Advertisment

ଟ୍ରେଜେରୀ ଗଲା ୫ କୁଇଣ୍ଟାଲ ରୁପା

ଆସନ୍ତାବର୍ଷ ରଥଯାତ୍ରାବେଳେ କଳାହାଟ ଦ୍ୱାର ରୁପା ଛାଉଣୀ ହେବ। ଏଣୁ ଏତେଦିନ ପର୍ଯ୍ୟନ୍ତ ନିଳାଦ୍ରୀ ଭକ୍ତ ନିବାସରେ ରୁପାକୁ ସୁରକ୍ଷିତ ରଖିବା ସମ୍ଭବ ହେଉନଥିବାରୁ ଏହାକୁ କୋଷାଗାରକୁ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା।

author-image
Chandan Shishu
ସ୍ଥାନାନ୍ତରିତ ହୋଇତିବା ରୁପା ବାକ୍ସ

ସ୍ଥାନାନ୍ତରିତ ହୋଇତିବା ରୁପା ବାକ୍ସ

ପୁରୀ: ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲାପାଳଙ୍କ ଠାରୁ ସବୁଜ ସଂକେତ ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ରୁପାକୁ ସ୍ଥାନାନ୍ତର କରୁଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାବର୍ଷ ରଥଯାତ୍ରାବେଳେ କଳାହାଟ ଦ୍ୱାର ରୁପା ଛାଉଣୀ ହେବ।

Advertisment

ଏଣୁ ଏତେଦିନ ପର୍ଯ୍ୟନ୍ତ ନିଳାଦ୍ରୀ ଭକ୍ତ ନିବାସରେ ରୁପାକୁ ସୁରକ୍ଷିତ ରଖିବା ସମ୍ଭବ ହେଉନଥିବାରୁ ଏହାକୁ କୋଷାଗାରକୁ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣି କାମ ଶେଷ ହୋଇଛି। 

ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସରିଯାଇଛି। କେବଳ କଳାହାଟ ଦ୍ୱାର ରୁପା ଛାଉଣି ହେବା ବାକି ରହିଛି। ପ୍ରାୟ ଏଗାରଟି ବାକ୍ସରେ ୫ କ୍ୱିଣ୍ଟାଲ ରୁପା ରହିଛି।

Advertisment
Puri Jagannath Temple Silver
Advertisment
Advertisment