• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

‘ସେ ମୋ ପାଇଁ ଲକି ଥିଲା । ତାକୁ ଭଗବାନ ମତେ ଗିଫ୍ଟ ଦେଇଥିଲେ କିନ୍ତୁ ଆଜି ଭଗବାନ ମତେ ଠକିଦେଲେ । ସେ ସବୁବେଳେ କୁହେ ମାମା ଆମେ ବ୍ୟାଡ୍‌ କାମ କରିବାନି । ପ୍ରତି କଥାରେ ସେ ନିଜକୁ ଖାପ ଖୁଆଇ ଚାଲେ । ବାପା-ମାଆଙ୍କ ପରି ହେବାର ସେ ସୁନେଲୀ ସ୍ୱପ୍ନ ଦେଖୁଥିଲା । କିନ୍ତୁ ଆଜି ସବୁ ଚୁରମାର ହୋଇଗଲା । ମୁଁ ନିଜେ ଡାକ୍ତର ହୋଇ ମଧ୍ୟ ତା ରୋଗ ଚିହ୍ନିପାରିଲିନି ।’

ଇଏ ହେଉଛି ଗୋଟିଏ ହତଭାଗିନୀ ମାଆର ହୃଦୟର କଥା । ଝିଅକୁ ମାତ୍ର ୧୫ ବର୍ଷ । ହେଲେ ସେ ଯେଉଁ କାମ କରିଦେଇଗଲା ତାହା ଆମ ପାଇଁ ଉଦାହରଣ ନିଶ୍ଚୟ । ନିଜେ ତ ଚାଲିଗଲା କିନ୍ତୁ ୨ ଜଣଙ୍କ ଜୀବନ ବଞ୍ଚାଇ ଦେଇଗଲା । ୧୫ ବର୍ଷର ଝିଅ ସିଦ୍ଧି ସମୃଦ୍ଧି ଦଶମ ଶ୍ରେଣୀରେ ପାଠ ପଢୁଥିଲା । ହଠାତ୍‌ ମସ୍କିସ୍ତ ରୋଗରେ ଆକ୍ରାନ୍ତ ହେବା ପରେ ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ତେଣୁ ଚିକିତ୍ସା ସମୟରେ ହିଁ ସମୃଦ୍ଧିଙ୍କ ଅକାଳ ବିୟୋଗ ହେଲା । ଆଉ ଝିଅକୁ ହରାଇ ଏମିତି କାନ୍ଦୁଛି ହତାଭାଗୀନୀ ମାଆ । ଆଉ କହୁଛି ଡାକ୍ତର ହୋଇ ବି ମୁଁ ରୋଗ ଜାଣିପାରିଲିନି ।

ଝିଅ ଚାଲିଯିବାର ଦୁଃଖ କେତେ, ତାହା ଆମେ ଶବ୍ଦରେ ବର୍ଣ୍ଣନା କରିପାରିବୁନି । କିନ୍ତୁ ୧୫ ବର୍ଷର ଝିଅକୁ ହରାଇବା ପରେ ଗୋଟିଏ ମାଆକୁ କେତେ କଷ୍ଟ ହେଉଥିବ ତାହା ଆପଣମାନେ ନିଶ୍ଚୟ ବୁଝିପାରୁଥିବେ । ଯାହାକୁ ୧୦ ମାସ ଗର୍ଭରେ ରଖି ଜନ୍ମ କରିଥିଲା, ଆଜି ତାକୁ ସ୍ୱର୍ଗଦ୍ୱାରରେ ଦାହ କରୁଛି । ଗୋଟିଏ ପଟେ ଝିଅକୁ ହରାଇ ଯେତିକି କଷ୍ଟ ଅନୁଭବ କରୁଛି, ଝିଅ ଦୁଇ ଜଣଙ୍କ ଜୀବନ ବଞ୍ଚାଇ ଦେଇଥିବାରୁ ସେତିକି ଗର୍ବ ଅନୁଭବ କରୁଛନ୍ତି ବାପା-ମାଆ ।

ସମୃଦ୍ଧି ସିନା ସବୁଦିନ ପାଇଁ ଚାଲିଗଲେ ହେଲେ ଦୁଇଦୁଇ ଜଣଙ୍କ ଜୀବନ ବଞ୍ଚାଇ ଦେଲେ । କିଡନୀ ଦାନ କରିଥିବାରୁ କଟକ ଏସସିବି ମେଡିକାଲରେ ପୁଣି ସଫଳ ହୋଇଛି କାର୍ଡାଭାରିକ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର । ଭୁବନେଶ୍ୱରରୁ ସମୃଦ୍ଧିଙ୍କ କିଡ଼ନୀ ଆସିବା ପରେ ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର ହୋଇଛି । ତେବେ ସମୃଦ୍ଧିଙ୍କ ଏପରି ମହାନ କାମ ପାଇଁ ତାଙ୍କୁ ସମସ୍ତେ ଜଣାଉଛନ୍ତି ଗଭୀର ଶ୍ରଦ୍ଧାଞ୍ଜଳି ।