Advertisment

Love Story: ଶିକ୍ଷୟିତ୍ରୀଙ୍କୁ ହୋଇଗଲା ପ୍ରେମ; ୨୬ ବର୍ଷ ବଡ ହେଲେ ବି କରିନେଲେ ପତ୍ନୀ

୨୨ ବର୍ଷୀୟ ଡାନିୟାଲ୍ ୨୦୨୧ ମସିହାରେ ତାଙ୍କର ୪୮ ପ୍ରେମିକାଙ୍କୁ ବିବାହ କରିଥିଲେ। ପୂର୍ବରୁ ବିବାହ କରିଥିବା ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Student Teacher Marriage

Student teacher marriage

କୁହାଯାଏ ପ୍ରେମ ହେଉଛି ଅନ୍ଧ। ଏହା ଦେଖେ ନାହିଁ ଜାତି କି ଅଜାତି, ଧନୀ କି ଗରିବ, ସାନ କି ବଡ। କେତେବେଳେ, କେଉଁ ମୁହୂର୍ତ୍ତରେ ଆଉ କାହାପ୍ରତି ଏ ଦରଦୀ ହୃଦୟ ଢଳିଯାଏ ତାହା କେବେଳ ସେହି ସମୟ ହିଁ କହିବ।

Advertisment

ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ୨୨ ବର୍ଷର ଯୁବକ ତାଙ୍କ ଠାରୁ ୨୬ ବର୍ଷ ବଡ ଜଣେ ସ୍କୁଲ୍ ଶିକ୍ଷୟତ୍ରୀଙ୍କୁ ବିବାହ କରି ପ୍ରେମ ଅନ୍ଧ ବୋଲି ପ୍ରମାଣିତ କରିଛନ୍ତି। ମାଲେସିଆର ଏହି ପ୍ରେମ କାହାଣୀ ଆପଣ ଜାଣିଲା ପରେ ବି ଏହି କଥାକୁ ନିଶ୍ଚିତ ବିଶ୍ୱାସ କରିବେ।

ଅଧିକ ପଢ଼ନ୍ତୁ: ୩୨ ବର୍ଷରେ ୧୦୦ରୁ ଅଧିକ ବିବାହ, କାହାକୁ ଦେଇ ନାହାନ୍ତି ଛାଡ଼ପତ୍ର

ରିପୋର୍ଟ ଅନୁଯାୟୀ, ୨୦୨୬ ମସିହାରେ ଯେତେବେଳେ ମାଲେସିଆରେ ରହୁଥିବା ମହମ୍ମଦ ଡାନିୟାଲ୍ ଅହମ୍ମଦ ଅଲି ଜୁନିୟର ହାଇସ୍କୁଲରେ ପଢୁଥିଲେ, ସେତେବେଳେ ଜମିଲା ମହମ୍ମଦ ନାମକ ଜଣେ ଶିକ୍ଷୟିତ୍ରୀ ତାଙ୍କୁ ପାଠ ପଢଉଥିଲେ। ସେହି ସମୟରେ, ଡାନିୟାଲଙ୍କ କେବଳ ତାଙ୍କ ପ୍ରତି ଆଦର ଓ ସମ୍ମାନ ଥିଲା। ସେ ତାଙ୍କର ପ୍ରକୃତି ଏବଂ ଛାତ୍ରମାନଙ୍କର ଯତ୍ନ ନେବା ଗୁଣକୁ ପସନ୍ଦ କରୁଥିଲେ।

Advertisment

କିନ୍ତୁ ଯେତେବେଳେ ମହମ୍ମଦ ପର ଶ୍ରେଣୀକୁ ଗଲେ, ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦୂର ହେଲା। ଡାନିୟାଲ ମଧ୍ୟ ଜମିଲାଙ୍କୁ ଭୁଲିଗଲେ। କିନ୍ତୁ ଥରେ ସେ ତାଙ୍କ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଉଥିବାବେଳେ ଜାମିଲାଙ୍କୁ ବାହାରେ ଭେଟିଥିଲେ। ସେ ତାଙ୍କୁ ହ୍ୟାଲୋ କହି ଚାଲିଗଲେ। ଏହା ପରେ ସେ ଜମିଲାଙ୍କୁ ଅଧିକରୁ ଅଧିକ ଧ୍ୟାନ ଦେବା ଆରମ୍ଭ କଲେ। ସେହି ବର୍ଷ ଜମିଲା ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଏକ ବାର୍ତ୍ତା ମଧ୍ୟ ପଠାଇଥିଲେ।

ଦୁହିଁଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଇଥିଲା ଏବଂ ଡାନିୟାଲ ତାଙ୍କର ପ୍ରେମକୁ ଜମିଲାଙ୍କ ପାଖରେ ବ୍ୟକ୍ତ କରିଥିଲେ। କିନ୍ତୁ ଜମିଲା ତୁରନ୍ତ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର କାରଣ ଉଭୟଙ୍କର ବୟସ ଥିଲା। ଡାନିୟାଲ ଜମିଲାଙ୍କ ଠାରୁ ୨୬ ବର୍ଷ ସାନ ଥିଲେ। କିନ୍ତୁ ଡାନିୟେଲ ତାଙ୍କ ପ୍ରେମରେ ଉବୁଟୁବୁ ଥିଲେ।

ଡାନିୟାଲ ତାଙ୍କ ଘର ଖୋଜିବାକୁ ଚେଷ୍ଟା କଲେ ଏବଂ ଶେଷରେ ତାଙ୍କ ଠିକଣା ପାଇଗଲେ। ଏହା ପରେ ସେ ଘରକୁ ଯାଇ ତାଙ୍କୁ ଭେଟି ପୁଣି ହୃଦୟର କଥା କହିଥିଲେ। ବହୁ ମନାଇବା ପରେ ଜମିଲା ରାଜି ହୋଇ ତାଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କଲେ। ଉଭୟଙ୍କ ପରିବାରର ଅନୁମତି ପରେ ଏହି ବିବାହ ହୋଇଥିଲା।

୨୨ ବର୍ଷୀୟ ଡାନିୟାଲ୍ ୨୦୨୧ ମସିହାରେ ତାଙ୍କର ୪୮ ପ୍ରେମିକାଙ୍କୁ ବିବାହ କରିଥିଲେ। ପୂର୍ବରୁ ବିବାହ କରିଥିବା ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ।

Unique Love Story Love Story Ajab Gajab Teacher Student Love
Advertisment
Advertisment