/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665117717.jpg)
400 people evacuated as landslides in Kandhamal
ଧସିବାରେ ଲାଗିଛି ମାଟି ଅତଡ଼ା। ଗତ କିଛି ବର୍ଷ ହେଲା ପାହାଡ଼ରେ ଭୁସ୍ଖଳନ ହେଉଛି। କେତେବେଳେ ବି ପ୍ରଭାବିତ ହୋଇପାରେ ଗାଁ। ଆଉ ହାନୀ ହୋଇପାରେ ଧନଜୀବନ। ତେଣୁ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରୀପଦର ଗାଁରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ପାହାଡ଼ ପାଦ ଦେଶରେ ଥିବା କୁମ୍ଭାରୀପଦର ଗାଁରେ ୯୦ଟି ପରିବାର ବସବାସ କରନ୍ତି। ତେବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜମି ଗୁଡ଼ିକ ବତୁରି ଯିବା ସହ ଅନେକ ସ୍ଥାନରେ ମାଟି ଅତଡ଼ା ଖସିବାରେ ଲାଗିଛି। ଏପରିକି ନିକଟସ୍ଥ ଏକ ପାହାଡ଼ରେ ଭୁସ୍ଖଳନ ହେବାରେ ଲାଗିଛି। ଯାହାକୁ ନେଇ ଗାଁଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ଖବର ପାଇ ଦାରିଙ୍ଗବାଡ଼ି ପ୍ରଶାସନ କୁମ୍ଭାରୀପଦର ଗାଁକୁ ଯାଇ ସ୍ଥିତି ପରଖିବା ସହ ଗାଁର ୪ ଶହ ଲୋକଙ୍କୁ ତାମାଙ୍ଗି ସ୍କୁଲ୍କୁ ସ୍ଥାନାନ୍ତର କରିଛି। ଅସ୍ଥାୟୀ ଭାବେ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସ୍କୁଲ୍ରେ ରଖାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଚାଷବାସ ସହ ଗୃହପାଳିତ ପଶୁପକ୍ଷୀଙ୍କୁ ଛାଡ଼ି ଆଶ୍ରୟ ନେଇଛନ୍ତି ଲୋକେ।
ଅନ୍ୟପକ୍ଷେ, ସ୍ଥାନୀୟ ପ୍ରଶାସନ କୁମ୍ଭାରୀପଦର ଗାଁରେ ବିପଦ ଥିବା ନେଇ ଗାଁ ଲୋକଙ୍କୁ ସ୍କୁଲ୍ରେ ଥଇଥାନ କରିଛନ୍ତି। ସେପଟେ ଦାରିଙ୍ଗବାଡ଼ି ତହସିଲଦାର କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ।
(ରିପୋର୍ଟ- ଅଜିତ୍ ନାୟକ, ବାଲିଗୁଡ଼ା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)