Advertisment

ରାତାରାତି ବଦଳିଗଲା ଭାଗ୍ୟ, ମାଛ କରିଦେଲା ଲକ୍ଷପତି...

ଦୀଘା ସମୁଦ୍ର ମୁହାଣରେ ମତ୍ସଜୀବୀମାନେ ୨୮ ଟି ବଡ଼ ବଡ଼ ତେଲିଆ ଭୋଳା ମାଛ ଧରିଥିଲେ। ଏହାପରେ ଏହିସବୁ ମାଛକୁ ସେମାନେ ଦୀଘାର ମୋହନା ମାଛ ମାର୍କେଟରେ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Balasore Rare Fish

28 fish sold in Rs 35 lakhs in Odisha

ଭାଗ୍ୟ କେତେବେଳେ କାହାର ସାଥ୍‌ ଦେବ, ତାହା କେହିବି କହିପାରିବେନି। ଆଉ ଯେତେବେଳେ ସାଥ୍‌ ଦେଇଥାଏ ରାତାରାତି ବଦଳି ଯାଏ ଭାଗ୍ୟ। କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଏମିତି କିଛି ଘଟିଛି କିଛି ମତ୍ସଜୀବୀଙ୍କ ସହ। ମାଛ ସେମାନଙ୍କୁ ଲକ୍ଷପତି କରି ଦେଇଛି। ଯାହାକି ସେମାନେ କେବେବି ଭାବି ପାରିନଥିଲେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ୨୮ ତେଲିଆ ଭୋଳା ମାଛ ପଡ଼ିଥିଲା। ଗୋଟା ମାଛ ଲକ୍ଷେରୁ ଅଧିକ ଟଙ୍କା ବିକ୍ରି ହୋଇଥିବା ବେଳେ ପ୍ରାୟ ୩୫ ଲକ୍ଷ ଟଙ୍କା ମତ୍ସଜୀବୀ ଆୟ କରିଛନ୍ତି।

Advertisment

ସୂଚନା ଅନୁସାରେ, ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଦୀଘା ସମୁଦ୍ର ମୁହାଣରେ ମତ୍ସଜୀବୀମାନେ ୨୮ ଟି ବଡ଼ ବଡ଼ ତେଲିଆ ଭୋଳା ମାଛ ଧରିଥିଲେ। ଏହାପରେ ଏହିସବୁ ମାଛକୁ ସେମାନେ ଦୀଘାର ମୋହନା ମାଛ ମାର୍କେଟରେ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି କରିଥିଲେ। ୨୮ଟି ତେଲିଆ ଭୋଲା ମାଛକୁ କୋଲକାତାର ଏକ ଫାର୍ମା କମ୍ପାନୀ କିଣିଥିଲା। ଗୋଟିଏ ମାଛ ୮ରୁ ୧୦ କିଲୋ। ତେଣୁ ୨୮ଟି ତେଲିଆ ଭୋଲା ମାଛ ୩୫  ଲକ୍ଷ ଟଙ୍କା ହେବ ବୋଲି ବ୍ୟବସାୟୀ ଆକଳନ କରିଛନ୍ତି।

ସୂଚନାଥାଉ କି, ଏହି ତେଲିଆ ଭୋଲା ମାଛ ସାଧାରଣ ବଡ଼ ବଡ଼ ରୋଗର ଔଷଧ ତିଆରି ପାଇଁ ବ୍ୟବହାର ହୋଇଥାଏ। ସାଧାରଣତଃ ଏହି ମାଛକୁ ବିଦେଶୀ ମଦ କମ୍ପାନୀ ମାନେ କିଣିଥାନ୍ତି।

Advertisment

(ରିପୋର୍ଟ- ଅଜିତ କୁମାର ଦାସ, ଜଳେଶ୍ୱର)

Rare Fish
Advertisment
Advertisment