• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ବନାନ୍ତୁ 'ଛେନା ଝିଲି'

ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଛେନା ଝିଲି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ସୁଜି, ମଇଦା, ଚିନି, ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା, ଛେନା, ତେଲ

ଅଧିକ ପଢ଼ନ୍ତୁ: ବହୁତ କମ୍ ଖର୍ଚ୍ଚରେ ବନାନ୍ତୁ ଓଡ଼ିଆ ଘରର ଏହି ସୁଆଦିଆ ମିଠା

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ।
  • ଏହାପରେ ବଜାର କିମ୍ୱା ଘରେ ବନେଇଥିବା ଛେନା ୫୦୦ ଗ୍ରାମ ଛେନା ଆଣନ୍ତୁ।
  • ଏହାକୁ ଏକ ପାତ୍ରରେ ରଖି ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଚକଟନ୍ତୁ।
  • ଏହା ପରେ ସେଥିରେ ତିନି ଚାମଚ ସୁଜି, ଦୁଇ ଚାମଚ ମଇଦା, ଗୋଟିଏ ଚାମଚ ଚିନି,ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ।ଏହାପରେ ତାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।
  • ଏହା ପରେ ଚକଟା ଛେନାକୁ ଛେନା ଝିଲିର ସେପ ଦେଇ ଗଢ଼ନ୍ତୁ।
  • ଏହାପରେ ଚୁଲିରେ କଡେଇ ବସାନ୍ତୁ, କଡେଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ ଗଢ଼ି ରଖିଥିବା ଛେନା ଝିଲିକୁ ଅଳ୍ପ ଆଞ୍ଚରେ ଛାଣନ୍ତୁ।
  • ଛେନା ଝିଲିର ରଙ୍ଗ ବାଦାମୀ ହେଲା ପର୍ଯ୍ୟନ୍ତ ଛାଣନ୍ତୁ।
  • ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଛାଣି ଶିରାରେ କିଛି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତୁ।
  • ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମିଠା ‘ଛେନା ଝିଲି’ ।  ଏହି ମିଠାକୁ ପ୍ଲେଟ୍‌କୁ ବାହାର କରି ପରଷି ଦିଅନ୍ତୁ । ଏହି ମିଠାର ରେସିପି ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

ଟିପ୍‌ସ:‘ଯଦି ଅଧିକ ଛେନାରେ ଛେନା ଝିଲି ତିଆରି କରିବା ପାଇଁ ଚାହୁଁଛନ୍ତି, ତାହାହେଲେ ସେହି ଅନୁପାତରେ ସୁଜି, ମଇଦା ଓ ଚିନି ନେଇ ତିଆରି କରିବେ।

OTV is now on Whatsapp

Join and get latest news update delivered to you via whatsapp

Join Now