/odishatv-khabar/media/post_attachments/uploadimage/library/16_9/16_9_0/2_missing_1682562830.jpg)
2 missing
କେନ୍ଦ୍ରାପଡ଼ା ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିଲେ । କୂଳରୁ କିଛିବାଟ ପରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡ଼ିଥିଲା । ମୋଟ ୩୦ ଯାତ୍ରୀ ଥିଲେ, ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଜାରି ।
Advertisment
ସୂଚନା ଅନୁସାରେ ଆଳି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଆଜି ସକାଳ ୬ଟା ସମୟରେ ପ୍ରଥମ ଡଙ୍ଗା ୩୦ ଯାତ୍ରୀ ନେଇ କେରଡାଗଡ଼ ଅଭିମୁଖେ ବାହାରିଥିଲା, ମାତ୍ର କିଛି ସମୟ ଡଙ୍ଗା ଚାଲିବା ପରେ ଡଙ୍ଗାଟି ଭାରସମ୍ୟ ହରାଇ ଓଲଟି ପଡ଼ିଥିଲା ।
ଡଙ୍ଗାଟି ଓଲଟି ପଡ଼ିବା ଫଳରେ ଯାତ୍ରୀମାନେ ନଦୀକୁ ଖସି ପଡିଥିଲେ । ୩୦ ଯାତ୍ରୀଙ୍କ ମଧ୍ୟରେ ୨ ଜଣ ନିଖୋଜ ଥିବା ବେଳେ ବାକି ଅନ୍ୟ ଯାତ୍ରୀମାନେ ନଦୀ କୂଳକୁ ପହଁରି ଆସିଥିଲେ । ୨ ଜଣ ନିଖୋଜଙ୍କ ମଧ୍ୟରେ ଜଣେ ନାବାଳକ ଓ ଜଣେ ନାଉରୀ ନିଖୋଜ ଅଛନ୍ତି । ତେବେ ଗ୍ରାମବାସୀଙ୍କ ପକ୍ଷରୁ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଜାରି ରହିଥିବା ବେଳେ ନିକଟସ୍ଥ ଦମକଳ ବାହିନୀକୁ ଖବର ଦିଆଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)