• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଏମିତି ଶବ୍ଦ ଯେଉଁଥିରେ ସମସ୍ତେ ବାନ୍ଧି ହୋଇ ରହିବାକୁ ଚାହାନ୍ତି । ଖାଲି ମଣିଷ ନୁହେଁ, ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି କୀଟ ପତଙ୍ଗ ଯାଏଁ ସମସ୍ତଙ୍କୁ ଲୋଡ଼ା ଭଲପାଇବା। ଯଦି ଯୁଦ୍ଧ ସମୟରେ ଜିତିବାର  ସମ୍ଭାବନା କମ୍ ଥାଏ, ସେସମୟରେ ଜଣେ ବ୍ୟକ୍ତି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରେ , ଏଥିପାଇଁ ଶେଷ ଉପାୟ ଥାଏ, ନିଜକୁ ମୃତକ ଭଳି ପ୍ରଦର୍ଶିତ କରିବା । ଏହି ପ୍ରକ୍ରିୟାକୁ ପ୍ଲେଇଂ ଡେଡ୍(Playing Dead) ବା ଥାନାଟୋସିସ(Thanatosis) କୁହାଯାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଶୁପକ୍ଷୀ ଓ କୀଟପତଙ୍ଗମାନେ ବି ଯୁଦ୍ଧ କରନ୍ତି । ଖାଦ୍ୟ-ଖାଦକ ମଧ୍ୟରେ ଚାଲେ ଏହି ଯୁଦ୍ଧ ।  ସେମାନେ ମଧ୍ୟ ହାରଜିତ୍‌ର ଖେଳ ଖେଳିଥାନ୍ତି । ନିଜ ଜୀବନ ପ୍ରତି ବିପଦ ଆସିଲେ ସେମାନେ ମଧ୍ୟ ଏହି ତରିକା ଆପଣାଇଥାନ୍ତି । ଆସନ୍ତୁ ଜାଣିବା ସେପରି କିଛି କୀଟପତଙ୍ଗଙ୍କ ବିଷୟରେ ।

ଓପୋସମ୍

ଓପୋସମ୍ ମୂଷା ଭଳି ଏବଂ ଦକ୍ଷିଣ ଆମେରିକାରେ ଏହି ପ୍ରଜାତିର ଜୀବ ଦେଖିବାକୁ ମିଳେ ।  ଯେତେବେଳେ ନିଜ ପ୍ରତି ବିପଦ ଥିବା ଏହି ଜୀବ ଜାଣିବାକୁ ପାଏ ସେତେବେଳେ ସେ ଯେଉଁଠି ବି ଥିଲେ ତଳକୁ ବା ମାଟି ଉପରକୁ ଆସିଯାଏ । ଏହାସହ ଭୟରେ ପାଟି ଖୋଲା କରିବା ସହ ବଡ଼ ବଡ଼ ଆଖି କରି ଚାହିଁରହେ ଏହି ଜୀବ । ଏପରିକି ସେହି ସମୟରେ ଏକ ଦୁର୍ଗନ୍ଧ ମଧ୍ୟ ଆସିଥାଏ । କିନ୍ତୁ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ନିଜ ଉପରକୁ ବିପଦ ଆସିବା ଆଶଙ୍କା କରି ଏହିଭଳି କିଛି ଆଚରଣ କରିଥାଏ ଓପୋସମ୍ । 

ଇଷ୍ଟର୍ଣ୍ଣ ହୋଗ୍ନୋଜ ସ୍ନେକ୍

ଏହି ସାପକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ଉପରକୁ ବିପଦ ଆସିଲେ ପ୍ରଥମେ ଏହା ନାଗସାପ ଭଳି ଫୁଲି ଶତ୍ରୁକୁ ଭୟଭୀତ କରିବାକୁ ଚେଷ୍ଟା କରେ ଏ । ଆଉ ଏହି ଟ୍ରିକ୍ କାମ ନଦେଲେ ଚିତପଟାଙ୍ଗ ହେଲା ଭଳି ପଡିଯାଏ । ସତେ ଯେମିତି ତାର ମୃତ୍ୟୁ ହୋଇଛି ।

ଡାଇସ ସ୍ନେକ

ଏହି ସାପ ୟୁରୋପରେ ଦେଖିବାକୁ ମିଳେ । ପାଦେ ପାଦେ ଜଗିକରି ଚାଲେ ଏହି ସାପ । ବିପଦ ଆସିଲେ ନିଜକୁ ଏକ ଆବରଣ ଦ୍ୱାରା ଘୋଡାଇ ରଖି ସୁରକ୍ଷା ପ୍ରଦାନ କରିଥାଏ ଏହି ଡାଇସ ସ୍ନେକ୍ । ଏପରିକି ସେହି ସମୟରେ ତା ପାଟିରୁ ରକ୍ତ ମଧ୍ୟ ବାହାରିଥାଏ । 

ନର୍ସରୀ ୱେବ୍ ସ୍ପାଇଡର୍

ଖାଲି ଯେ, କିଏ ଖାଇଯିବା ଭୟରେ ସେମାନେ ଏପରି ଆଚରଣ କରନ୍ତି ତାହା ନୁହଁ । ନର୍ସରୀ ୱେବ୍ ସ୍ପାଇଡର୍ ଏପରି ଏକ କୀଟ ଯିଏକି ନିଜ ପାର୍ଟନରଠୁ ଭଲପାଇବା ପାଇବା ପାଇଁ ପ୍ଲେଇଂ ଡେଡ୍ ଆଚରଣ ଦେଖାଏ । ଅନୁସନ୍ଧାନ ଅନୁଯାୟୀ, ପୁରୁଷ ନର୍ସରୀ ୱେବ୍ ସ୍ପାଇଡର୍ ନିଜ ପାର୍ଟନରକୁ ଖାଦ୍ୟ ଦେଇଥାଏ । ବିନା ମେଟିଂ(ଶାରିରୀକ ସମ୍ବନ୍ଧ)ରେ ଯଦି ଅନ୍ୟ କୀଟଟି ଖାଦ୍ୟ ଖାଇବା ଆରମ୍ଭ କରେ ତେବେ ଧ୍ୟାନ ଆକର୍ଷଣ କରିବାକୁ ପୁରୁଷ କୀଟ ମୃତ୍ୟୁ ହେଲା ଭଳି ଆଚରଣ କରି ପଡିରହେ । 

ଲିଭିଙ୍ଗଷ୍ଟୋନ ସିଚିଲ୍ଡ

ଏହା ଆଫ୍ରିକାରେ ଦେଖାଯାଉଥିବା ଏକ ପ୍ରଜାତିର ମାଛ, ଯାହାକି କେତେକ ସମୟରେ ମଲା ମାଛ ଭଳି ପ୍ରତୀୟମାନ ହୁଏ । ଯେତେବେଳେ ଭୟ ଛାଡି ସେ ମରିଯାଇଥିବା ଭାବି ଛୋଟ ମାଛ ତା ଆଖପାଖକୁ ଆସନ୍ତି ସେତେବେଳେ ସେ ଅସଲ ରୂପ ଧାରଣ କରି ସେହି ଛୋଟ ମାଛଙ୍କୁ ଖାଦ୍ୟ ରୂପେ ଗ୍ରହଣ କରେ । 

ଲେଡି ବାର୍ଡ

ବିପଦ ଆସିବା ଆଶଙ୍କା କରି ଏହି ଲେଡି ବାର୍ଡ କାଟ ଏକ ଅଜବ ଧରଣର ତରଳ ପଦାର୍ଥ ବାହାର କରିଥାଏ । ଯାହା ତାକୁ ଶତ୍ରୁଠାରୁ ରକ୍ଷା କରିଥାଏ ।

ଲେମନ ସାର୍କ୍ସ

କିଛି ପ୍ରଜାତିର ସାର୍କ ବେଳେ ବେଳେ ବାରମ୍ବାର ପାଣି ଉପରକୁ ଉଠିବା ସହ ପୁଣି ତଳକୁ ଚାଲିଯାଆନ୍ତି । ନିଜକୁ ଶତ୍ରୁ ସାର୍କ କିମ୍ବା ଅନ୍ୟ ଜୀବଜନ୍ତଙ୍କଠାରୁ ରକ୍ଷା କରିବାକୁ ସେମାନେ ଏଭଳି ଆଚରଣ କରନ୍ତି ବୋଲି କୁହାଯାଏ ।

ବେଙ୍ଗ

ବେଙ୍ଗ ଏକ ଚତୁର ପ୍ରାଣୀ । ଶତ୍ରୁ ପକ୍ଷରୁ ଭୟ ଆଶଙ୍କା କଲେ ନିଜ ପେଟକୁ ଫୁଲାଇ ନାଲି ରଙ୍ଗ ଧାରଣ କରେ । ଆଉ ଇସାରା କରେ ଯେ, ମୁଁ ବିଷାକ୍ତ ମୋତେ ଖାଅ ନାହିଁ । 

ପ୍ଲୋଭର୍ସ 

ଏହା ଏକ ପକ୍ଷୀ । ଯଦି ଏହି ପ୍ଲୋଭର୍ସ  ପକ୍ଷୀକୁ ଲାଗିଲା ଯେ, ତାକୁ କେହି ଖାଦ୍ୟ ରୂପେ ଗ୍ରହଣ କରିବ ତେବେ ସେ ସାଙ୍ଗେ ସାଙ୍ଗେ ନିଜ ଡେଣା ଭାଙ୍ଗିଗଲା ଭଳି ଅଭିନୟ କରିଥାଏ । ଆଉ ନିଜକୁ ଶତ୍ରୁ କବଳରୁ ରକ୍ଷା କରିଥାଏ । କାରଣ ଅଧିକାଂଶ ଖାଦକ ଫ୍ରେସ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । 

ଅଧିକ ପଢନ୍ତୁ : କାର୍, ବାଇକ୍ ପଛରେ କାହିଁକି ଦୌଡ଼ନ୍ତି କୁକୁର ? କ’ଣ ରହିଛି ଏହା ପଛର କାରଣ ?