/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710681232.jpg)
If chillies powder are too much in the vegetables you can reduce
କିଏ ବା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ ନ କରେ। ଏନେଇ ଖାଦ୍ୟକୁ ସୁସ୍ୱାଦୁ କରିବାରେ ଲଙ୍କାର ମଧ୍ୟ ଭୂମିକା ଥାଏ। ବେଳେ ବେଳେ ଏମିତି ହୋଇଯାଏ ଯେ ଆବଶ୍ୟକତା ଠାରୁ ତରକାରୀ ଅଧିକ ରାଗ ହୋଇଯାଏ। ଯଦି ତରକାରୀ ଅଧିକ ରାଗ ହୋଇଯାଏ ତେବେ ତାହା ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହାକୁ କେହି ଖାଇ ପାରନ୍ତି ନାହିଁ। ଏପରି ପରିସ୍ଥିତିରେ ତରକାରୀରୁ କିପରି ରାଗ କମେଇବେ ସେଥିପାଇଁ କିଛି ଟିପ୍ସ।
ଘିଅ ଏବଂ ଲହୁଣୀ:
ଯଦି ଆପଣ ଅଜାଣତରେ ତରକାରୀରେ ଅଧିକ ଲଙ୍କା ଗୁଣ୍ଡ ପକେଇଦେଇଛନ୍ତି ତେବେ ବ୍ୟସ୍ତ ହେବାରେ ନାହିଁ। ପରେ ସେଥିରୁ ରାଗ କମେଇବା ନେଇ କିଛି ଘିଅ ବା ଲହୁଣୀ ବ୍ୟବହାର କରିପାରିବେ। ତରକରୀ କିମ୍ବା ଡାଲିରେ ଗୋଟିଏ ଚାମଚ ଘିଅ କିମ୍ବା ଲହୁଣୀ ମିଶାଇଦେଲେ ରାଗ କମିଯାଏ।
ଚିନି:
ତରକାରୀରୁ ରାଗ କମାଇବା ପାଇଁ ଚିନି ମଧ୍ୟ ବ୍ୟବହାର କରାଯାଇପାରେ। ତରକାରୀରେ କିଛି ଚିନି ପକେଇଦେଲେ ଏଥିରୁ ରାଗ କମିଯାଏ।
ମେଥି:
ତରକାରୀ ଯଦି ଅଧିକ ରାଗ ହୋଇଯାଏ ତେବେ କିଛି ମେଥି ଦାନା ବ୍ୟବହାର କରି ରାଗ କମ କରନ୍ତୁ।
ମଇଦା:
ରାଗ କମେଇବା ପାଇଁ ମଇଦା ମଧ୍ୟ ବ୍ୟବହାର କରାଯାଏ। ଏଥିପାଇଁ ମେଥିକୁ ହାଲୁକା ଭାଜନ୍ତୁ ଏବଂ ତା’ପରେ ତରକାରୀରେ ପକେଇ ଦିଅନ୍ତୁ। ଏହା ରାଗକୁ କମ କରିଦେବ ଏବଂ ତରକାରୀକୁ ଗ୍ରେଭି କରିଦେବ।
ଲେମ୍ବୁ ରସ:
ଆପଣ ଲେମ୍ବୁ ରସ ମିଶାଇ ଖାଦ୍ୟର ରାଗ ମଧ୍ୟ ହ୍ରାସ କରିପାରିବେ। ତରକାରୀ ଯଦି ଅଧିକ ରାଗ ହୋଇଛି ତେବେ ଲେମ୍ବୁ ରସ ମିଶେଇ ଦିଅନ୍ତୁ। ଏହା ରାଗକୁ ସନ୍ତୁଳିତ କରିଦେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)