ଆପଣ କେବେ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଲବଙ୍ଗଲତା’ ଖାଇଛନ୍ତି କି । ଆଜି ହିଁ ଘରେ ବନାନ୍ତୁ ‘ଲବଙ୍ଗଲତା’ ମିଠା । ଏହି ମିଠା ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘ଲବଙ୍ଗଲତା’ ବନେଇବା ପାଇଁ ସାମଗ୍ରୀ:
ମଇଦା, ଚିନି, ଘିଅ, ଲବଙ୍ଗ, ଲୁଣ, ଖୁଆ, ସୁଜି, ଡ୍ରାଏ ଫ୍ରୁଟ୍, ତେଲ ଓ ପାଣି।
ପ୍ରସ୍ତୁତି ପ୍ରଣାଳୀ:
- ଲବଙ୍ଗଲତା ତିଆରି କରିବା ପାଇଁ ପ୍ରଥମେ ଶିରା ପ୍ରସ୍ତୁତ କରି ତାକୁ ଏକ ପାତ୍ରରେ ରଖନ୍ତୁ।
- ପରେ ଅନ୍ୟ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଅଳ୍ପ ଲୁଣ ଓ ଗୁଆ ଘିଅ ପକାଇ ଭଲ ଭାବରେ ଗୋଳାନ୍ତୁ।
- ପରେ ସେଥିରେ ଅଳ୍ପ ପାଣି ଦେଇ ଅଟା ପରି ଚକଟି ତାକୁ ୧୦ରୁ ୧୫ ମିନିଟ ପାଇଁ ଢାଙ୍କି ରଖି ଦିଅନ୍ତୁ।
- ଏବେ ଲବଙ୍ଗଲତା ପାଇଁ ପୁର ପ୍ରସ୍ତତ କରନ୍ତୁ। ସେଥିପାଇଁ ପ୍ରଥମେ କରେଇରେ ଘିଅ ପକାଇ ଗରମ କରନ୍ତୁ।
- ସେଥିରେ କିଛି ସୁଜି ଓ ଡ୍ରାଏ ଫ୍ରୁଟ୍ ପକାଇ ଭାଜନ୍ତୁ। ତା’ପରେ ସେଥିରେ ଅଳ୍ପ ଚିନି ଓ ଖୁଆ ପକାଇ କିଛି ସମୟ ପାଇଁ ଗୋଳାନ୍ତୁ।
- ପୁର ପ୍ରସ୍ତୁତ ହେବାପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ।
- ଏ କାମ ସରିବା ପରେ ପୂର୍ବରୁ ଘୋଡ଼ାଇ ରଖିଥିବା ମଇଦାକୁ ଛୋଟ ଛୋଟ ଗୁଟୁଳା କରି ତାକୁ ପୁରି ଆକାରରେ ବେଲନ୍ତୁ।
- ତାର ଚାରିପାଖେ ପାଣି ମାରନ୍ତୁ। ଯେପରି ଫୋଲ୍ଡି କରିବା ବେଳେ ନ ଖୋଲିବ।
- ପାଣି ମାରି ସାରିବା ପରେ ତା’ ମଝିରେ ପୁରକୁ ଦେଇ ଚାରି କୋଣିଆ ଆକାରରେ ଭାଙ୍ଗି ଦିଅନ୍ତୁ।
- ପରେ ତା’ ମଝିରେ ଏକ ଲବଙ୍ଗ ଲଗାଇ ଦିଅନ୍ତୁ।
- ଏହା ପରେ କରେଇରେ ତେଲ ଗରମ କରନ୍ତୁ।
- ତେଲ ଗରମ ହେବା ପରେ ସେଥିରେ ଲବଙ୍ଗଲତାକୁ ପକାଇ ଛାଣନ୍ତୁ।
- ଲବଙ୍ଗଲତାର ରଙ୍ଗ ବାଦାମି ହୋଇଆସିଲା ପରେ ତାକୁ ଛାଣି ଶିରାରେ କିଛି ସମୟ ପାଇଁ ପକାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହେଇଗଲା ସୁଆଦିଆ ମିଠା ‘ଲବଙ୍ଗଲତା’। ଏହି ମିଠାର ରେସିପି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
Sweet recipe 'Labangalata'