/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709536313.jpg)
20-ft breach in Indravati river south canal
ଭୁଶୁଡ଼ିଗଲା କେନାଲ, ବୁଡ଼ିଗଲା ଘର। କଳାହାଣ୍ଡି କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ହଠାତ ପାଣି ମାଡି ଆସିବା ଫଳରେ ବୁଡ଼ି ଯାଇଛି ଆଖପାଖ ଅଞ୍ଚଳ। ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ଚାହୁଁ ଚାହୁଁ କେହି କିଛି ବୁଝିବା ପୂର୍ବରୁ ପୁରା ଅଞ୍ଚଳରେ ପାଣି ମାଡ଼ି ଯାଇଥିଲା।
ପରିସ୍ଥିତି ଏମିତି ହୋଇଥିଲା କି ଲୋକେ ଘରେ ଥିବା ବେଳେ କିଛି ସେକେଣ୍ଡ ମଧ୍ୟରେ ପାଣି ବେକ ଯାଏଁ ଚାଲି ଆସିଥିଲା। କୌଣସି ମତେ ଘର ଆଜବେଷ୍ଟସ୍ ଭାଙ୍ଗି ଲୋକେ ଜୀବନ ବଞ୍ଚାଇଛନ୍ତି। କେନାଲ ଭୁଶୁଡ଼ିବା ଯୋଗୁଁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଚାଉଳ ଡାଲି ସହ ସମସ୍ତ ଆସବାବପତ୍ର ଭାସି ଯାଇଛି।
ଲୋକେ ନା ଘରେ ରହିପାରୁଛନ୍ତି ନା ବାହାରେ,ପରିସ୍ଥିତି ଏବେ ଏମିତି ହୋଇଛି କି ସେଠି ରେସ୍କ୍ୟୁ କରିବା ସହ ସମସ୍ତଙ୍କୁ ଉଦ୍ଧାର କରାଯିବା ଜରୁରି ହୋଇପଡ଼ିଛି। ସମୟ ଯେତେ ବଢ଼ୁଛି ପରିସ୍ଥିତି ସେତେ ବିଗୁଡ଼ୁଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଘାଇ ମରାମତି କାମ ଆରମ୍ଭ କରିଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)