Advertisment

Relationship Tips: ଭଲ ପାଇବା ପୂର୍ବରୁ ଝିଅମାନେ ପୁଅମାନଙ୍କ ପାଖରେ ଏହିସବୁ ଜିନିଷ ଖୋଜନ୍ତି

ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
What is that hing that makes a girl fall in love

What is that hing that makes a girl fall in love

ଫେବୃଆରୀ ମାସକୁ ପ୍ରେମର ମାସ କୁହାଯାଏ। ମାସରେ ୭ରୁ ୧୪ ପର୍ଯ୍ୟନ୍ତ ୭ଦିନ ଭାଲେଣ୍ଟାଇନ୍ ସପ୍ତାହ ପାଳନ ହୁଏ। ଏହି ସମୟରେ ପୁଅ ବା ଝିଅ ପରସ୍ପରଙ୍କୁ ପସନ୍ଦ କରନ୍ତି, ପ୍ରସ୍ତାବ ଦିଅନ୍ତି ଏବଂ ସେମାନଙ୍କୁ କିଛି ଉପହାର ମଧ୍ୟ ଦିଅନ୍ତି। ବର୍ତ୍ତମାନ ନୂଆ ନୂଆ ପ୍ରେମରେ ପଡିଥିବା ଯୁବକ ଯୁବତୀଙ୍କ ପାଇଁ ଏହି ସମୟ ନିହାତି ଏକ ଉତ୍ସାହର ଦିନ।

Advertisment

ତେବେ ସବୁଠାରୁ ବଡ କଥା ହେଲା ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।

ପ୍ରଥମ ଦେଖା:

କୌଣସି ବି ଝିଅ ପ୍ରଥମ ଦେଖାରେ କୌଣସି ପୁଅକୁ ଭଲ ପାଆନ୍ତି ନାହିଁ। ପ୍ରଥମ ଦେଖାରେ ଝିଅମାନେ ପୁଅମାନଙ୍କ ପାଖରେ ଅନେକ କିଛି ଜିନିଷ ଖୋଜନ୍ତି। ସେସବୁକୁ ଦେଖିବାକୁ ଚେଷ୍ଟା କରନ୍ତି। ଏହା ନିଶ୍ଚିତ ଟଙ୍କା ଆଉ ଜୀବନଶୈଳୀ ଠାରୁ ଅଲଗା ହୋଇଥାଏ। ସେଥିପାଇଁ କୁହାଯାଏ ଯେ କାହା ସହିତ ପ୍ରଥମ ଦେଖାରେ ଯେଉଁ ପ୍ରଭାବ ପଡେ ତାହା ଶେଷ ପର୍ଯ୍ୟନ୍ତ ରୁହେ।

Advertisment

ଆତ୍ମବିଶ୍ୱାସ:

ଝିଅମାନେ ମଧ୍ୟ ପୁଅମାନଙ୍କ ଉପରେ ଆତ୍ମବିଶ୍ୱାସକୁ ଖୋଅନ୍ତି। ଆପଣ କୋଉ ବ୍ରାଣ୍ଡେଡ୍ ଜୋତା କିମ୍ବା ବ୍ରାଣ୍ଡେଡ୍ ପୋଷାକ ପିନ୍ଧୁଛନ୍ତି କି ନାହିଁ ତାହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ ଦେଖନ୍ତି ଯେ ପୁଅ ପାଖରେ ଆତ୍ମବିଶ୍ୱାସ ଅଛି କି ନାହିଁ। ତୁମେ ଯେତେ ମଜାଳିଆ ପ୍ରେମ କରନ୍ତୁ ନା କାହିଁକି, ଯଦି ତୁମ ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ବୁଝାପଡିବ ଯେ ଝିଅମାନେ ରିଜେକ୍ଟ କରିପାରନ୍ତି।

କ’ଣ ଚାହାଁନ୍ତି:

ଝିଅମାନେ ଚାହାଁନ୍ତି ଯେ ପୁଅର ହୃଦୟ ବିଶାଳ ହେଉ ଏବଂ ଅନେକ କିଛି ଗ୍ରହଣ କରିବାକୁ ସକ୍ଷମ ହେଉ। କାରଣ ଆଜିର ଯୁଗରେ ଝିଅମାନେ ମଧ୍ୟ ଆଗକୁ ବଢୁଛନ୍ତି। ଅନେକ ପୁଅ ଅଛନ୍ତି ଝିଅମାନଙ୍କର ବିକାଶକୁ ପସନ୍ଦ କରନ୍ତି ନାହିଁ, ଏହା ସେମାନଙ୍କର ଚାକିରି କ୍ଷେତ୍ର ହେଉ କି ସାଙ୍ଗମାନଙ୍କ ସହିତ ମିଳାମିଶା ହେବ। ଏମିତି ଅନେକ କିଛି ଅଛି ଯାହାକୁ ଅନେକ ପୁଅ ପସନ୍ଦ କରନ୍ତି ନାହିଁ।

ତେବେ ପୁଅ ଏପରି ହେବା ଉଚିତ୍ ଯେ ସେ ଝିଅଟିକୁ ବୁଝୁଥିବ ଏବଂ ତାଙ୍କୁ ଅନେକ ଜିନିଷରେ ଆଗକୁ ଯିବାକୁ ସହଯୋଗ କରୁଥିବ। ସବୁ କଥାରେ ବାଧା ଦେଉଥିବା ପୁଅଙ୍କୁ ଝିଅମାନେ ପସନ୍ଦ କରନ୍ତି ନାହିଁ।

ପୁଅର ପରିବାର:

ଝିଅମାନେ ଏହା ମଧ୍ୟ ଦେଖନ୍ତି ଯେ ପୁଅର ପରିବାର ଭଲ ହେବା ଉଚିତ। ଆହୁରି ପୁଅ ମଧ୍ୟ ଝିଅକୁ ସମ୍ମାନ ଦେବା ଉଚିତ। ଯଦି ଝିଅଟିଏ କୌଣସି ଏକ ନିଷ୍ପତ୍ତି ନିଏ ତେବେ ତା’ର ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ଦେବା ଦରକାର। ତାଙ୍କୁ ବୁଝୁଥିବା ଦରକାର, ତାଙ୍କୁ ଧ୍ୟାନ ଦେଉଥିବା ଦରକାର ଏବଂ ଯଦି ସେ କୌଣସି ଅସୁବିଧାରେ ପଡନ୍ତି ତେବେ ତାଙ୍କୁ ସମର୍ଥନ କରୁଥିବା ଦରକାର। ସାଧାରଣତଃ ଝିଅମାନେ ଜଣେ ପୁଅକୁ ପସନ୍ଦ କରିବା ପୂର୍ବରୁ ଏହି ସବୁ ଛୋଟ ଛୋଟ ଜିନିଷ ପ୍ରଥମେ ସେମାନଙ୍କ ପାଖରେ ଥିବା ଖୋଜନ୍ତି। ସେମାନେ ଚାହାନ୍ତି ତାଙ୍କ ପାର୍ଟନର ଏମିତି ହିଁ ହୋଇଥାଉ।

Valentine's Day Valentines Week Valentine's Day Special
Advertisment
Advertisment