Advertisment

ଲକ୍ଷ୍ମୀପୂଜା ଭସାଣ ବେଳେ ଅଘଟଣ, ଜଣକ ପରେ ଜଣେ ଭାସିଗଲେ

ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଅଦ୍ୟତନ ହୋଇଛି
Pattamundai Drowning Death

3 youth drown in pattamundai canal

Advertisment

କଟକ ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ନିଖୋଜ। ଚୌଦ୍ୱାର ରୂପଯାତ୍ରା ଦେଖି ଫେରିବା ବେଳେ ଏ ଅଘଟଣ ଘଟିଛି।  ସ୍ଥାନୀୟ ଯୁବକଙ୍କ ସହାୟତାରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ତିନି ଜଣ ଏବେବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ପାଣିରେ ବୁଡି ଦିନକୁ ଯାଉଛି ୫ ଜୀବନ : ଗତ ୬ ବର୍ଷରେ ପାଣିରେ ବୁଡ଼ି ୮୫୦୬ ଜଣଙ୍କ ମୃତ୍ୟୁ

ଗତକାଲି ଚୌଦ୍ୱାରରେ ଗଜଲକ୍ଷ୍ମୀ ପୂଜା ଭସାଣ ଉତ୍ସବ ଥିଲା। ତେବେ ଭସାଣ ସାରି ଫେରିବା ବେଳେ ୪ଜଣ ବନ୍ଧ ଉପରେ ବସିଥିବା ସମୟରେ ପ୍ରଥମେ ଜଣେ କେନାଲକୁ ଖସିପଡ଼ିଥିଲା। ଏହାପରେ ସମ୍ପୃକ୍ତ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ କେନାଲ ଭିତରକୁ ଯାଇଥିଲେ। ତେବେ ପ୍ରଖର ସୁଅରେ ସମସ୍ତେ ଭାସିଯାଇଥିଲେ। ତେବେ ଜଣେ ପହଁରା ଜାଣିଥିବାରୁ ସେ କୂଳକୁ ଫେରିଆସିଥିଲେ। 

Advertisment
Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ