• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନେଇ ପୁରୀ ଶଙ୍କରାଚାଯର୍ୟଙ୍କ ବଡ଼ ବୟାନ । ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ଯୀଶୁ ଜଣେ ବୈଷ୍ଣବ ଥିଲେ । ଏପରିକି ସେ ଭାରତରେ ସମୟ କାଟିଥିଲେ, ଶ୍ରୀକ୍ଷେତ୍ର ପୁରୀକୁ ବି ଆସିଥିଲେ । ବିଦେଶୀ ଗବେଷକଙ୍କ ମତ ଆଧାରରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଭାରତରେ ୧୦ ବର୍ଷ କାଳ ଅଜ୍ଞାତବାସରେ ରହିଥିଲେ ଯୀଶୁ । ଆଉ ସେହି ୧୦ ବର୍ଷ ମଧ୍ୟରୁ ୩ ବର୍ଷ ଶ୍ରୀକ୍ଷେତ୍ରରେ ରହିଥିଲେ । ଏହି ରହଣୀକାଳ ମଧ୍ୟରେ ତତ୍କାଳୀନ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସଂସ୍ପର୍ଶରେ ଯୀଶୁ ଆସିଥିଲେ ।

ଗୋବର୍ଦ୍ଧନ ମଠାଧିଶଙ୍କ ଏଭଳି ମନ୍ତବ୍ୟ ପରେ ମୁଣ୍ଡ ଟେକିଛି ନୂଆ ବିତର୍କ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି ହେବା ସହ ପ୍ରଭୁ ଯୀଶୁଙ୍କ ସଂପର୍କରେ ସେଭଳି କୌଣସି ତଥ୍ୟ ପ୍ରମାଣ ନାହିଁ ବୋଲି କୁହାଯାଇଛି । ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚର ଆର୍କ ବିସପ୍ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖଣ୍ଡନ କରି କହିଛନ୍ତି, ଯୀଶୁଙ୍କ ବିଷୟରେ ନା ଏଭଳି କୌଣସି ଲେଖା ଅଛି, ନା ବାଇବେଲ୍‌ରେ ଉଲ୍ଲେଖ ଅଛି ।

ଯୀଶୁ ଧରାପୃଷ୍ଠକୁ ଆସିବା ପରେ ହିଁ ଖ୍ରୀଷ୍ଟଧର୍ମ ଆରମ୍ଭ ହୋଇଥିଲା । କିନ୍ତୁ ଏକଥା ସତ, ଯୀଶୁଙ୍କ ଜଣେ ଶିଷ୍ୟ ଭାରତକୁ ଆସିଥିଲେ ଏବଂ କେରଳରେ ରହିଥିଲେ । ତେବେ ଓଡ଼ିଶାକୁ ଆସିନାହାଁନ୍ତି କି ହିନ୍ଦୁ ଧର୍ମଗ୍ରହଣ କରିନାହାଁନ୍ତି । ଯୀଶୁ ଯଦି ହିନ୍ଦୁ ଥିଲେ ଓ ସେନେଇ ଯଦି ଶଙ୍କରାଚାର୍ଯ୍ୟଙ୍କ ପାଖରେ କୌଣସି ପ୍ରମାଣ ଅଛି, ତାହେଲେ ଦେଖାନ୍ତୁ ବୋଲି କହିଛନ୍ତି ଆର୍କ ବିସପ୍  ।