• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦୁନିଆର ସବୁଠୁ ଉଚ୍ଚତମ ସ୍ଥାନରେ ରହିଛି ଏହି ଡାକଘର

ଗୋଟେ ପୋଷ୍ଟ ଅଫିସ୍‌ କେତେ ନିଆରା ହୋଇପାରେ । ସାଧାରଣ ପୋଷ୍ଟ ଅଫିସ୍‌ ଠାରୁ ଟିକେ ଅଧିକ ବଡ ହୋଇଥିବ । ଏହାର ଇଣ୍ଟେରିଅର୍ ବହୁତ ଭଲ ଥିବ । ହେଲେ କେବେ ଭାବିଛନ୍ତି ଏକ ବିଶାଳକାୟ ପାହାଡର ଶିଖରକୁ ଯିବାକୁ ପଡିପାରେ ଏକ ପୋଷ୍ଟ ଅଫିସ ପାଇଁ । ଏଭଳି ଏକ ନିଆରା ପୋଷ୍ଟ ଅଫିସ୍‌ ଦେଖିବା ପାଇଁ ଆପଣଙ୍କୁ ଏକ ପାହାଡର ପାଦ ଦେଶଠାରୁ ୫ହଜାର ମିଟର ଉପରକୁ ଯିବାକୁ ପଡିବ । ଆବଡା ଖାବଡା ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ପଡିବ । ସାପ ପରି ନଦୀକୁ ପାର କରିବାକୁ ପଡିବ…ଯିବାକୁ ଚାହିଁବେ କି । ଯଦି ଯିବାକୁ ଚାହିଁବେ ତେବେ ଏଥିପାଇଁ ଆପଣଙ୍କୁ ଯିବାକୁ ପଡିବ ହିମାଚଳ ପ୍ରଦେଶର ସ୍ପୀତି ଘାଟିକୁ । ଏହି ଘାଟି ପୃଥିବୀର ସବୁଠାରୁ ଉଚ୍ଚ ଠିକଣାରେ ରହିଛି ।

ଏହି ପୋଷ୍ଟ ଅଫିସ ଯିବାର ରାସ୍ତା ବେଶ୍‌ ଭୟଙ୍କର । କିନ୍ତୁ ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ୫ ହଜାର ଫୁଟ ଉପରକୁ ପହଞ୍ଚିବା ପରେ ଆପଣଙ୍କୁ ଏହି ସ୍ଥାନଟି କୌଣସି ମରୁଭୂମିର ଅନୁଭୂତି ଦେବ । କୌଣସି ଭିନ୍ନ ଦୁନିଆର ଅନୁଭୂତି ଦେବ । ସ୍ପୀତି ଘାଟିର ପାହାଡର ମଧ୍ୟବର୍ତ୍ତୀ ଅଂଚଳରେ ରହିଛି ଏକ ଛୋଟ ଗାଁ ହିକ୍କିମ୍‌ । ଏହି ଗାଁରେ ହିଁ ରହିଛି ଦୁନିଆର ସବୁଠାରୁ ଉଚ୍ଚ ଡାକଘର ବା ପୋଷ୍ଟ ଅଫିସ୍‌ ।

ଏହି ପୋଷ୍ଟ ଅଫିସ୍‌ ଆଖପାଖ ଗାଁର ଲୋକମାନଙ୍କୁ ବାହାର ଦୁନିଆ ସହ ଯୋଡିଥାଏ । ଲୋକମାନେ ଏଠାକୁ ଆସନ୍ତି ଚିଠି ପକାଇବା ପାଇଁ ଆଉ ଟଙ୍କା ଜମା କରିବା ପାଇଁ । ଏଠାକୁ ଅନେକ ବାହାଦୂର କର୍ମଚାରୀ ଆସନ୍ତି, ଯେଉଁମାନେ ଦୁନିଆର ସବୁଠାରୁ ଉଚ୍ଚ ପୋଷ୍ଟ ଅଫିସରୁ ବାକି ଦୁନିଆକୁ ଚିଠି ଆଉ ସନ୍ଦେଶ ପଠାଇଥାଆନ୍ତି । ରିଂଚେନ୍‌ ସେରିଂଗ ଗତ ୩୫ ବର୍ଷ ହେବ ଏହି ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ କାମ କରୁଛନ୍ତି । ଆଉ ସେବେଠାରୁ ହି ଏହି ପୋଷ୍ଟ ଅଫିସ୍‌ ଚାଲୁଛି ।

highest post officehighest post office

୧୯୮୩ ମସିହାରେ ଏହି ପୋଷ୍ଟ ଅଫିସ ଖୋଲିଥିଲା । କିନ୍ତୁ ବରଫପାତ କାରଣରୁ ଏହି ପୋଷ୍ଟ ଅଫିସ ବର୍ଷର ୬ମାସ ପର୍ଯ୍ୟନ୍ତ ବନ୍ଦ ରୁହେ । ଏହା ଡାକସେବାର ନିଆରା ଅନୁଭୂତି ଦିଏ । କାରଣ ବାସ୍ତବରେ ଏହି ପୋଷ୍ଟ ଅଫିସ୍‌ ଚଳାଇବା ସହଜ କାମ ନୁହେଁ । ଦୁଇଜଣ ଡାକ ପଅନ୍ ପ୍ରତିଦିନ ୪୬ କିଲୋମିଟର ପାଦରେ ଚାଲି ଚାଲି ଯାଇ ଡାକ ନେଇ ଆସନ୍ତି । ଏହି ରାସ୍ତା ନା ସିଧା, ନା ସହଜ । କୁହାଯାଏ ଏହା ଶେଷ ପଏଣ୍ଟ ଯାହା ହିକ୍କିମକୁ ବାକି ଦୁନିଆ ସହ ଯୋଡିଥାଏ । ବାକି ପରିବହନ କାମ ଏଠାରେ ବସ୍‌ ମାଧ୍ୟମରେ ହୋଇଥାଏ ।

highest post officehighest post office

ଏହି ପୋଷ୍ଟ ଅଫିସ୍‌ ଆଖପାଖର ୪-୫ଟି ଗାଁ ପାଇଁ କାମ କରେ । ଏହି ଗାଁ ଗୁଡିକର ଜନସଂଖ୍ୟା ମଧ୍ୟ ବେଶ୍‌ କମ୍‌ । ଏଠାରେ ମୋବାଇଲ୍‌ ଫୋନ ବେଶ୍‌ କଷ୍ଟରେ କାମ କରେ । ଇଣ୍ଟରନେଟ୍‌ ସୁବିଧା ନାହିଁ କହିଲେ ଚଳେ । କିନ୍ତୁ ଏହି ପୋଷ୍ଟ ଅଫିସ ମାଧ୍ୟମରେ ହି ଏହି ଗାଁର ଲୋକମାନେ ଦୁନିଆ ସହ ଜଡିତ ହୋଇପାରନ୍ତି । ଏଠାରେ ଲୋକମାନେ ବେଶ୍‌ ନିର୍ମଳ ଓ କୋମଳ ହୃଦୟର । ପାହାଡି ଲୋକମାନେ ସବୁବେଳେ ଏକ ସାଧାରଣ ଓ ଶାନ୍ତିପ୍ରିୟ ଜୀବନ ବିତାଇବାରେ ବିଶ୍ୱାସ କରନ୍ତି । ତେଣୁ ଏହି ସ୍ଥାନଟି ଆଡଭେନଚର ପ୍ରିୟ ଲୋକମାନଙ୍କର ମଧ୍ୟ ପସନ୍ଦ ପାଲଟି ସାରିଛି ।