Advertisment

ଡଙ୍ଗା ପାଇଁ ଚାଲିଗଲା ୩ ଛୋଟ ପିଲାଙ୍କ ଜୀବନ

ଛୋଟ ପିଲାମାନେ ଡ଼ଙ୍ଗାଭସାରେ ଖୁସି ମନାଉଥିଲେ। ହେଲେ ସେଇ ଖୁସି ଯେ ସେମାନଙ୍କ ଜୀବନ ନେଇଯିବ, ଏହା ସେମାନଙ୍କୁ ଅଜଣା ଥିଲା।

author-image
Chandan Shishu
drowned in river

drowned in river

କୋଣାର୍କ,କାମାକ୍ଷାନଗର: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳ ଆଳିପିଙ୍ଗଳରେ ଦୁଖଦ ଘଟଣା। ପାଣିରେ ବୁଡ଼ିଯାଇ ୨ ନାବାଳକଙ୍କର ମୃତ୍ୟୁ ହୋଇଛି। ମୃତ ୨ ନାବାଳକ ହେଲେ ୭ ବର୍ଷର ଶକ୍ତି ସାହୁ ଓ ୧୦ ବର୍ଷର ସାଇରାମ ବାରିକ। ପୁନେଇ ପାଇଁ ଗାଁରେ କୀର୍ତ୍ତନ ଚାଲୁଥିଲା। ଲୋକେ ସବୁ ସେଠାରେ ଥିବାବେଳେ ଶକ୍ତି ଓ ସାଇରାମ ଦୁହେଁ ଡଙ୍ଗା ଆଣିବା ଲାଗି ପୋଖରୀରେ ପଶିଥିଲେ। ତେବେ ସେଠାରେ ଦୁହେଁ ବୁଡ଼ି ଯାଇଥିଲେ। ଉପରେ ଥିବା ଅନ୍ୟ କୁନି କୁନି ପିଲା ବଡ଼ ଲୋକଙ୍କୁ ଡାକିଥିଲେ। ସେମାନେ ପଶି ଦୁହିଁଙ୍କୁ ଉଦ୍ଧାର କରି ନିମାପଡ଼ା ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।  

Advertisment

ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ବୁଦ୍ଧେଶ୍ୱର ଘାଟରେ ଡଙ୍ଗା ଭସାଉଥିବା ବେଳେ ୧୨ ବର୍ଷର ନାବାଳକ ରୋଶନ ନାୟକକୁ ଭାସି ଯାଇଥିଲେ। ଜଣେ ମାଛ ଧରାଳିଙ୍କ ଜାଲ ସହାୟତାରେ ଉଦ୍ଧାର କରାଯାଇ ପ୍ରଥମେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଭୁବନ ବୁଦ୍ଧେଶ୍ୱର ଘାଟରେ ଲତାବିଲ ଗାଁର ବିଦ୍ୟାଧର ନାୟକଙ୍କ ୧୨ ବର୍ଷର ନାବାଳକ ପୁତ୍ର ରୋଶନ ଡଙ୍ଗା ଭସାଉଥିଲେ। ଅସାବଧାନତା କାରଣରୁ ରୋଶନ ବ୍ରାହ୍ମଣୀ ନଦୀର ଜଳ ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ତେବେ ବନ୍ଦାଳ ଗାଁର ଜଣେ ମାଛ ଧରାଳିଙ୍କ ଜାଲ ସାହାଯ୍ୟରେ ରୋଶନଙ୍କୁ ଉଦ୍ଧାର କରାଯାଇଥିଲା। ରୋଶନଙ୍କ ମୃତ୍ୟୁକୁ ନେଇ ସମଗ୍ର ଲତାବିଲ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment
Puri Drowning Kartika Purnima
Advertisment
Advertisment