Advertisment

ଶାନ୍ତି ପାଇଁ ନୋବେଲ୍ ଘୋଷଣା; ଜାପାନର ଏହି ସଂସ୍ଥା ପାଇଲା ପୁରସ୍କାର...

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍‌କ୍ୟୋ’।

author-image
Sonali Ojha
ଅଦ୍ୟତନ ହୋଇଛି
Nobel Peace Prize

Nobel Peace Prize

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍‌କ୍ୟୋ’। ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ହିରୋସିମା, ନାଗାସାକି ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ସଂସ୍ଥା। ବିଶ୍ବକୁ ପରମାଣୁ ବୋମା ମୁକ୍ତ କରିବାକୁ ସଚେତନତା ସୃଷ୍ଟି କରୁଛି ।

Advertisment

ଜାପାନ ସଂଗଠନକୁ କାହିଁକି ମିଳିଲା ନୋବୋଲ ପୁରସ୍କାର ?

ନରୱେ ନୋବେଲ କମିଟି ବିବୃତ୍ତିରେ କହିଛି ଯେ ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ବିଶ୍ୱ ସୃଷ୍ଟି କରିବାକୁ ଉଦ୍ୟମ ତଥା ପରମାଣୁ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରାଯିବା ଅନୁଚିତ ବୋଲି ଏହି ସଂସ୍ଥା ସଚେତନତା ସୃଷ୍ଟି କରୁଛି। କମିଟି କହିଛି ଯେ ହିବାକୁଶା ଆମକୁ ଏଦିଗରେ ଅନେକ କଥା ଶିଖାଉଛି। ପରମାଣୁ ବ୍ୟବହାର ଦ୍ୱାରା ସୃଷ୍ଟି ହେଉଥିବା ଯନ୍ତ୍ରଣାକୁ ଆମ ନିକଟରେ ଉପସ୍ଥାପନ କରିଛି। 

୧୯୫୬ ମସିହାରେ, ହିବାକୁଶା ସଂଘ ପ୍ରଶାନ୍ତ ମହାସାଗରରେ ପରମାଣୁ ଅସ୍ତ୍ର ପରୀକ୍ଷଣର ଶିକାର ହୋଇଥିବା ଲୋକଙ୍କ ସହ ମିଶି ଜାପାନ ଏ- ଏବଂ ଏଚ୍-ବମ୍ ପୀଡିତ ସଂଗଠନ ଗଠନ କରିଥିଲେ। ପରେ ଏହି ନାଁକୁ ଛୋଟ କରି ନିହନ ହିଡାନ୍‌କ୍ୟୋ କରିଦିଆଗଲା। ଯାହାକି ପରବର୍ତ୍ତୀ ସମୟରେ ଜାପାନର ସବୁଠାରୁ ବଡ ଏବଂ ପ୍ରଭାବଶାଳୀ ହିବାକୁଶା ସଂଗଠନରେ ପରିଣତ  ହେଲା । ସେମାନଙ୍କର ବ୍ୟକ୍ତିଗତ କାହାଣୀ ବାଣ୍ଟି, ସେମାନଙ୍କ ଅଭିଜ୍ଞତା ଉପରେ ଆଧାର କରି ଶିକ୍ଷାଗତ ଅଭିଯାନର ବିକାଶ ଏବଂ ଆଣବିକ ଅସ୍ତ୍ରର ବିସ୍ତାର ଏବଂ ବ୍ୟବହାର ବିଷୟରେ ଜରୁରୀ ଚେତାବନୀ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପରମାଣୁ ଅସ୍ତ୍ର ବିରୁଦ୍ଧରେ ବିଶ୍ୱସ୍ତରରେ ବିରୋଧକୁ ପ୍ରୋତ୍ସାହିତ ତଥା ମଜବୁତ କରିବାରେ ସମର୍ଥ ହୋଇଛନ୍ତି।

Advertisment

ଗତ ବର୍ଷ ଇରାନ ଲେଖକ ତଥା ସମାଜସେବୀ ନର୍ଗିସ ମହମ୍ମଦଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ନର୍ଗିସ୍ ଗଣତନ୍ତ୍ରକୁ ସମର୍ଥନ କରନ୍ତି। ସେ ଦୀର୍ଘ ଦିନ ଧରି ମହିଳାଙ୍କ ଅଧିକାର ଏବଂ ମୃତ୍ୟୁ ଦଣ୍ଡ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ବିବାଦ ହେତୁ ନୋବେଲ କମିଟି ଚଳିତ ବର୍ଷ ଶାନ୍ତି ପୁରସ୍କାର ଘୋଷଣା କରିବ ନାହିଁ ବୋଲି ଅନୁମାନ କରାଯାଉଥିଲା।

ଷ୍ଟକହୋମରେ ଅନ୍ୟ ନୋବେଲ ପୁରସ୍କାର ଚୟନ କରାଯାଇଛି । କିନ୍ତୁ ଆଲଫ୍ରେଡ ନୋବେଲଙ୍କ ନିର୍ଦ୍ଦେଶ ଅନୁଯାୟୀ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ନିଷ୍ପତ୍ତି ଓସଲୋରେ ଅବସ୍ଥିତ ପାଞ୍ଚ ଜଣିଆ ନୋବେଲ କମିଟି ନେଇଛି। ନୋବେଲ ପୁରସ୍କାର ଅଧୀନରେ ଏକ ଲକ୍ଷ ଆମେରିକୀୟ ଡଲାରର ନଗଦ ରାଶି ଦିଆଯାଇଛି। ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ସୋମବାର ଘୋଷଣା କରାଯିବ। ଏହା ସହିତ ନୋବେଲ ଅଧିବେଶନ ଶେଷ ହେବ ।

Nobel Prize Nobel Peace Prize
Advertisment
Advertisment