• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫ୍ରୀଜ୍‌ରେ ରଖନ୍ତୁ ନାହିଁ ପିଆଜ 

ଫ୍ରିଜ୍‌ରେ ଫଳ ବା ପନିପରିବା ସବୁବେଳେ ତାଜା ରହି ନଥାଏ । ବେଳେବେଳେ ଆମ ମାନଙ୍କର ଅବହେଳା ଯୋଗୁଁ ଫଳ ଓ ପନିପରିବା ନଷ୍ଟ ହୋଇଯାଏ । ଯାହାକି ଫଳର ତାଜାପଣ ନଷ୍ଟ ହୋଇଥାଏ । ତେବେ ଆମେମାନେ ପ୍ରାକୃତିକ ଉପାୟରେ ଫଳ ଓ ପନିପରିବାକୁ ସତେଜ୍ ରଖିପାରିବେ । ତେବେ ଚାଲନ୍ତୁ ଜାଣିବା କିଛି ଟିପ୍‌ସ୍ ।

ଫ୍ରିଜ୍‌ରେ ରଖନ୍ତୁ ନାହିଁ ଓଦା ଫଳ ଓ ପରିବା:

ପ୍ରାୟ ସମୟରେ ଆମେମାନେ ବଜାରରୁ ଓଦା ପରିବା ଓ ଫଳ ଆଣି ସିଧା ଫ୍ରିଜ୍‌ରେ ରଖିଥାଉ । ଓଦା ପରିବା ଓ ଫଳ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହା ଜଲ୍‌ଦି ଖରାପ ଓ ନଷ୍ଟ ହୋଇଯାଏ । ପରିବା ଓ ଫଳକୁ ଭଲ ଭାବେ ଧୋଇବା ପରେ ଏହା ଶୁଖି ଗଲା ପରେ ଏହାକୁ ଫ୍ରିଜ୍‌ରେ ରଖନ୍ତୁ ଯାହାଫଳରେ ଫଳ ଦୀର୍ଘ ଦିନ ଧରି ତାଜା ରହିବ ।

ଅଧିକ ପଢ଼ନ୍ତୁ: ତରକାରୀ ଅଧିକ ରାଗ ହୋଇଗଲା କି… ରାଗ କମେଇବା ପାଇଁ ୫ ସହଜ ଉପାୟ

ଫ୍ରିଜ୍‌କୁ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରଖନ୍ତୁ ନାହିଁ :

ବାରମ୍ବାର ଫ୍ରିଜ୍‌ ଖୋଲା ରଖିବା ଦ୍ୱରା ଫ୍ରିଜ୍‌ର ତାପମାତ୍ରା କମ୍ ବେଶୀ ହୋଇଥାଏ ଯାହାକି ଫ୍ରିଜ୍‌ରେ ରଖାଯାଇଥିବା ଜିନିଷ ଖରାପ ହୋଇଯାଇଥାଏ । ତେବେ ଫ୍ରିଜ୍‌ କୁ ବାରମ୍ବାର ନଖୋଲି ଅଧିକ ସମୟ ବନ୍ଦ ରଖନ୍ତୁ । ଏହା ଦ୍ୱାରା ଫ୍ରିଜ୍‌ରେ ଫଳ ତାଜା ରହିଥାଏ ।

ଛୁଟିରେ ବାହାରକୁ ଯିବା ପୂର୍ବରୁ କରନ୍ତୁ ଏହି କାମ:

ଯଦି ଆପଣ ଛୁଟିରେ ଘରୁ ବହୁ ଦିନ ପାଇଁ ବାହାରକୁ ଯାଉଛନ୍ତି ତେବେ ଫ୍ରିଜ୍‌ରେ ଏମିତି କିଛି ଜିନିଷ ରଖନ୍ତୁ ନାହିଁ ଯାହା ଫ୍ରିଜ୍‌କୁ ଖରାପ କରିବ । ଆପଣ ବାହାରକୁ ଯିବା ପୂର୍ବରୁ ଫ୍ରିଜ୍‌ରେ ହଲିଡେ ମୋଡ୍‌ ଅନ୍ କରି ରଖନ୍ତୁ । ଯାହାଫଳରେ ବିଦ୍ୟୁତ୍ ବିଲ୍‌ କମ୍ ଆସିବ ।

ଫ୍ରିଜ୍‌କୁ ରଖନ୍ତୁ ସଫା:

ନିୟମିତ ଫ୍ରିଜ୍‌କୁ ସଫା ରଖନ୍ତୁ । ଫ୍ରିଜ୍‌କୁ ସଫା ରଖିବା ଦ୍ୱାରା ଖାଦ୍ୟର ଗନ୍ଧ କମ୍ ହୋଇଥାଏ । ଯାହାଦ୍ୱରା ଖାଦ୍ୟ ନଷ୍ଟ ହୋଇନଥାଏ । ଫ୍ରିଜ୍‌ରେ ପିଆଜ ରଖନ୍ତୁ ନାହି । ପିଆଜ ରଖିବା ଦ୍ୱାରା ଏହାର ଦୁର୍ଗନ୍ଧ ଅନ୍ୟ ଖାଦ୍ୟ ଓ ଜିନିଷ ଖରାପ ହୋଇଯାଏ । ଏହାଛଡ଼ା ମହୁ,କମଳା,କଦଳୀକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ ।