Advertisment

'ଅନୁଭବରୁ ଅନୁଭୂତି' ପୁସ୍ତକ ଉନ୍ମୋଚନ, ଅନୁଭବର ପ୍ରତିଫଳନ ଓଡ଼ିଶା ରାଜନୀତିରେ ନାହିଁ : ଦାମ

ଦାମ ରାଉତଙ୍କ ଅନୁଭବରୁ ଅନୁଭୂତି ପୁସ୍ତକ ଉନ୍ମୋଚନ । ପୁସ୍ତକ ଉନ୍ମୋଚନରେ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କଡା ମନ୍ତବ୍ୟ ଦେଇଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
book Launch

book Launch

ରାଜ୍ୟରେ ଗଣତନ୍ତ୍ରର ହତ୍ୟା ହେଉଛି । ଗଣତନ୍ତ୍ର ବଦଳରେ ଦଳତନ୍ତ୍ର ଓ ଅମଲାତନ୍ତ୍ରର ଚାଲିଛି ଶାସନ । ଏଭଳି କିଛି କଡ଼ା ମନ୍ତବ୍ୟ ରଖିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁଭବରୁ ଅନୁଭୂତି ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଏଭଳି ମନ୍ତବ୍ୟ ରଖିଛନ୍ତି ସୌମ୍ୟ ।

Advertisment

ସେହିପରି ଡାକ୍ତର ଦାମୋଦର ରାଉତ କହିଛନ୍ତି, ଅନୁଭବର ପ୍ରତିଫଳନ ଓଡ଼ିଶା ରାଜନୀତିରେ ନାହିଁ । ଅନୁଭବ ବଦଳରେ ଅନୁମାନରେ ଶାସନ ହେଉଛି । ଆନ୍ଧ୍ର ଏବଂ ଝାଡ଼ଖଣ୍ଡ ଓଡ଼ିଶାର ଜମି ନେଇଥିବା ଘଟଣାରେ ଓଡ଼ିଶା ସରକାରଙ୍କୁ ତେରଛା ବାଣ ମାରି ଦାମୋଦର ରାଉତ କହିଛନ୍ତି, ଅଣଓଡ଼ିଆ ଅଫିସରଙ୍କ ପାଇଁ ସୀମାନ୍ତ ଜିଲ୍ଲାର ଜମି ଅନ୍ୟ ରାଜ୍ୟ ହାତଉଛନ୍ତି । ଏଥିପାଇଁ ବେଳେ ବେଳେ ମନ ଯନ୍ତ୍ରଣାସିକ୍ତ ହେଉଛି।

ଭୁବନେଶ୍ୱରରେ ହୋଇଥିବା ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେଡ଼ି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Advertisment
Book Launch
Advertisment
Advertisment