Advertisment

ଦାଦନ ଯାଇ ୩ ନିଖୋଜ, ଖସି ଆସିଥିବା ଶ୍ରମିକ କହିଲେ ଛାତିଥରା କଥା

ପରିବାର ଲୋକଙ୍କ କହିବା କଥା ବର୍ତ୍ତମାନ ସେମାନେ ସେହି ସ୍ଥାନରୁ ପୁଣି ଲୁଚି ଆସିଛନ୍ତି କିନ୍ତୁ ତାଙ୍କ ପତ୍ତା ମିଳୁନି। କେଉଁଠି ଅଛନ୍ତି କିପରି ଅଛନ୍ତି ତାର ଖବର ନାହିଁ। ହେଲେ ସେଠାରୁ ଖସି ଆସିଥିବା ୨ ଜଣ ବ୍ୟକ୍ତି ସୁର ଦାସ ଏବଂ ପ୍ରଭକାର ଦାସ ସେଠାକାର ନିର୍ଯାତନାର କରୁଣ ଚିତ୍ର ବଖାଣିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
3 migrant labourers missing in ganjam

3 migrant labourers missing in ganjam

ଦାଦନ ଦୁଃଖର କରୁଣ ଚିତ୍ର କେଉଁ ଚରମ ସୀମାରେ ପହଁଚିଛି। ଗତ ୭ମାସ ପୂର୍ବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୋଦଳା ଥାନା ଅନ୍ତର୍ଗତ ଭଦୁଆ ଗାଁର ୫ଜଣ ବ୍ୟକ୍ତି ଠିକାଦାରଙ୍କ ଜରିଆରେ ରୋଜଗାର ପାଇଁ ଚେନାଇ ର ସୋଲାପୁର ଅଞ୍ଚଳରେ ସମୁଦ୍ରରେ ମାଛ ଜାଲ ଧରିବା ପାଇଁ ଯାଇଥିଲେ।  l ହେଲେ ସେଠାକୁ ଯାଇଥିବା ଏହି ଓଡ଼ିଆ ଶ୍ରମିକ ମାନକୁ ୭ମାସ ହେଲା ଦରମା ନ ଦେଇ ବିଭିନ୍ନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏମିତିକି ଶ୍ରମ ଟଙ୍କା ମାଗିଲେ  ମାଡ଼ ମାରିବା ଶହ ଜାଲ ରେ ବାନ୍ଧି ସମୁଦ୍ରକୁ ଫୋପାଡ଼ି ଦେବୁ ବୋଲି ଧମକ ଦେଉଛନ୍ତି।

Advertisment

ଏଭଳି ସ୍ଥିତିରେ ନିର୍ଯାତନା ସହି ନ ପାରି କିଛି ଦିନ ତଳେ ୨ଜଣ ଶ୍ରମିକ ଲୁଚି କରି ନିଜ ଗାଁ ଭଦୁଆକୁ ଫେରି ଆସିଛନ୍ତି। ହେଲେ ଅନ୍ୟ ୩ଜଣ ସେହି ଭଳି ଲୁଚି କରି ଆସିବାରୁ ଅଧା ରାସ୍ତାରୁ ଖବର ପାଇଁ ଠିକାଦାର ସେହି ୩ ଜଣକୁ ନେଇ ମାଡ଼ ମାରିବା ସହ ତାଙ୍କର ପରିବାର ଶହ ଯୋଗାଯୋଗ କରେଇ ଦେଉନାହାନ୍ତି ଉକ୍ତ ଠିକାଦାର। ସେମାନେ ହେଲେ ଅଚୁତ ଦାସ, କବି ଦାସ ଓ କୈଳାସ ଦାସ।

ପରିବାର ଲୋକଙ୍କ କହିବା କଥା ବର୍ତ୍ତମାନ ସେମାନେ ସେହି ସ୍ଥାନରୁ ପୁଣି ଲୁଚି ଆସିଛନ୍ତି କିନ୍ତୁ ତାଙ୍କ ପତ୍ତା ମିଳୁନି। କେଉଁଠି ଅଛନ୍ତି କିପରି ଅଛନ୍ତି ତାର ଖବର ନାହିଁ। ହେଲେ ସେଠାରୁ ଖସି ଆସିଥିବା ୨ ଜଣ ବ୍ୟକ୍ତି ସୁର ଦାସ ଏବଂ ପ୍ରଭକାର ଦାସ ସେଠାକାର ନିର୍ଯାତନାର କରୁଣ ଚିତ୍ର ବଖାଣିଛନ୍ତି।

Advertisment

ଅନ୍ୟପଟେ ନିଖୋଜ ୩ ଓଡ଼ିଆଙ୍କ ଖୋଜିବା ପାଇଁ ପରିବାର ଲୋକେ କୋଦଳା ଥାନାକୁ ଏତଲା ଦେବାକୁ ଯିବା ପରେ ଥାନା ପକ୍ଷରୁ କୁହାଯାଇଛି ଯେ ତୁମ ଲୋକ ଯେଉଁ ରାଜ୍ୟରେ ହଜିଛି ସେହି ରାଜ୍ୟରେ ଏତଲା ଦିଅନ୍ତୁ। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

ସରକାରଙ୍କ ପରିବାର ନିର୍ଦ୍ଦେଶାଳୟ ଯୋଜନା ବାଟବଣା ରାଜ୍ୟ ସରକାର ପ୍ରବାସୀ ଓଡ଼ିଆ ମାନଙ୍କର ପଞ୍ଜିକରଣ ଓ ଥଇଥାନ ,ସାମାଜିକ ନିରାପତ୍ତା ଯୋଗାଇବା ପାଇଁ ନିକଟରେ ପରିବାର ନିର୍ଦ୍ଦେଶାଳୟ ନାମକ ଏକ ଯୋଜନା ଆରମ୍ଭ କରିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଶ୍ରମିକ ଙ୍କ ଦୁଃଖ ପ୍ରଶମିତ ହେବା ପରିବର୍ତ୍ତେ ଦିନକୁ ଦିନ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।

ବଡ଼ କଥା ହେଲା.. ନିଜ ଅଞ୍ଚଳରେ ରୋଜଗାର ମିଳୁନାହିଁ ବୋଲି ଏହିଁ ଭଦୁଆ ଗାଁର ୮୦ଟି ପରିବାରର ପ୍ରତି ଘରୁ ଜଣେ ଲେଖାଏଁ ଦାଦନ ଯାଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଏବଂ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦିନ ଦିନକୁ ଦିନ ଏଭଳି ଦାଦନ ଦୁଃଖ ନୁଆ ନୁହଁ। ଦାଦନ ଦୁଃଖକୁ ନିୟନ୍ତ୍ରଣ ଲାଗି କିଛି ଦିନ ପୂର୍ବେ ରାଜ୍ୟ ସରକାର ପରିବାର ନିର୍ଦ୍ଦେଶାଳୟ ଖୋଲିବେ ବୋଲି କହିଥିଲେ। ତେବେ ଦେଖିବାର ବାକି କେବେ ନିଖୋଜ ୩ ଶ୍ରମିକଙ୍କ ପତା ମିଳୁଛି।

Labourer
Advertisment
Advertisment