ରକଳ୍ପ ସ୍ଥାନ ପରିଦର୍ଶନ ବେଳେ ବିଏମସି କମିଶନର ସଂଜୟ  ସିଂ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା, IDCOର ଏକଜିକ୍ୟୁଟିଭ ଡାଇରେର ଭୂପେନ୍ଦ୍ର ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।  

ଗତ ଡିସେମ୍ବର ୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟର ସମୀକ୍ଷା କରିଥିଲେ। ୧୮୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ରୂପ ନେବାକୁ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲର କାର୍ଯ୍ୟ ବୁଲି ଦେଖିବା ସହ ଏହା ଆସନ୍ତା ୧୮ମାସ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହି କାର୍ଯ୍ୟ ପାଇଁ ମୋଟ ୧୮୦କୋଟି ଟଙ୍କା ଖର୍ଚ୍ଚ ହେବ ଓ ଆସନ୍ତା ୧୮ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Advertisment

ଏହି ପ୍ରକଳ୍ପର ଗୋଟିଏ ଭାଗ ଖଣ୍ଡଗିରି ବସ ଡିପୋ ଓ ଅନ୍ୟଟି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ। ସେହି ସମୟରେ ଖଣ୍ଡଗିରି ବସ୍ ଡିପୋ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିଲା। ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍ ଟର୍ମିନାଲ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଠାରେ ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧାସୁଯୋଗ ସହ ବସ୍ ଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି।

Odisha News Odisha Government Baramunda Bus Terminal Bus Stand Development
Advertisment
Advertisment