• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ପନିର କର୍ଣ୍ଣ କଟ୍‌ଲେଟ୍’

ଆପଣ ସଂଧ୍ୟା ଜଳଖିଆ ପାଇଁ କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି କି ? । ତାହେଲେ ଆଜି ହିଁ ଘରେ ବନାନ୍ତୁ ଚଟପଟା ‘ପନିର କର୍ଣ୍ଣ କଟ୍‌ଲେଟ୍’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

ପନିର କର୍ଣ୍ଣ କଟ୍‌ଲେଟ୍ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ପନିର, ମକା, ବେସନ, କଟା ପିଆଜ ,ଅଦା-ରସୁଣ ପେଷ୍ଟ, କଟା କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ରସ, ଧନିଆ ପତ୍ର, ଚାଟ୍ ମସଲା ,ରିଫାଇନ୍ ତେଲ, ବ୍ରେଡ କ୍ରମ୍ବ ଓ ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କିଛି ମକାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।

  • ମନେ ରଖନ୍ତୁ ମକାର ମିଶ୍ରଣକୁ ଚିକ୍କଣ କରି ନବାଟି ଖଣ୍ଡ ଖଣ୍ଡ ମକା ରଖିବେ ।

  • ଏହାପରେ ଏହି ମିଶ୍ରଣରେ ପନିର, ବେସନ, କଟା ପିଆଜ ପକାନ୍ତୁ

  • ଏହାପରେ ସେଥିରେ କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଅଦା-ରସୁଣ ପେଷ୍ଟ ପକାନ୍ତୁ ।
  • ଏହାପରେ ଲେମ୍ବୁ ରସ, ଧନିଆ ପତ୍ର,ଚାଟ୍ ମସଲା ଓ ଅଳ୍ପ ଲୁଣ ମିଶାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ।
  • ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ ଆକାରର ବଲ୍ ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଏହି ବଲ୍ ଗୁଡିକ ବ୍ରେଡ କ୍ରମ୍ବ୍ ରେ କୋଟିଂ କରି ଏକ ପାତ୍ରରେ ରଖନ୍ତୁ।
  • ଏହାପରେ କରେଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲା ପରେ ପନିର ଓ ମକାରେ ତିଆରି ବଲ୍ ଗୁଡିକୁ ଛାଣନ୍ତୁ।
  • କମ୍ ଆଞ୍ଚରେ ଏହି ବଲ୍ ଗୁଡିକ ଛାଣନ୍ତୁ।
  • ପନିର କର୍ଣ୍ଣ କଟଲେଟ୍ ରଙ୍ଗ ବାଦାମୀ ହୋଇଆସିଲେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ସକାଳ ଜଳଖିଆରେ ବନାନ୍ତୁ ‘କଞ୍ଚା କଦଳୀ ପୁରି’

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପନିର କର୍ଣ୍ଣ କଟଲେଟ୍’। ଏହାପରେ ‘ପନିର କର୍ଣ୍ଣ କଟଲେଟ୍’କୁ ଏକ ପ୍ଲେଟ୍‌କୁ କାଢି ଗରମ ଗରମ ପରଷି ଦିଅନ୍ତୁ । ଏହି ରେସିପିଟିକୁ ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।