Advertisment

Relationship Tips: ବିବାହ କରିବାକୁ ଯୋଜନା କରୁଛନ୍ତି କି…. ଏହି ପାଞ୍ଚଟି କଥା ନିଜ ପାର୍ଟନର୍ ସହ ଶେୟାର କରନ୍ତୁ, ବୈବାହୀକ ଜୀବନ ଖୁସି ହେବ

ଭାରତରେ ଚାଲିଛି ବିବାହ ଋତୁ। ଯଦି ଆପଣ ମଧ୍ୟ ବିବାହ କରିବାକୁ ଯୋଜନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ଭାବି ପତି/ପତ୍ନି ସହିତ କିଛି କଥାକୁ ନେଇ ଆଲୋଚନା କରିନେବା ଜରୁରୀ। ଏହା ଦ୍ୱାରା ଆପଣ ନିଜ ବୈବାହୀକ ଜୀବନକୁ ଖୁସିରେ ବିତାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
What to Know Before Getting Married

To make happy marriage life 5 things to discuss before getting married

ଭାରତରେ ଚାଲିଛି ବିବାହ ଋତୁ। ଯଦି ଆପଣ ମଧ୍ୟ ବିବାହ କରିବାକୁ ଯୋଜନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ଭାବି ପତି/ପତ୍ନି ସହିତ କିଛି କଥାକୁ ନେଇ ଆଲୋଚନା କରିନେବା ଜରୁରୀ। ଏହା ଦ୍ୱାରା ଆପଣ ନିଜ ବୈବାହୀକ ଜୀବନକୁ ଖୁସିରେ ବିତାଇବେ।

Advertisment

ଦେଖାଯାଏ ଯେ ବିବାହ ପରେ ଅନେକ ଦମ୍ପତିଙ୍କ ଜୀବନ କଷ୍ଟସାଧ୍ୟ ହୋଇଯାଏ। ଏହା ଲାଗିରହିଲେ ପରେ ଏହା ବିଚ୍ଛେଦର ମଧ୍ୟ କାରଣ ହୁଏ। ଏହାକୁ ଦୃଷ୍ଟିରେ ରଖି ଆସନ୍ତୁ ୫ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ନଜର ପକେଇବା ଯାହାକୁ ନେଇ ବିବାହ ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ସାଥୀ ସହିତ କଥା ହେବା ଉଚିତ। ଆସନ୍ତୁ ଜାଣିବା…

ଅଧିକ ପଢ଼ନ୍ତୁ: ଭଲ ପାଇବା ପୂର୍ବରୁ ଝିଅମାନେ ପୁଅମାନଙ୍କ ପାଖରେ ଏହିସବୁ ଜିନିଷ ଖୋଜନ୍ତି

Advertisment

ଫାଇନାନ୍ସ ଓ ଇନ୍‌କମ୍:

ଦୁର୍ବଳ ଆର୍ଥିକ ଯୋଜନା ହେତୁ ଅନେକ ସମ୍ପର୍କରେ ତିକ୍ତତା ଦେଖାଯିବା ଆରମ୍ଭ କରେ। ତେଣୁ ବିବାହର ନିଷ୍ପତ୍ତି ନେବା ପୂର୍ବରୁ, ଭବିଷ୍ୟତ ଯୋଜନା ପାଇଁ ପୁଞ୍ଜି ସଞ୍ଚୟ କରିବା ଜରୁରୀ। ଆଜିକାଲି, ବିବାହ ପୂର୍ବରୁ ଦମ୍ପତିଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ସ୍ଥିର ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ନିଜର ସାଥୀ ସହିତ ଲୋନ୍, ବିନିଯୋଗ ଏବଂ ଅନ୍ୟାନ୍ୟ ସ୍ୱପ୍ନର ଜିନିଷ ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ, ଏହା ଦାମ୍ପତ୍ୟ ଜୀବନକୁ ଖୁସି ରଖିବ।

ସ୍ୱପ୍ନ ଏବଂ ଲକ୍ଷ୍ୟ:

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱପ୍ନ ଏବଂ ଲକ୍ଷ୍ୟ ସ୍ଥିର କରିବା। ବିବାହ ପୂର୍ବରୁ, ନିଶ୍ଚିତ ଭାବରେ ନିଜର ସ୍ୱପ୍ନ ଏବଂ ଲକ୍ଷ୍ୟ ବିଷୟରେ ପରସ୍ପର ସହିତ ଶେୟାର କରନ୍ତୁ, କାରଣ ଏକ ସଂପର୍କରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ନିଜ ପାର୍ଟନର୍‌କୁ ଭଲ ଭାବରେ ବୁଝିବା ଏବଂ ଭଲ ବନ୍ଧନରେ ରହିବା।

ଫାମିଲି ବ୍ୟାକ୍‌ଗ୍ରାଉଣ୍ଡ୍‌:

ଏକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ, ଯେଉଁ ବ୍ୟକ୍ତି ସହିତ ଆପଣ ବିବାହ କରିବାକୁ ଯାଉଛନ୍ତି ସେ ପରିବାର କିପରି ଭଲ ଭାବେ ଜାଣନ୍ତୁ। ନିଜର ଭବିଷ୍ୟତ ପାର୍ଟନର୍ କିପରି ଏବଂ ତାଙ୍କ ପରିବାରର ବ୍ୟବସାୟ କ’ଣ ଏବଂ ସମାଜରେ ସେମାନଙ୍କୁ କିପରି ଦେଖାଯାଏ, ଏସବୁ ପାଖ ପଡ଼ୋଶୀଙ୍କ ଠାରୁ ଜାଣିବାକୁ ଚେଷ୍ଟା କରନ୍ତୁ।

ଫାମିଲି ପ୍ଲାନିଙ୍ଗ୍:

ବିବାହ ପୂର୍ବରୁ, ନିଜର ଫାମିଲି ପ୍ଲାନିଙ୍ଗ୍ କିପରି ହେବ ଏହା ନିଜ ପାର୍ଟନର ସହିତ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ। ବାପାମାଆ କେତେବେଳେ ହେବେ ଥରେ ଏଥିପରି ବିଚାର କରନ୍ତୁ, ଯାହାଫଳରେ ଭବିଷ୍ୟତରେ ଯେପରି ଏହାକୁ ନେଇ କୌଣସି ଚାପ ନ ପଡେ।

ଅଧିକ ପଢ଼ନ୍ତୁ: ସାଂଘାତିକ ହୋଇଥାଏ ବିଷାକ୍ତ ସଂପର୍କ; କିପରି ଜାଣିବେ ଆପଣଙ୍କ ସାଥୀ ପାଖରେ ଏହି ଗୁଣ ଅଛି କି ନାହିଁ…

କ୍ୟାରିୟର୍ ଉପରେ ଆଲୋଚନା:

ବିବାହ ପରେ, ଯଦି ନିଜର ଚାକିରି ପ୍ରୋଫାଇଲ୍ ବଦଳାଇବାକୁ କିମ୍ବା କ୍ୟାରିୟରକୁ ଏକ ଭିନ୍ନ ଦିଗ ଦେବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ନିଜ ପାର୍ଟନର୍‌ଙ୍କୁ କୁହନ୍ତୁ। ବିବାହ ପୂର୍ବରୁ ନିଜର କାମ କ’ଣ ଏବଂ କେଉଁଠାରେ କାମ କରିବାକୁ ହେବା ସେସବୁ କଥା ନିଜ ପାର୍ଟନର ସହ ଶେୟାର କରନ୍ତୁ। ନିଜର କାମ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ କରିବା ପାଇଁ ଆପଣ କ’ଣ କରନ୍ତି ଏସବୁ ନିଜ ପାର୍ଟନର୍ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ।

Marriage Relationship Tips
Advertisment
Advertisment