Advertisment

ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ

ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ। ସୌଭାଗ୍ୟବଶତଃ ଶିଶୁଟି ସୁରକ୍ଷିତ ଅଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
3 Year Old Swallows Marble In Balasore’s Soro

3-year-old swallows 3 glass marble in Balasore’s Soro

ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ। ସୌଭାଗ୍ୟବଶତଃ ଶିଶୁଟି ସୁରକ୍ଷିତ ଅଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ବେଳେ ଶିଶୁ ପୁତ୍ର ୩ଟି କାଚ ଗୁଲିକୁ ବର କୋଲି ଭାବି ଗିଳି ଦେଇଥିଲା ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗାଁର ବାବାଜୀ ମଲ୍ଲିକଙ୍କର ୩ ବର୍ଷର ଶିଶୁ ପୁତ୍ର ବାଡ଼ିରେ ସାଙ୍ଗମାନଙ୍କ ସହ ଖେଳୁ ଥିଲେ। ଏହି ସମୟରେ ଶିଶୁ ପୁତ୍ରଟି  ୩ଟି କାଚ ଗୁଲିକୁ ବର କୋଳି ଭାବି ଗିଳି ଦେଇଥିଲା। ଗୁରୁତର ଅବସ୍ଥାରେ ଶିଶୁକୁ ସୋରୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ଦୁଇଟି କାଚ ଗୁଲିକୁ ବାହାର କରିବାରେ ସକ୍ଷମ ହୋଇଥିବା ବେଳେ ଏବେବି ଆଉ ଗୋଟିଏ ଗୁଲି ଶିଶୁ ପେଟରେ ଥିବା ଜଣାପଡ଼ିଛି। ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment
Advertisment
Advertisment