Advertisment

ଧରାପଡ଼ିଲେ ‘ମୋ ବସ୍‌’ରେ ଚୋରି କରୁଥିବା ଲୁଟେରା

ଧରାପଡ଼ିଲେ ‘ମୋ ବସ୍‌’ରେ ଚୋରି କରୁଥିବା ଗ୍ୟାଙ୍ଗ। ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି।

ଅଦ୍ୟତନ ହୋଇଛି
2 members of gang behind 'Mo Bus' pickpocketing arrested

2 members of gang behind 'Mo Bus' pickpocketing arrested

Advertisment

ଧରାପଡ଼ିଲେ ‘ମୋ ବସ୍‌’ରେ ଚୋରି କରୁଥିବା ଗ୍ୟାଙ୍ଗ। ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। ଧରାପଡ଼ିଥିବା ୨ ଲୁଟେରା ହେଲେ- ସଞ୍ଜୟ ସିଂ ଓ ଗଣେଶ ପ୍ରଧାନ।ସେମାନଙ୍କ ପାଖରୁ ପୋଲିସ୍‌ ଚୋରି ମୋବାଇଲ୍‌, ଲାପ୍‌ଟପ୍‌, ଟଙ୍କା, ମନିପର୍ସ ଇତ୍ୟାଦି ଜବତ କରିଛି। 

Advertisment

ସୂଚନାଥାଉ କି, ଗତକାଲି ଓ ଏହା ପୂର୍ବଦିନ ‘ମୋ ବସ୍‌’ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଲୁଟ୍‌ ନେଇ ଖବର ସାମ୍ନାକୁ ଆସିଥିଲା। ଗତକାଲି ଦୁଇ କଲେଜ ଛାତ୍ରୀଙ୍କ ଠାରୁ ଲେଡି ଲୁଟେରା ମୋବାଇଲ ଲୁଟି ନେଇଥିଲେ। ‘ମୋ ବସ୍‌’ର ୧୬ ନମ୍ବର ରୁଟ୍‌ ବସ୍‌ରେ ଏହି ୨ କଲେଜ ଛାତ୍ରୀ ଉଠିଥିଲେ। ଜଣେ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ଛକରୁ ଉଠି ପଳାଶୁଣି ଯାଉଥିଲେ। ତେବେ ସେ ପହଞ୍ଚିବା ପୂର୍ବରୁ ତାଙ୍କ ବ୍ୟାଗ୍‌ରୁ ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଥିଲା। ସେହିପରି ଆଉ ଜଣେ ଛାତ୍ରୀ ବାଣୀବିହାରରୁ ଉଠିଥିଲେ। ସେ ମଧ୍ୟ ପଳାଶୁଣି ଛକକୁ ଯାଉଥିଲେ। ତାଙ୍କର ମଧ୍ୟ ସମାନ ଢଙ୍ଗରେ ମୋବାଇଲ୍‌ ଲୁଟ୍ ହୋଇଥିଲା।

ପୂର୍ବରୁ ଜଣେ ଯାତ୍ରୀଙ୍କ ଠାରୁ୧୫ ହଜାର ଟଙ୍କା ଚୋରି ହୋଇଥିଲା। ବୁଧବାର ଦିନ ‘ମୋ ବସ୍‌’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏମ୍ସ ହସ୍ପିଟାଲ୍‌ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍‌’ରେ ଏହି ଚୋରି ହୋଇଥିଲା। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଆନନ୍ଦ ଗୌଡ଼ ନାମକ ବ୍ୟକ୍ତି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ‘ମୋ ବସ୍‌’ରେ ଉଠିଥିଲେ। କଟକ ର ଏକ ଘରୋଇ ହସ୍ପିଟାଲକୁ ସେ ଯାଉଥିଲେ। ତେବେ ବରମୁଣ୍ଡାରୁ ଆଚାର୍ଯ୍ୟ ବିହାର ଛକ ମଧ୍ୟରେ ତାଙ୍କର ପକେଟ୍‌ମାର୍‌ ହୋଇଯାଇଥିଲା। ପକେଟ୍‌ରେ ତାଙ୍କର ୧୫ ହଜାର ଟଙ୍କା ଥିଲା।

Advertisment

ଏହା ପୂର୍ବରୁ ଜଣେ ଯୁବତୀଙ୍କ ଠାରୁ ଗୋଟିଏ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।  

Mo Bus Pickpocketing Mo Bus Loot In Mo Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ