Advertisment

Parenting Tips: ସକାଳର ଏହି ୫ ଅଭ୍ୟାସକୁ ଧ୍ୟାନ ଦିଅନ୍ତୁ; ସଫଳତାର ଶିଖର ଛୁଇଁବ ଆପଣଙ୍କ ପିଲା

ଯଦି ପିଲାମାନଙ୍କର ସକାଳ ରୁନିନ୍ ଯୋଜନାର ସହିତ ପ୍ରସ୍ତୁତ ହୁଏ, ତେବେ ଉଭୟ ପିଲା ଏବଂ ବାପାମାଆ ସକାଳର ଧାଁଦୌଡ ଜୀବନରୁ ରକ୍ଷା ପାଇଯିବେ ଏବଂ ପିଲାଟି ସଫଳ ହୋଇ ବାହାରିବ। ଏନେଇ ଆସନ୍ତୁ ଜାଣିବା ୫ଟି ଟିପ୍ସ।

author-image
Pramod Behera
ଅଦ୍ୟତନ ହୋଇଛି
Parents should teach their kids not to do things in morning

Parents should teach their kids not to do things in morning

ପ୍ରତ୍ୟେକ ବାପାମାଆ ଚାହାଁନ୍ତି ଯେ ସେମାନଙ୍କ ପିଲା ଜଣେ ସଫଳ ବ୍ୟକ୍ତି ହେଉ। ସେ ସୁସ୍ଥ ରହିବା ସହିତ ଏବଂ ସେମାନଙ୍କ ନାଁ ରଖୁ। ଏହାର କିନ୍ତୁ ମୂଳଦୁଆ ପିଲାଦିନରେ ହିଁ ପ୍ରସ୍ତୁତ କରାଯାଇପାରେ। କିନ୍ତୁ ଅନେକ ବାପାମାଆ ଏ ବିଷୟରେ ଜାଣି ନ ଥାନ୍ତି। ଏନେଇ ପିଲାମାନଙ୍କର ସକାଳ ରୁଟିନ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

Advertisment

ଯଦି ସେମାନଙ୍କ ସକାଳ ରୁନିନ୍ ଯୋଜନାର ସହିତ ପ୍ରସ୍ତୁତ ହୁଏ, ତେବେ ଉଭୟ ପିଲା ଏବଂ ବାପାମାଆ ସକାଳର ଧାଁଦୌଡ ଜୀବନରୁ ରକ୍ଷା ପାଇଯିବେ ଏବଂ ପିଲାଟି ସଫଳ ହୋଇ ବାହାରିବ। ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଜୀବନ ଶୃଙ୍ଖଳିତ ହୋଇଯିବ। ଆସନ୍ତୁ ଏ ବିଷୟରେ ଜାଣିବା।

ଠିକ୍ ସମୟରେ ଉଠିବା:

ବର୍ତ୍ତମାନ ସମୟରେ ପ୍ରାୟତଃ ଦେଖାଯାଏ ଯେ ପିଲାମାନେ ସକାଳୁ ଉଠିବା ପାଇଁ ଅଳସୁଆ ହୁଅନ୍ତି ଏବଂ ବାପାମାଆ ମଧ୍ୟ ସେମାନଙ୍କ ପଛରେ ଲାଗିଥାନ୍ତି। ଏହା ସେମାନଙ୍କ ଚାପ ବଢାଇଥାଏ। ଏଭଳି କ୍ଷେତ୍ରରେ ପ୍ରତିଦିନ ଠିକ୍ ସମୟରେ ଉଠିବା କାହିଁକି ଜରୁରୀ ବୋଲି ପିଲାଙ୍କୁ ବୁଝାନ୍ତୁ। ଏହା ପିଲାକୁ ସମୟାନୁବର୍ତ୍ତୀ କରିଥାଏ ଏବଂ ସମୟକୁ ମୂଲ୍ୟ ଦେବା ଶିଖାଇଥାଏ।

Advertisment

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ସେମାନଙ୍କୁ କରାନ୍ତୁ ଏହି ୩ ଆସନ, ଶୀଘ୍ର ବଢିବ ଉଚ୍ଚତା

ସକାଳ ଜଳଖିଆ:

ଅନେକ ପିଲା ସକାଳର ଚାପଗ୍ରସ୍ତ ପରିବେଶରେ ଜଳଖିଆ ଖାଆନ୍ତି ନାହିଁ। ସେହିପରି ବାପାମାଆମାନେ ମଧ୍ୟ ସେମାନଙ୍କ ପାଇଁ ଜଳଖିଆ ପ୍ୟାକ୍ କରି ଦେଇଦିଅନ୍ତି ଯାହାକୁ ସେମାନେ ସ୍କୁଲ୍‌ରେ ଖାଇ ପାରିବେ। କିନ୍ତୁ ଆରାମରେ ବସି ଜଳଖିଆ ଖାଇବା ଅତ୍ୟନ୍ତ ଜରୁରୀ। ଏହାକୁ କେବେବି ଛାଡିବା ଉଚିତ୍ ନୁହେଁ। ପିଲାଙ୍କୁ ସକାଳ ଜଳଖିଆରେ ପ୍ରୋଟିନ୍, ଆଇରନ୍, କୋଲେଷ୍ଟ୍ରଲ୍, କ୍ୟାଲ୍‌ସିୟମ୍‌ ଭରା ଖାଦ୍ୟ ଦେବା ଜରୁରୀ।

ଫୋନ୍ କିମ୍ବା ଟାବ୍‌ଲେଟ୍:

ଯଦି କୌଣସି ପିଲା ସକାଳୁ ଉଠିବା ମାତ୍ରେ ମୋବାଇଲରେ କାର୍ଟୁନ୍ ଦେଖନ୍ତୁ କିମ୍ବା ଗେମ୍ ଖେଳନ୍ତି, ତେବେ ଏହା ସେମାନଙ୍କ ମନକୁ ଖରାପ କରିଦିଏ। ସ୍କ୍ରିନ୍ ଟାଇମିଙ୍ଗ୍ ସେମାନଙ୍କର ସୃଜନଶୀଳତାକୁ ମାରିଦିଏ। ତେଣୁ ସକାଳେ ଫୋନ୍ କିମ୍ବା ଟାବ୍‌ଲେଟ୍ ସେମାନଙ୍କଠାରୁ ଦୂରରେ ରଖନ୍ତୁ। ଏପରିକି ଟିଭି  ଅନ୍ କରନ୍ତୁ ନାହିଁ। ପିଲାଙ୍କ ସକାଳ ରୁଟିନ୍‌ରେ ବ୍ୟାୟାମ୍, ମେଡିଟେସନ୍‌କୁ ସାମିଲ କରାନ୍ତୁ।

ସ୍ୱଚ୍ଛତାର ଶିକ୍ଷା:

ସ୍ୱଚ୍ଛତା କେବଳ ଗ୍ରୁମିଙ୍ଗ୍ ପାଇଁ ନୁହେଁ ବରଂ ଆତ୍ମବିଶ୍ୱାସ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବ୍ରଶ୍ କରିବା, ଗାଧୋଇବା ଆଦି କେତେ ଗୁରୁତ୍ୱପୂର୍ଣ୍ଣ ତାହା ପିଲାଙ୍କୁ ବୁଝାଇବା ଜରୁରୀ। ଏଥିସହ, ଯଦି ପିଲାଟି ଚୁଟି ନ କୁଣ୍ଡାଏ, ନଖ କାଟେ ନାହିଁ କିମ୍ବା ଜୋତା ପଲିସ୍ କରେ ନାହିଁ, ତେବେ ତାଙ୍କୁ ଭଲ ଭାବରେ ବୁଝାନ୍ତୁ।

ବିଛଣା ସଜ୍ଜାଇବା:

ସକାଳେ ପିଲାଟି ଉଠିଯିବା ପରେ ବାପାମାଆ ନିଜେ ବିଛଣା ଠିକ କରିଦିଅନ୍ତି। ଯଦି ଆପଣ ପିଲାଟିକୁ ଆତ୍ମନିର୍ଭଳଶୀଳ ଏବଂ ଦାୟିତ୍ୱବାନ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ନିଜ ବିଛଣା ଠିକ କରିବାକୁ କୁହନ୍ତୁ। ଯେତେବେଳେ ପିଲା ନିଜ କାମ ନିଜେ କରେ, ସେତେବେଳେ ତା’ର ନିଜ ଉପରେ ଆତ୍ମବିଶ୍ୱାସ ବଢେ ଆଉ ସେ ସ୍ୱାଧୀନଭାବେ ବଞ୍ଚିପାରେ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁ ନାହାନ୍ତି… ଜାଣନ୍ତୁ ଆପଣଙ୍କ କେଉଁ ଭୁଲ୍ ପାଇଁ ଏମିତି ହୁଏ

Parental Control Parents Parenting Tips Parents Guide
Advertisment
Advertisment