• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘କଞ୍ଚା କଦଳୀ ପୁରି’

ଆପଣ ଜଳଖିଆରେ ବିଭିନ୍ନ ରେସିପି ପ୍ରସ୍ତୁତ କରିଥାନ୍ତି । ସାଧାରଣତଃ ଘରେ ମହିଳାମାନେ ସକାଳ ଜଳଖିଆରେ କଣ ବନେଇବେ ଏଥିପାଇଁ ଚିନ୍ତିତ ଥାନ୍ତି। ତାହେଲେ ହୋଇଯାଆନ୍ତୁ ଚିନ୍ତା ମୁକ୍ତ । ଆଜି ହଁ ଘରେ ବନାନ୍ତୁ ‘କଞ୍ଚା କଦଳୀ ପୁରି’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘କଞ୍ଚା କଦଳୀ ପୁରି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଅଟା, ଜୁଆଣି, କଞ୍ଚା କଦଳୀ, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ଅଳ ପାଣି ଦିଅନ୍ତୁ
  • ପାଣି ଗରମ ହୋଇଗଲେ କଞ୍ଚା କଦଳୀଗୁଡ଼ିକୁ ସିଝେଇ ଦିଅନ୍ତୁ।
  • ଏହାପରେ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ।
  • ବର୍ତ୍ତମାନ ଏକ ପାତ୍ରରେ ଅଟା, ଲୁଣ, ଅଳ୍ପ ଜୁଆଣି ଓ ଚକଟା ହୋଇଥିବା କଦଳୀ ପକାଇ ଭଲ ଭାବେ ଚକଟନ୍ତୁ।
  • ଭଲ ଭାବେ ଚକଟିବା ପରେ ଏକ ଓଦା କପଡ଼ାରେ କିଛି ସମୟ ଗୁଡ଼ାଇ ରଖି ଦିଅନ୍ତୁ।
  • ଅଧଘଣ୍ଟା ପରେ ଏହାକୁ ନେଇ ଛୋଟ ଛୋଟ ଗୁଳା କରନ୍ତୁ।
  • ଏବେ ଏଗୁଡ଼ିକୁ ପୁରି ଆକାରରେ ବେଲି ଦିଅନ୍ତୁ
  • କଡେଇରେତେଲ ପକାଇ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ପୁରି ଗୁଡିକ ତେଲରେ ଛାଣି ଦିଅନ୍ତୁ।
  • ଏହାପରେ ଚୁଲିକୁ ବନ୍ଦ କରି ପୁରୀ ଗୁଡିକ ଏକ ପ୍ଲଟେରେ ସଜେଇ ରଖନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘କଞ୍ଚା କଦଳୀ ପୁରି’। ଏହାକୁ ନିଜ ମନପସନ୍ଦର ତରକାରି କିମ୍ବା ଭଜା ଲଗାଇ ଖାଆନ୍ତୁ। ଏହା ଛଡ଼ା ଏହାକୁ କୈଣସୀ ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'Bannana puri' recipe'Bannana puri' recipe