Advertisment

Relationship Tips: ସାଂଘାତିକ ହୋଇଥାଏ ବିଷାକ୍ତ ସଂପର୍କ; କିପରି ଜାଣିବେ ଆପଣଙ୍କ ସାଥୀ ପାଖରେ ଏହି ଗୁଣ ଅଛି କି ନାହିଁ…

ଯେ କୌଣସି ସମ୍ପର୍କକୁ ଆଗକୁ ନେବାକୁ କେବଳ ପ୍ରେମ ଆବଶ୍ୟକ ନୁହେଁ, ଅନ୍ୟ କିଛି ଜିନିଷର ଭୂମିକା ମଧ୍ୟ ଅତ୍ୟନ୍ତ ଜରୁରୀ। ଛୋଟ ଛୋଟ କଥାକୁ ନେଇ ଝଗଡା କରିବା, ସର୍ବଦା ସନ୍ଦେହ କରିବା ଏମିତି କିଛି ଅଭ୍ୟାସ ଯଦି ଆପଣଙ୍କ ସାଥୀ ପାଖରେ ଥାଏ, ତେବେ ଏହାର ଅର୍ଥ ହେଉଛି ଆପଣ ଏକ ଟକ୍ସିସ୍ ରିଲେସନ୍‌ସିପ୍‌ରେ ଅଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Toxic relationship signs and behaviors

Toxic relationship signs and behaviors

ସେ ସ୍ୱାମୀ-ସ୍ତ୍ରୀ ହୁଅନ୍ତୁ କି ପ୍ରେମିକା-ପ୍ରେମିକା ଏହି ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଏହି ସମ୍ପର୍କ ସେତେବେଳେ ସଫଳ ବୋଲି ବିବେଚନା କରାଯାଏ ଯେତେବେଳେ ପ୍ରେମ ଏବଂ ବିଶ୍ୱାସ ବ୍ୟତୀତ, ପରସ୍ପରକୁ ମଧ୍ୟ ସମ୍ମାନ ଦିଆଯାଏ। ବେଳେବେଳେ କିନ୍ତୁ ଏହି ସମ୍ପର୍କରେ ଆସୁଥିବା ଛୋଟ ଛୋଟ କଥାକୁ ନେଇ ପରସ୍ପର ଭିତରେ ଦେଖାଦିଏ ବିଭେଦ ଓ ଉଭୟ ପରସ୍ପର ଠାରୁ ଦୂରେଇ ରହିବାକୁ ଚେଷ୍ଟା। ସଂପର୍କରେ ଏଭଳି ପରିସ୍ଥିତି ଆସିବାକୁ ଟକ୍ସିସ୍ ରିଲେସନ୍‌ସିପ୍ ବୋଲି କୁହାଯାଏ।

Advertisment

ଯେ କୌଣସି ସମ୍ପର୍କକୁ ଆଗକୁ ନେବାକୁ କେବଳ ପ୍ରେମ ଆବଶ୍ୟକ ନୁହେଁ, ଅନ୍ୟ କିଛି ଜିନିଷର ଭୂମିକା ମଧ୍ୟ ଅତ୍ୟନ୍ତ ଜରୁରୀ। ଛୋଟ ଛୋଟ କଥାକୁ ନେଇ ଝଗଡା କରିବା, ସର୍ବଦା ସନ୍ଦେହ କରିବା ଏମିତି କିଛି ଅଭ୍ୟାସ ଯଦି ଆପଣଙ୍କ ସାଥୀ ପାଖରେ ଥାଏ, ତେବେ ଏହାର ଅର୍ଥ ହେଉଛି ଆପଣ ଏକ ଟକ୍ସିସ୍ ରିଲେସନ୍‌ସିପ୍‌ରେ ଅଛନ୍ତି।

ତେବେ ଏକ ଟକ୍ସିସ୍ ରିଲେସନ୍‌ସିପ୍ ସହ୍ୟ କରିବା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଖରାପ ଅଟେ। ଆସନ୍ତୁ ଜାଣିବା ଏହାର ସଂକେତ।

Advertisment

କଥା କଥାରେ ଝଗଡା କରିବା:

ସାଧାରଣତ: ବିବାହ ପରେ ଆଡ୍‌ଜଷ୍ଟ୍‌ କରିବାକୁ ସମୟ ଲାଗେ। କିନ୍ତୁ ଯଦି ଆପଣ ସାଥୀ ଏହାକୁ ବୁଝିପାରୁ ନାହାଁନ୍ତି ଏବଂ ପ୍ରତ୍ୟେକ ଛୋଟ ଛୋଟ କଥାକୁ ନେଇ କଳି ଝଗଡା ତେବେ ଏହା ସୂଚିତ କରେ ଯେ ଆପଣ ଏକ ଟକ୍ସିସ୍ ରିଲେସନ୍‌ସିପ୍‌ରେ ଅଛନ୍ତି।

ବିଚାର ଏବଂ ଭାବନାକୁ ଅସମ୍ମାନ:

ପରସ୍ପରଙ୍କ ବିଚାର ଏବଂ ଭାବନାକୁ ସମ୍ମାନ ନ କରିବା ହେଉଛି ଏକ ଟକ୍ସିସ୍ ରିଲେସନ୍‌ସିପ୍‌ର ଲକ୍ଷଣ। ସମ୍ପର୍କର ଆଧାର ହେଉଛି ପ୍ରେମ ଏବଂ ସମ୍ମାନ। ଯଦି ଏହା ନଥାଏ ତେବେ ଏଭଳି ସମ୍ପର୍କରେ ରହିବା ବେକାର।

କଥା କଥାରେ ସନ୍ଦେହ:

ପ୍ରତ୍ୟେକ କଥାରେ ସାଥୀକୁ ସନ୍ଦେହ କରିବାର ଅଭ୍ୟାସ ମଧ୍ୟ ଏକ ଟକ୍ସିସ୍ ରିଲେସନ୍‌ସିପ୍‌ର ଲକ୍ଷଣ। ଏହା ଆପଣଙ୍କ ସ୍ୱାଧୀନତାକୁ ଛଡ଼ାଇ ନେଇପାରେ। ଯଦି ଆପଣଙ୍କ ସାଥୀ ତୁମକୁ ବିଶ୍ୱାସ କରୁ ନାହିଁ, ତେବେ ପ୍ରଥମେ ତାଙ୍କଠାରୁ ଏହାର କାରଣ ଖୋଜିବାକୁ ଚେଷ୍ଟା କରନ୍ତୁ। ତା’ପରେ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରନ୍ତୁ।

ନିୟନ୍ତ୍ରଣ କରିବାକୁ ଚେଷ୍ଟା:

ଯଦି ଆପଣଙ୍କର ସାଥୀ ଆପଣଙ୍କୁ ପ୍ରତ୍ୟେକ କାମରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି, ତେବେ ଏହା ସଠିକ୍ ଉପାୟ ନୁହେଁ। ଏହିପରି ସଂପର୍କରେ ଜଣେ ଶ୍ୱାସରୁଦ୍ଧ ଅନୁଭବ କରେ। ଏହି ଅଭ୍ୟାସ ମଧ୍ୟ ହିଂସାରେ ପରିଣତ ହୋଇପାରେ।

ଟକ୍ସିସ୍ ରିଲେସନ୍‌ସିପ୍‌ରୁ ମୁକ୍ତି:

ଯଦି ଆପଣଙ୍କର ସମ୍ପର୍କ ବିଷାକ୍ତ ହୋଇଯାଇଛି, ଏହାକୁ ସହ୍ୟ କରିବାକୁ ଜାରି ରଖନ୍ତୁ ନାହିଁ ବରଂ ଏଥିରୁ ବାହାରିବାକୁ ଚେଷ୍ଟା କରନ୍ତୁ। ସେହିପରି ପ୍ରେମ କିମ୍ବା ଅହଂ ଭଳି କୌଣସି ବାହାନା କାରଣରୁ ନିଜକୁ ଏଥିରେ ରଖିବାକୁ ଚେଷ୍ଟା ନ କରନ୍ତୁ।

ସାହାଯ୍ୟ ମାଗିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ:

ଯଦି ଆପଣ ଅନୁଭବ କରୁଛନ୍ତି ଯେ ଜଣେ ପରାମର୍ଶଦାତା କିମ୍ବା ଅନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କର ସମ୍ପର୍କ ଉନ୍ନତ ହୋଇପାରେ, ତେବେ ସାହାଯ୍ୟ ମାଗିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ।

ଏହି ଅଧିକାର କାହାକୁ ଦିଅନ୍ତୁ ନାହିଁ:

ନିଜକୁ ଭଲ ପାଇବାକୁ ଶିଖନ୍ତୁ ଏବଂ କୌଣସି ପରିସ୍ଥିତିରେ ବି ନିଜର ଆତ୍ମ ସମ୍ମାନ ସହିତ ଆପୋଷ ବୁଝାମଣା କରନ୍ତୁ ନାହିଁ। ସେ ଯିଏ ବି ହେଉ ଏହି ଅଧିକାର କାହାକୁ ବି ଦିଅନ୍ତୁ ନାହିଁ ଯିଏ ଯେମିତି ଚାହିବ ଆପଣକୁ ସେମିତି କହିବ।

Advertisment
Advertisment