Advertisment

ପାରାଦୀପ ସମୁଦ୍ରରେ ୧୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Fishing Boat Capsized In Paradip

Missing Boat

ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ। ଏଥରେ ୧୩ ଜଣ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା। ପାରାଦୀପରୁ ଉତ୍ତରକୁ ପ୍ରାୟ ୧୬୩ କିଲୋମିଟର ଦୂର ଗଭୀର ସମୁଦ୍ରରେ ବୋଟ ଦୁଇଟି ନିଖୋଜ ହୋଇଛନ୍ତି। ୫ ଦିନ ହେଲା ସେମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହୋଇପାରୁନି।

Advertisment

ସେମାନଙ୍କୁ ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି। ବୋଟ ଦୁଇଟିକୁ ଠାବ କରିବା ସହିତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଚିଠି ଲେଖିଛନ୍ତି। ୫ ଦିନ ତଳେ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ବାହାରିଥିଲେ ବୋଟ୍‌ ଦୁଇଟି। ଗୋଟିକରେ ୭ ଜଣ ଏବଂ ଅନ୍ୟଟିରେ ୬ ଜଣ ମତ୍ସ୍ୟଜୀବୀ ଥିଲେ।

Fishermen
Advertisment
Advertisment