Advertisment

Relationship Tips: ନିଜକୁ ଜଣଙ୍କ ପାଖରେ ପ୍ରଶଂସାର ପାତ୍ର କରିବା ପାଇଁ ୭ଟି ଟିପ୍ସ

ପ୍ରାୟ ସମସ୍ତେ ଚାହାନ୍ତି ଲୋକମାନେ ତାଙ୍କୁ ତୁରନ୍ତ ପସନ୍ଦ କରନ୍ତୁ। ଏହା କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ। ତୁରନ୍ତ ପସନ୍ଦଯୋଗ୍ୟ ହେବା ଏକ କଳା। ନିଜକୁ ଅନ୍ୟମାନଙ୍କ ପାଇଁ ପସନ୍ଦଯୋଗ୍ୟ କରିବା ପାଇଁ କେତେକ ଟ୍ରିକ୍ସ ରହିଛି ଯାହାକୁ ସୂକ୍ଷ୍ମ କଳା କୁହାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Psychological Tricks To Make People like you immediately

Psychological tricks everyone like you immediately

ପ୍ରାୟ ସମସ୍ତେ ଚାହାନ୍ତି ଲୋକମାନେ ତାଙ୍କୁ ତୁରନ୍ତ ପସନ୍ଦ କରନ୍ତୁ। ଏହା କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ। ତୁରନ୍ତ ପସନ୍ଦଯୋଗ୍ୟ ହେବା ଏକ କଳା। ନିଜକୁ ଅନ୍ୟମାନଙ୍କ ପାଇଁ ପସନ୍ଦଯୋଗ୍ୟ କରିବା ପାଇଁ କେତେକ ଟ୍ରିକ୍ସ ରହିଛି ଯାହାକୁ ସୂକ୍ଷ୍ମ କଳା କୁହାଯାଏ।

Advertisment

ଏହି ସୂକ୍ଷ୍ମ କଳାକୁ ଆୟତ୍ତ କରିବା ଦ୍ୱାରା ଏହା ଜଣଙ୍କୁ ଅଧିକ ଆକର୍ଷିତ ବ୍ୟକ୍ତି କରିପାରେ, ସେ କୌଣସି ଏକ ସାମାଜିକ କାର୍ଯ୍ୟ କ୍ଷେତ୍ର ହେଉ କିମ୍ବା ବ୍ୟବସାୟିକ ବୈଠକ ହେଉ। ତେବେ ଆସନ୍ତୁ ନିଜକୁ ଅନ୍ୟମାନଙ୍କର ପ୍ରିୟପାତ୍ର କରିବା ବା ଅନ୍ୟମାନଙ୍କ ପାଇଁ ପସନ୍ଦଯୋଗ୍ୟ କରିବା ପାଇଁ କେତେକ ଉପାୟ ଜାଣିନେବା।

ସ୍ମିତ ହାସ୍ୟ:

ଏକ ପ୍ରକୃତ ହସ ତୁରନ୍ତ ଜଣକୁ ଅନ୍ୟମାନଙ୍କର ନିକଟତର ଏବଂ ବନ୍ଧୁତ୍ୱପୂର୍ଣ୍ଣ କରିପାରେ। ହସ କେବଳ ଅନ୍ୟମାନଙ୍କୁ ଖୁସି କରେ ନାହିଁ ବରଂ ଏକ ଭାବପୂର୍ଣ୍ଣ ପରିବେଶ ଏବଂ ଖୋଲା ହୃଦୟର ସଙ୍କେତ ମଧ୍ୟ ଦେଇଥାଏ।

Advertisment

ଅଧିକ ପଢ଼ନ୍ତୁ: ବିବାହ କରିବାକୁ ଯୋଜନା କରୁଛନ୍ତି କି, ଏହି ପାଞ୍ଚଟି କଥା ନିଜ ପାର୍ଟନର୍ ସହ ଶେୟାର କରନ୍ତୁ, ବୈବାହୀକ ଜୀବନ ଖୁସି ହେବ

ସକରାତ୍ମକ ଶାରିରୀକ ଭାଷା:

ଆଖିର ଯୋଗାଯୋଗ, ଠିଆ ହେବାର ଶୈଳୀ କିମ୍ବା ବସିବାର ଢାଞ୍ଚା ଏବଂ ଉପଯୁକ୍ତ ଅଙ୍ଗଭଙ୍ଗୀ ଦ୍ୱାରା ଜଣଙ୍କୁ ଆକର୍ଷଣ ମଧ୍ୟ କରାଯାଇପାରେ। ଏକ ଖୋଲା ଏବଂ ଆତ୍ମଭରଷାପୂର୍ଣ୍ଣ ଶାରିରୀକ ଭାଷା ଜଣଙ୍କୁ ପସନ୍ଦଯୋଗ୍ୟ କରିଥାଏ।

ନାଁ ମନେରଖିବା:

ଜଣଙ୍କର ନାଁ ମନେରଖିବା ଦ୍ୱାରା ସେ ବ୍ୟକ୍ତି ପସନ୍ଦ କରେ। କାରଣ ଏହା ଦର୍ଶାଏ ଯେ ଆପଣ ସେମାନଙ୍କୁ ଗୁରୁତ୍ୱ ଦେଉଛନ୍ତି, ତାଙ୍କ ପ୍ରତି ଧ୍ୟାନ ଦେଉଛନ୍ତି। ତେଣୁ ସେମାନଙ୍କ ନାଁକୁ ମନେରଖିବା ପାଇଁ କଥାହେବା ସମୟରେ ସେମାନଙ୍କ ନାଁକୁ ବାରମ୍ବାର ଧରନ୍ତୁ।

ବ୍ୟକ୍ତିକୁ ଶୁଣିବା:

କହୁଥିବା ବ୍ୟକ୍ତିଙ୍କୁ ଧ୍ୟାନର ସହିତ ଶୁଣିବା ଜରୁରୀ। ସେମାନଙ୍କ କଥା ଶୁଣିବା ବେଳେ ମୁଣ୍ଡ ହଲାଇ ସ୍ୱୀକୃତି ଦେବା ଏବଂ ସହାନୁଭୂତି ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।

ଆଗ୍ରହ ଖୋଜିବା:

ଯାହା ସହିତ ସଂପର୍କ ତିଆରି କରିବାକୁ ଚାହୁଁଛନ୍ତି ସେମାନଙ୍କ ସାଧାରଣ ଆଗ୍ରହ କିମ୍ବା ଅନୁଭୂତିକୁ ଜାଣିବାକୁ ଚେଷ୍ଟା କରନ୍ତୁ ଓ ଏହାର ସୁଯୋଗ ନେଇ ସେମାନଙ୍କୁ ବାନ୍ଧିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ବ୍ୟକ୍ତି ଖୁସି ହେବା ସହ ପ୍ରଶଂସା କରନ୍ତି।

ପ୍ରକୃତ ପ୍ରଶଂସା:

ଜଣଙ୍କର ସଫଳତା, ପ୍ରତିଭା, କିମ୍ବା ସକରାତ୍ମକ ଗୁଣ ଉପରେ ଆନ୍ତରିକତାର ସହିତ ପ୍ରଶଂସା କରନ୍ତୁ। ପ୍ରଶଂସା ଲୋକମାନଙ୍କୁ ମୂଲ୍ୟବାନ ମନେ କରାଏ।

ଅନୁସରଣ କରିବା:

ଜଣଙ୍କର ଶାରିରୀକ ଭାଷା, କହିବା ଶୈଳୀ ଏବଂ ସ୍ୱରକୁ ସୂକ୍ଷ୍ମ ଭାବରେ କପି କରିବା ଦ୍ୱାରା ଏହା ସେମାନଙ୍କ ପ୍ରତି ଭଲପାଇବା ପ୍ରଦର୍ଶନ କରାଏ ଏବଂ ସମ୍ପର୍କର ଏକ ଭାବନା ସୃଷ୍ଟି କରେ। ଫଳରେ ଏହା ଜଣଙ୍କୁ ମିଶିବା ପାଇଁ ଆରାମଦାୟକ ଅନୁଭବ ଦିଏ।

ଅଧିକ ପଢ଼ନ୍ତୁ: ଭଲ ପାଇବା ପୂର୍ବରୁ ଝିଅମାନେ ପୁଅମାନଙ୍କ ପାଖରେ ଏହିସବୁ ଜିନିଷ ଖୋଜନ୍ତି

Relationship Tips
Advertisment
Advertisment